ଗର୍ଭବତୀ ଅଛନ୍ତି କି ଇଲିଆନା ଡିକ୍ରୁଜ୍! ଶୁଣନ୍ତୁ ତାଙ୍କ ନିଜ ମୁହଁରୁ ସତ କଣ

ବଲିଉଡ ଓ ଗୁଜବ ସବୁବେଳେ ପରସ୍ପର ସହ ଜଡ଼ିତ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି କେହି ନାହିଁ ଯାହାକୁ ନେଇ କିଛି ଗୁଜବ ପ୍ରଚାରିତ ହୋଇନାହିଁ। ଏଭଳି ଏକ ଗୁଜବ ନିକଟରେ ଅଭିନେତ୍ରୀ ଇଲିଆନା ଡିକ୍ରୁଜଙ୍କ ନାଁ ରେ ବି ଶୁଣିବାକୁ ମିଳିଛି। ଏନେଇ ସେ ନିଜେ ହିଁ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି। ଇଲିଆନାଙ୍କ ବିଷୟରେ କୁହାଯାଉଥିଲା ଯେ ଗର୍ଭବତୀ ଥିଲେ।

ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଇଲିଆନା ବିଭିନ୍ନ ଗୁଜବ ବିଷୟରେ ଆଲୋଚନା କରିଥିଲେ। ଏ ଅବସରରେ ସେ ନିଜକୁ ନେଇ ଆସିଥିବା ଗୁଜବ ବିଷୟରେ କହିଛନ୍ତି ଯେ ଥରେ ଇଣ୍ଡଷ୍ଟ୍ରିରେ କଥା ଉଠିଥିଲା ଇଲିଆନା ଗର୍ଭପାତ କରାଇଛନ୍ତି। ଏହା ଶୁଣି ସେ ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ଏଭଳି କଥା କେଉଁଠୁ ଆସେ ବୋଲି ସେ ବୁଝିପାରନ୍ତିନି ବୋଲି କହିଛନ୍ତି। ଏସବୁ କଥା ନିରାଶାଜନକ ବୋଲି କହିଛନ୍ତି ଇଲିଆନା।

ପ୍ରକାଶ ଯେ ୨୦୧୮ରେ ଇଲିଆନା ଗର୍ଭପାତ କରିଛନ୍ତି ବୋଲି ଗୁଜବ ପ୍ରଚାରିତ ହୋଇଥିଲା। ଏହି ଗୁଜବ ଏତେ ମାତ୍ରାରେ ପ୍ରଚାରିତ ହୋଇଥିଲା ଯେ ଇଲିଆନା ବାଧ୍ୟ ହୋଇ ମାମଲାରେ ମୁହଁ ଖୋଲିଥିଲେ। ସେ ଗର୍ଭବତୀ ହୋଇନଥିବା ନେଇ ଏକ ପୋଷ୍ଟ କରି ଏସବୁ ଗୁଜବକୁ ଖାରଜ କରିଥିଲେ। ତେବେ କେବଳ ଏହି ଗୋଟିଏ ନୁହେଁ ପରେ ଆଉ ଏକ ଗୁଜବ ଆସିଥିଲା ଯେ ଇଲିଆନା ଆତ୍ମହତ୍ୟା କରିଛନ୍ତି। ଯାହା ଶୁଣି ଇଲିଆନା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.