ତେଜସ୍ୱୀ ପ୍ରକାଶଙ୍କ ‘ନାଗିନ୍ ୬’ ପାଇଁ ବାଜିରେ ଲାଗିଛି ଏକତା କପୁରଙ୍କ ୧୩୦ କୋଟି, ପାଲଟିବ ଟିଭିର ସବୁଠୁ ଦାମୀ ଶୋ’
କଲର୍ସର ସବୁଠୁ ବଡ଼ ଶୋ’ ଟିଭି ସିରିୟଲ ନାଗିନ୍ ପୁଣିଥରେ ପରଦାକୁ ଆସିବାକୁ ପ୍ରସ୍ତୁତ ହେଲାଣି। ଏହି ଶୋ’ର ଟିଜର ଓ କେତେକ ଖାସ୍ ଭିଡିଓ ଇତି ମଧ୍ୟରେ ସାମ୍ନାକୁ ଆସିଛି, ଯାହା ଫ୍ୟାନ୍ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥରକ ନାଗିନ୍ ପ୍ରତିଶୋଧ ନେବାକୁ ନୁହେଁ, ବରଂ ଦେଶକୁ ବଞ୍ଚାଇବାକୁ ଆସୁଛି। ନାଗିନ୍ର ୬ଷ୍ଠ ସିଜିନ୍ ଖୁବ୍ ଶୀଘ୍ର ଫ୍ୟାନ୍ଙ୍କ ପାଖକୁ ଆସୁଛି। ଏଥରକ ତେଜସ୍ୱୀ ପ୍ରକାଶ ନାଗିନ୍ ଭୂମିକାରେ ନଜର ଆସିବେ।
ନିକଟରେ ତେଜସ୍ୱୀ ବିଗ୍ବସ୍ ୧୫ ଜିତିଛନ୍ତି। ବିଗ୍ବସ୍ ହାଉସ୍ରୁ ବାହାରୁ ବାହାରୁ ସେ ନାଗିନ୍ର ସୁଟିଂ ଆରମ୍ଭ କରିଦେଲେଣି। ଶୋ’ର ପ୍ରୋମୋ ସାମ୍ନାକୁ ଆସିଛି। ଏବେ ତାଜା ରିପୋର୍ଟ ମୁତାବକ, ନାଗିନ୍ ୬ ପାଇଁ ଏକତା କପୁର ମୋଟା ଅଙ୍କର ଟଙ୍କା ଲଗାଇଛନ୍ତି। ଏହି ସିଜନ୍ର ବଜେଟ୍ ପୂର୍ବ ସବୁ ସିଜନ୍ ତୁଳନାରେ ଅଧିକ ରହିଛି।
View this post on Instagram
ରିପୋର୍ଟ ମୁତାବକ, ଏଥରକ ଏକତା କପୁର ନାଗିନ୍କୁ ଏକ ନୂଆ ତଥା ଉଚ୍ଚ ସ୍ତରକୁ ଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଣୁ ଏଥରକ ଶୋ’ର ବଜେଟ୍ ରହିଛି ୧୩୦ କୋଟି। ଏହା ଏକତା କପୁରଙ୍କ ସବୁଠୁ ଦାମୀ ଧାରାବାହିକ। ଏଣୁ ଏବେ ନାଗିନ୍ ୬ ଉପରେ ଏକତା କପୁର ସବୁ ଆଶା ରଖିଛନ୍ତି। ଯଦି ଏହି ସିଜନ୍ ଫ୍ଲପ୍ ହେଉଛି, ତେବେ ଏକତାଙ୍କୁ ବଡ଼ ଝଟ୍କା ଲାଗିବ। ପ୍ରକାଶ ଯେ ଶୋ’ରେ ତେଜସ୍ୱୀ ପ୍ରକାଶଙ୍କ ସହ ସିମ୍ବା ନାଗପାଳ ମଧ୍ୟ କାମ କରୁଛନ୍ତି।
ଫ୍ଲପ୍ ହେଲେ ବନ୍ଦ ହେବ ଫ୍ରାଞ୍ଚାଇଜ୍:
ସୂଚନାନୁଯାୟୀ, ନାଗିନ୍ର ଏ ସିଜନ୍ ଯଦି ଫ୍ଲପ୍ ହେଉଛି ତେବେ ଏକତା କପୁର ଆସନ୍ତା ବର୍ଷ ଫ୍ରାଞ୍ଚାଇଜ୍କୁ କରି ଦେବେ। ନାଗିନ୍ ୬ ଆଗାମୀ ବସନ୍ତ ପଞ୍ଚମୀରୁ ଆରମ୍ଭ ହେବ। ଏଥିରେ ଅନୀତା ହସନନ୍ଦାନୀ, ଅଦା ଖାନ୍, ସୁରଭି ଚନ୍ଦନା ଅତିଥି କଳାକାର ଭାବେ ନଜର ଆସିବେ। ପ୍ରକାଶ ଯେ ନାଗିନ୍ କଲର୍ସ ଚ୍ୟାନେଲର ସବୁଠୁ ସଫଳ ଟିଭି ସିରିଜ୍ ମଧ୍ୟରୁ ଗୋଟିଏ। ଏହି କାରଣରୁ ଇତି ମଧ୍ୟରେ ନାଗିନ୍ର ୬ଟି ସିଜନ୍ ତିଆରି ହୋଇଛି।