ଆଜି ୫୬ ବର୍ଷରେ ପାଦ ଥାପିଲେ ଦବଙ୍ଗ ଖାନ୍‌, ଧୂମଧାମରେ ଚାଲିଛି ସେଲିବ୍ରେସନ୍

ମୁମ୍ବାଇ: ଆଜି ଭାଇଜାନଙ୍କ ଜନ୍ମଦିନ । ୫୬ ବର୍ଷରେ ପାଦ ଥାପିଲେ ଦବଙ୍ଗ ଖାନ୍‌ । ନିଜର ୫୬ତମ ଜନ୍ମଦିନକୁ ଧୂମଧାମରେ ସେଲିବ୍ରେଟ କରୁଛନ୍ତି ସଲମାନ । ଗତକାଲି ସଲମାନଙ୍କ ଫାର୍ମ ହାଉସରେ ପାର୍ଟିର ଆୟୋଜନ କରାଯାଇଥିଲା । ଭାଇଜାନଙ୍କୁ ବର୍ଥଡ଼େ ଓ୍ଵିସ୍‌ କରିବାକୁ ତାଙ୍କ ଫାର୍ମ ହାଉସ୍‌ ବାହାରେ ଜମିଥିଲା ଫ୍ୟାନଙ୍କ ଭିଡ଼ ।

ସୂଚନା ଥାଉକି, ବଡ ଦିନ ପାଳନ ସମୟରେ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କୁ କାମୁଡ଼ି ଦେଇଥିଲା ସାପ। ପନବେଲ ସ୍ଥିତ ଫାର୍ମ ହାଉସ୍‌ରେ ଶନିବାର ବିଳମ୍ବିତ ରାତିରେ ଏକ ସାପ ସଲମାନ୍‌ଙ୍କୁ କାମୁଡ଼ି ଦେଇଥିବା ଜଣାପଡଇଥିଲା। ପରିବାର ଲୋକେ ତାଙ୍କୁ ମୁମ୍ବାଇର କାମୋଠେ ଅଞ୍ଚଳରେ ଥିବା ଏମ୍‌ଜିଏମ୍‌ (ମହାତ୍ମାଗାନ୍ଧୀ ମିଶନ ହସ୍ପିଟାଲ)ରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ଯାଞ୍ଚ ପରେ ଜାଣିଥିଲେ ଯେ ସଲମାନ୍‌ଙ୍କୁ ଏକ ବିଷ ନଥିବା ସାପ କାମୁଡ଼ିଛି। ଫଳରେ ଭାଇଜାନ୍‌ଙ୍କ ଉପରେ ଏତେଟା ପ୍ରଭାବ ପଡ଼ିନଥିଲା।

salman khan

ଚିକିତ୍ସା ପରେ ସଲମାନ ଖାନ୍‌ ଘରକୁ ଫେରିଥିଲେ। ଏବେ ତାଙ୍କ ଅବସ୍ଥା ଭଲ ଅଛି। ସାପଟି ବିଷାକ୍ତ ନଥିବାରୁ ସେ ବିପଦମୁକ୍ତ ଥିବା ଡାକ୍ତର କହିଥିଲେ। ଏଣୁ ଖୁବ୍‌ଶୀଘ୍ର ସଲମାନ୍‌ ସୁସ୍ଥ ଅନୁଭବ କରିବା ପରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ଫାର୍ମ ହାଉସରେ ପାର୍ଟିର ଆୟୋଜନ କରିବା ସହ ନିଜ ବନ୍ଧୁ ଓ ପରିବାର ଲୋକଙ୍କ ସହ ଖୁବ୍ ମସ୍ତି କରିଛନ୍ତି।

ତେବେ ସଲମାନ୍‌ଙ୍କୁ ସାପ କାମୁଡ଼ିବା କଥା ଫ୍ୟାନ୍‌ମାନେ ଜାଣିବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ଏହାସହିତ ବର୍ଥଡ଼େ ଓ୍ଵିସ୍‌ କରି ଅନେକ ଶୁଭକାମନା ଜଣାଇଛନ୍ତି।