ଏବେ ହ୍ୱାଟ୍‌ଆପ୍‌ ମାଧ୍ୟମରେ ଜାଣିହେବ ବ୍ୟାଙ୍କ ବାଲାନ୍ସ , କରନ୍ତୁ ଏହି କାମ

ହ୍ୱାଟ୍‌ଆପ୍‌ରରେ କେବଳ ପ୍ରିୟଜନଙ୍କ ସହ ଚାଟ୍ କରିବା, ଫଟୋ, ଭିଡିଓ ଏବଂ ଡକ୍ୟୁମେଣ୍ଟ୍ ସେୟାର କରିବା ନୁହେଁ ବରଂ ଏଣିକି ଘରେ ବସି ଆପଣଙ୍କର ବ୍ୟାଙ୍କ ବାଲାନ୍ସ ଯାଞ୍ଚ ମଧ୍ୟ କରିପାରିବେ। ହଁ, ଆଜ୍ଞା, ଆପଣ କିଛି ସେକେଣ୍ଡରେ ହ୍ୱାଟ୍‌ଆପ୍‌ ମାଧ୍ୟମରେ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ର ସମସ୍ତ ବିବରଣୀ ପାଇପାରିବେ। ଏଥିପାଇଁ କଣ କରିବାକୁ ପଡିବ, ଆସନ୍ତୁ ସବୁକିଛି ବିସ୍ତୃତ ଭାବରେ ଜାଣିବା …

ବାସ୍ତବରେ, ହ୍ୱାଟ୍‌ଆପ୍‌ ପେମେଣ୍ଟସ୍ ହେଉଛି ଏକ UPI ଆଧାରିତ ସେବା ଯାହା ପ୍ରଥମେ ବିଟା ପରୀକ୍ଷଣର ଅଂଶ ଭାବରେ ୨୦୧୮ ରେ ଆରମ୍ଭ କରାଯାଇଥିଲା । ଏହି ଫିଚର ନଭେମ୍ବର ୨୦୨୦ ରେ ଦେଶର ସମସ୍ତ ୟୁଜର୍ସ ମାନଙ୍କ ପାଇଁ ଉପଲବ୍ଧ କରାଗଲା । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ସହଭାଗିତାରେ ହ୍ୱାଟ୍‌ଆପ୍‌ ପେମେଣ୍ଟସ୍ ବିକଶିତ ହୋଇଛି ଏବଂ ୨୨୭ ରୁ ଅଧିକ ବ୍ୟାଙ୍କ ସହଭାଗିତାରେ ଏକ ରିଅଲ୍ ଟାଇମ୍ ପେମେଣ୍ଟ ସିଷ୍ଟମ ଯୋଗାଉଛି ।

ଏହି ଫିଚର ଉପଭୋକ୍ତାମାନଙ୍କୁ ତୁରନ୍ତ ଟଙ୍କା ପଠାଇବା ଏବଂ ଗ୍ରହଣ କରିବାକୁ ଅନୁମତି ଦିଏ । ଏହା ମଧ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସକୁ ଆପରୁ ଯାଞ୍ଚ କରିବାକୁ ସୁବିଧା କରିଥାଏ ହ୍ୱାଟ୍‌ଆପ୍‌ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ୍ ବାଲାନ୍ସ ଯାଞ୍ଚ କରିବାର ଦୁଇଟି ଉପାୟ ଅଛି । ଆପଣ ଆପରେ ଥିବା ସେଟିଂ ବିଭାଗରୁ ବାଲାନ୍ସ ଯାଞ୍ଚ କରିପାରିବେ କିମ୍ବା ଟଙ୍କା ପଠାଇବା ସମୟରେ ପେମେଣ୍ଟ ସ୍କ୍ରିନରୁ ଏହାକୁ ଯାଞ୍ଚ କରିପାରିବେ ।

ହ୍ୱାଟ୍‌ଆପ୍‌ରେ ବ୍ୟାଙ୍କ୍‌ ବାଲାନ୍ସ ଚେକ୍‌ କରିବା ପାଇଁ ପ୍ରଥମ ଷ୍ଟେପ୍‌ –

୧- ନିଜ ଫୋନ୍‌ରେ ହ୍ୱାଟ୍‌ସଆପ୍‌ ଖୋଲନ୍ତୁ ।

୨- ଯଦି ଆପଣଙ୍କ ପାଖରେ ଆଣ୍ଡ୍ରଏଡ୍‌ ଫୋନ୍‌ ଅଛି , ତେବେ More ଅପସନ ଉପରେ ଟାପ୍ କରନ୍ତୁ । ଯଦି ଆପଣଙ୍କ ପାଖରେ ଆଇଫୋନ୍‌ ଅଛି ତ ସେଟିଂରେ ଟାପ୍‌ କରନ୍ତୁ ।

୩- ଏବେ ପେମେଣ୍ଟରେ ଟାପ୍‌ କରନ୍ତୁ।

୪- ପେମେଣ୍ଟ ଉପାୟ ଅନ୍ତର୍ଗତ, ସମ୍ୱନ୍ଧିତ ବ୍ୟାଙ୍କ୍‌ ଆକାଉଣ୍ଟରେ ଟାପ୍‌ କରନ୍ତୁ

୫- ଏଠାରେ ଭିୟୁ ଆକାଉଣ୍ଟ ବାଲାନ୍ସରେ ଟାପ୍‌ କରନ୍ତୁ ଏବଂ ନିଜର ୟୁପିଆଇ ପିନ୍‌ ଦିଅନ୍ତୁ ।

ଦ୍ୱିତୀୟ ଷ୍ଟେପ୍‌-

୧- ପେମେଣ୍ଟ ମେସେଜ ସ୍କ୍ରିନରୁ, ଆପଣଙ୍କର ଉପଲବ୍ଧ ପେମେଣ୍ଟ ପଦ୍ଧତି ଉପରେ ଟ୍ୟାପ୍ କରନ୍ତୁ ।

୨- ଭିୟୁ ଆକାଉଣ୍ଟ ବାଲାନ୍ସ ଉପରେ ଟ୍ୟାପ୍ କରନ୍ତୁ ।

୩- ଯଦି ଆପଣଙ୍କର ହ୍ୱାଟ୍‌ସଆପ୍‌ ଆକାଉଣ୍ଟ୍ ସହିତ ଏକାଧିକ ବ୍ୟାଙ୍କ ଆକାଉଣ୍ଟ୍ ଲିଙ୍କ୍ ଅଛି, ତେବେ ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟ ଚୟନ କରନ୍ତୁ ।

୪- ଆପଣଙ୍କର UPI PIN ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.