ସାଉଥ୍‌ଷ୍ଟାର ନାଗା ଚୈତନ୍ୟଙ୍କୁ ଛାଡ଼ପତ୍ର ଦେଲେ ସାମନ୍ଥାଙ୍କୁ ମିଳିବ ୨୦୦ କୋଟି!

ବିବାହର ୪ ବର୍ଷ ପରେ ସାଉଥ୍‌ ଷ୍ଟାର ନାଗା ଚୈତନ୍ୟ ପତ୍ନୀ ସାମନ୍ଥା ଅକ୍କିନେନୀଙ୍କ ଠାରୁ ଛାଡ଼ପତ୍ର ନେଇଛନ୍ତି। ଉଭୟେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ବିବାହ ବନ୍ଧନରୁ ମୁକ୍ତ ହୋଇଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ସବୁବେଳେ ବନ୍ଧୁତା ରହିବ ବୋଲି ଉଭୟେ କହିଛନ୍ତି। ତେବେ କୁହାଯାଉଛି ଯେ ଏହି ସେଲିବ୍ରିଟି ଛାଡ଼ପତ୍ରରେ ସାମନ୍ଥାଙ୍କୁ ୨୦୦ କୋଟି ଟଙ୍କା ସେଟଲମେଣ୍ଟ ଭାବେ ଅଫର କରାଯାଇଥିଲା। କିନ୍ତୁ ସେ ଏହାକୁ ନେବାକୁ ମନା କରି ଦେଇଛନ୍ତି।

ରିପୋର୍ଟ ମୁତାବକ, ଅକ୍କିନେନୀ ପରିବାର ସେଟେଲମେଣ୍ଟ ପାଇଁ ପାଖାପାଖି ୨୦୦ କୋଟି ଟଙ୍କା ସାମନ୍ଥାଙ୍କୁ ଦେବାକୁ କହିଥିଲେ। କିନ୍ତୁ କୁହାଯାଉଛି ଯେ ସାମନ୍ଥା ଏହି ଅର୍ଥ ନେବାକୁ ମନା କରିଦେଇଛନ୍ତି। ସେ ଜଣେ ସ୍ୱାଧୀନ ମହିଳା ଓ ତାଙ୍କରୁ ଟଙ୍କା ଦରକାର ନାହିଁ।

 

View this post on Instagram

 

A post shared by Samantha (@samantharuthprabhuoffl)

ତେବେ ପୂର୍ବରୁ କୁହାଯାଉଥିଲା ଯେ ସାମନ୍ଥା ଏବେ ଏହି ସମ୍ପର୍କରେ ଖୁସି ନାହାନ୍ତି ଓ ଖୁବ୍‌ଶୀଘ୍ର ଛାଡ଼ପତ୍ର ନେଇପାରନ୍ତି। ସୂଚନାଯୋଗ୍ୟ ଯେ ସାମନ୍ଥା ନିକଟରେ େଓ୍ଵବ୍‌ ସିରିଜ୍‌ ‘ଦ ଫ୍ୟାମିଲି ମ୍ୟାନ୍‌-୨’ରେ ରାଜୀ ଭୂମିକାରେ ନଜର ଆସିଥିଲେ।

ସୂଚନାଯୋଗ୍ୟ ଯେ ଗତକାଲି ସାମନ୍ଥା ଓ ନାଗା ଚୈତନ୍ୟ ସୋସିଆଲ ମିଡିଆରେ ଲେଖିଥିଲେ, ‘ବହୁ ବିଚାରବିମର୍ଶ ଏବଂ ଚିନ୍ତା ପରେ ଆମେ ଦୁହେଁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛୁ। ଏତେ ଦିନର ବନ୍ଧୁତା ପାଇ ଆମେ ଭାଗ୍ୟବାନ। ଆମ ଦୁହିଁଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ବନ୍ଧୁତା ରହିବ। ମୋର ଫ୍ଯାନ, ଶୁଭେଚ୍ଛୁ ଏବଂ ମିଡିଆ ବନ୍ଧୁମାନେ ଏପରି ମୁହୂର୍ତ୍ତରେ ବହୁତ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ଯବାଦ। ଆପଣମାନଙ୍କ ସହଯୋଗ ପାଇଁ ଧନ୍ଯବାଦ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.