ୱେବ ସିରିଜ ରୁଦ୍ରରୁ ଡିଜିଟାଲରେ ଏଣ୍ଟ୍ରି ମାରିବେ ଅଭିନେତ୍ରୀ ଈଶା, ଅଜୟଙ୍କ ସହ କରିବେ ସ୍କ୍ରିନ ସେୟାର

ବଲିଉଡ଼ ଅଭିନ୍ରେତୀ ଈଶା ଦେୱଲ ଖୁବ ଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଖବର ସମ୍ପର୍କରେ ସେ ନିଜ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି । ତେବେ ଏହି ପୋଷ୍ଟରେ ଅଜୟ ଦେବଗନଙ୍କ ଅପକମିଙ୍ଗ ୱେବ ସିରିଜ ବିଷୟରେ କୁହାଯାଇଛି ।

453425
pc: twist article

ଅଜୟ ଦେବଗନ ଅପକମିଙ୍ଗ ୱେବ ସିରିଜ ”Rudra – The Edge of Darkness” ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଯାହା ମାଧ୍ୟମରେ ଈଶା ଡିଜିଟାଲରେ ଏଣ୍ଟ୍ରି କରିବେ । ଏହାକୁ ନେଇ ଈଶା ମଧ୍ୟ ବହୁତ ଖୁସି ଅଛନ୍ତି । କାରଣ ସେ ଏଥିରେ ଅଜୟ ଦେବଗନଙ୍କ ସହ ସ୍କ୍ରିନ ସେୟାର କରିବେ।

ଯେବେଠୁ ଏହି ୱେବ ସିରିଜ ସମ୍ପର୍କରେ କୁହାଯାଇଛି ସେବେଠୁ ଏହା ବେଶ ଚର୍ଚ୍ଚାରେ ରହିଛି । ଏହାକୁ ନେଇ ବିଭିନ୍ନ ପ୍ରକାରର ନୂଆ ନୂଆ ଅପଡେଟ ସାମ୍ନାକୁ ଆସୁଛି । ଏବେ ଈଶା ଦେୱଲଙ୍କୁ ନେଇ ଏହା ଖୁବ ଚର୍ଚ୍ଚାରେ ରହିଛି । କାରଣ ସେ ବହୁ ସମୟ ଧରି ବଲିଉଡ଼ ଜଗତରୁ ଗାୟବ ଥିଲେ । ଏବେ ୱେବ ସିରିଜ ମାଧ୍ୟମରେ ଏଣ୍ଟ୍ରି ମାରୁଛନ୍ତି । ତେବେ ଆକ୍ଟିଂ ଦୁନିଆରେ ପୁଣି ଥିରେ କମବ୍ୟାକ କରୁଥିବା ଈଶାଙ୍କ ସହ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ବହୁତ ଖୁସି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.