ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ଏମିତି କହିବାକୁ ସାହସ କଲେ କେମିତି ଫିଲ୍ମ ନିର୍ଦ୍ଦେଶକ ରାମଗୋପାଲ ବର୍ମା, ସବୁ ମହଲରୁ ସମାଲୋଚନା

ଅଧିକାଂଶ ସମୟରେ ନିଜ ବୟାନ ବାଜିକୁ ନେଇ ଚର୍ଚ୍ଚାରେ ରହୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଆଉ ଥରେ ପୁଣି ବିବାଦରେ ଛନ୍ଦି ହୋଇଯାଇଛନ୍ତି । ଏଥର ରାମ ଗୋପାଳ ବର୍ମା ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ଅତ୍ୟନ୍ତ ବିବାଦୀୟ ତଥା ଲଜ୍ଜାଜନକ ବୟାନ ଦେଇଛନ୍ତି । ଆଉ ଯାହାକୁ ନେଇ ଏବେ ବିଜେପି ନେତା ମାନେ ପୋଲିସ ନିକଟରେ ଏକ ଅଭିଯୋଗ ଦାୟର କରିଛନ୍ତି । ପ୍ରକୃତରେ ରାମ ଗୋପାଳ ବର୍ମା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ଟ୍ୱିଟ କରି ଲେଖିଛନ୍ତିକି, ” ଯଦି ଦ୍ରୌପଦୀ ରାଷ୍ଟ୍ରପତି ତେବେ ପାଣ୍ଡବ କିଏ ? ଆଉ ତା ଠାରୁ ବି ଅଧିକ ଜରୁରୀକି କୌରବ କିଏ ? ତାଙ୍କର ଏହି ଟ୍ୱିଟକୁ ନେଇ ସୋସିଆଲ ମିଡିଆରେ ଖୁବ ଜୋରରେ ଟ୍ରଲ କରାଯାଉଛି ।

କହିରଖିବା ଉଚିତ ହେବକି, ରାମ ଗୋପାଳଙ୍କ ଏହି ଆପତ୍ତିଜନକ ଟ୍ୱିଟ ପରେ ଭାଜପା ନେତା ଗୁଡ୍ଡୁର ରେଡ୍ଡୀ ଓ ଟି. ନନ୍ଦେଶ୍ୱର ଗୌଡ଼ ହାଇଦରାବାଦ ସ୍ଥିତ ଏବିଡ଼ସ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାୟର କରିଛନ୍ତି । ଯେବେକି ଏବିଡଶ ପୋଲିସ ଇନ୍ସପେକ୍ଟର ବି. ପ୍ରସାଦ ରାଓ ଏହି ଅଭିଯୋଗ ବାବଦରେ କହିଛନ୍ତିକି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇ ଦିଆଯାଇଛି । ଆଇନଗତ ପରାମର୍ଶ ମିଳିବା ପରେ ବର୍ମାଙ୍କ ଉପରେ ଏସସି/ ଏସଟି ଆକ୍ଟ ଅନୁଯାୟୀ ଅଭିଯୋଗ ଦାୟର କରାଯିବ ।

ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶ ଭାଜପା ମୁଖ୍ୟ ସୋମୁ ବୀରରାଜୁ, ରାମ ଗୋପାଳ ବର୍ମାଙ୍କୁ କଡା ସମାଲୋଚନା କରିବା ସହିତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି ରାମ ଗୋପାଳଙ୍କୁ ଏବେ ଜେଲ ପଠାଇବା ସହ ଜଣେ ମନୋଚିକିତ୍ସକଙ୍କ ଠାରୁ ଯାଞ୍ଚ କରାଇନେବା ଜରୁରୀ ।

ଯେବେକି ନିଜ ବାବଦରେ ସଫେଇ ଦେଇ ରାମ ଗୋପାଳ କହିଛନ୍ତିକି ଏଭଳି ମନ୍ତବ୍ୟ ସେ ମଜା ମଜାରେ କହି ଦେଇଛନ୍ତି । ଏନେଇ ତାଙ୍କର ଆଉ କୌଣସି ଉଦେଶ୍ୟ ନଥିଲା । ମହାଭାରତରେ ଦ୍ରୌପଦୀ ହେଉଛନ୍ତି ତାଙ୍କର ସବୁଠାରୁ ପ୍ରିୟ ଚରିତ୍ର । ଏହି ନାଁଟି ବି ଖୁବ ବିରଳ । ତେଣୁ ମହାଭାରତ ସହ ଜଡିତ ଅନ୍ୟ ସମସ୍ତ ଚରିତ୍ର ଗୁଡିକ ତାଙ୍କର ମନେ ପଡିଗଲେ । ତେଣୁ କରି ସେ ଏମିତି କହିଦେଇଛନ୍ତି । କାହାର ଭାବନାକୁ କ୍ଷତି ପହଁଚାଇବା ତାଙ୍କର ଉଦେଶ୍ୟ ନଥିବା ନେଇ ନିଜେ ରାମ ଗୋପଳ ବର୍ମା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.