ଭାଙ୍ଗିଲା ୧୮ ବର୍ଷର ସମ୍ପର୍କ, ଅଲଗା ହେଲେ ସାଉଥ୍‌ ଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ; ନିଜେ ଦେଲେ ସୂଚନା

ଭାଙ୍ଗିଲା ୧୮ ବର୍ଷର ସମ୍ପର୍କ। ଅଲଗା ହେଲେ ସାଉଥ୍‌ ଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ। ଏ ନେଇ ନିଜେ ଘୋଷଣା କରିଛନ୍ତି ଧନୁଷ। ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ପତ୍ନୀ ତଥା ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ଠାରୁ ଛାଡ଼ପତ୍ର ନେଉଥିବା ନେଇ ସ୍ପଷ୍ଟ କରିଛନ୍ତି ଧନୁଷ। ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ଛାଡ଼ପତ୍ର ପରେ ଏହି ଖବର ଫ୍ୟାନ୍‌ଙ୍କୁ ଶକ୍ତ ଧକ୍କା ଦେଇଥିବା ଜଣାଯାଇଛି।

ଛାଡ଼ପତ୍ର ବାବଦରେ ଧନୁଷ ଲେଖିଛନ୍ତି, ୧୮ ବର୍ଷର ସମ୍ପର୍କ, ବନ୍ଧୁତା, କପଲ, ଅଭିଭାବକ ଓ ପରସ୍ପରର ଶୁଭଚିନ୍ତକ ଭାବେ ଆମେ ଏକ ଗ୍ରୋଥ୍‌, ବୁଦ୍ଧିମତାର ଯାତ୍ରା କରିଥିଲୁ। ଆଜି ଆମେ ସେଠାରେ ଠିଆ ହୋଇଛୁ, ଯେଉଁଠାରେ ଆମେ ଅଲଗା ହୋଇଛୁ। ଐଶ୍ୱର୍ଯ୍ୟା ଓ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ପରସ୍ପର ଠାରୁ ଅଲଗା ହୋଇ ଖୁସି ଖୋଜିବୁ। ଦୟା କରି ଆମ ନିଷ୍ପତ୍ତିକୁ ସମ୍ମାନ କରନ୍ତୁ ଓ ପ୍ରାଇଭେସୀକୁ ଦୃଷ୍ଟିରେ ରଖି ଆମକୁ ଏହା ସହ ଡିଲ୍‌ କରିବାକୁ ଦିଅନ୍ତୁ। ଓଁ ନମଃ ଶିବାୟ। ପ୍ରେମ ବାଣ୍ଟନ୍ତୁ।


ସୂଚନାଯୋଗ୍ୟ ଯେ ଐଶ୍ୱର୍ଯ୍ୟା ହେଉଛନ୍ତି ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ। ସେହିପରି ଧନୁଷ ଜଣାଶୁଣା ପ୍ରଯୋଜକ କସ୍ତୁରୀ ରାଜାଙ୍କ ପୁଅ। ଐଶ୍ୱର୍ଯ୍ୟା ଓ ଧନୁଷ ୨୦୦୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି କପଲଙ୍କର ଦୁଇଟି ପିଲା ୟାତ୍ରା ଓ ଲିଙ୍ଗା ଅଛନ୍ତି। କିଛି ଦିନ ତଳେ ଏହି କପଲଙ୍କ ଅଲଗା ହେବା ଖବର ଚର୍ଚ୍ଚାରେ ରହିଥିଲା। କିନ୍ତୁ ସେମାନେ ଏହାକୁ ଏଡ଼ାଇ ଦେଇଥିଲେ। ମାତ୍ର ସୋମବାର ବିଳମ୍ବିତ ରାତିରେ ଧନୁଷ ପୋଷ୍ଟ କରି ସ୍ପଷ୍ଟ କରି ଦେଇଛନ୍ତି ଯେ ସେ ଆଉ ଐଶ୍ୱର୍ଯ୍ୟା ଅଲଗା ହୋଇଛନ୍ତି।