ଶିଳ୍ପାଙ୍କୁ ସପୋର୍ଟ କଲେ ଫିଲ୍ମ ମେକର ହଂସଲ ମେହତା, ଟ୍ୱିଟ ଯୋଗେ ଦେଲେ ସୂଚନା

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ପତି ରାଜ କୁନ୍ଦ୍ରା ଉଭୟେ ଏବେ ଖୁବ ଚର୍ଚ୍ଚାରେ ରହୁଛନ୍ତି । ପର୍ଣ୍ଣୋଗ୍ରାଫୀ ମାମଲାରେ ଫସିଥିବା ରାଜ କୁନ୍ଦ୍ରାଙ୍କୁ ନେଇ ଶିଳ୍ପା ସେଟ୍ଟୀ ଏବେ ଚିନ୍ତାରେ । ରାଜ କୁନ୍ଦ୍ରାଙ୍କ ଉପରେ ଆରୋପ ଲାଗିବା ପରେ ଏହା ବହୁ ମାତ୍ରାରେ ଶିଳ୍ପା ସେଟ୍ଟୀଙ୍କ କାମକୁ ପ୍ରଭାବିତ କରିଛି । ଏମିତିକି ତାଙ୍କୁ ରିଆଲିଟି ସୋ ମଧ୍ୟ ଛାଡିବାକୁ ପଡିଛି । ଏହାପାଇଁ ସେ ଟ୍ରୋଲର୍ସଙ୍କ ସାମ୍ନା କରୁଛନ୍ତି ।

ତେବେ ଏହି ସମୟରେ ଅଭିନେତ୍ରୀଙ୍କ ମାନସିକ ସ୍ଥିତିକୁ ଦୃଢ଼ କରିବା ପାଇଁ ଫିଲ୍ମ ମେକର ହଂସଲ ମେହତା ଆଗକୁ ଆସିଛନ୍ତି । ରାଜ ଏବେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ଅଛନ୍ତି । କିନ୍ତୁ ଟ୍ରୋଲର୍ସଙ୍କ ସାମ୍ନା ଶିଳ୍ପାଙ୍କୁ ଏକା କରିବାକୁ ପଡୁଛି । ତେବେ ଏହି ସମୟରେ ଶିଳ୍ପାଙ୍କୁ ସ୍ପେସ ଦେବା ପାଇଁ ଫିଲ୍ମ ମେକର ହଂସଲ ମେହତା ଟ୍ୱିଟ ଜରିଆରେ କହିଛନ୍ତି ।

 

ଖବର ଅନୁଯାୟୀ, ଶିଳ୍ପାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରଶ୍ନ ପଚରାଯାଇଥିଲା । ରାଜ କୁନ୍ଦ୍ରାଙ୍କ ଫିଲ୍ମ ମାମଲାକୁ ନେଇ ଶିଳ୍ପାଙ୍କୁ ସବୁ କଥା ଅଛପା ଥିଲା ବୋଲି ସେ କହିଥିଲେ । ତେବେ ମିଡିଆରେ ତାଙ୍କ ବିରୁଦ୍ଧରେ ଅନେକ ଖବର ଆସୁଥିବା ବେଳେ ଏଥିପାଇଁ ସେ ସେସବୁ ମିଡିଆ ହାଉସ ଉପରେ ମାନହାନି ମୁକଦ୍ଦମା ଦାୟର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.