ସବୁଠି ‘ଜବାନ’ କ୍ରେଜ୍ : ହାଉସଫୁଲ ରହିଛି ସିନେମା ହଲ୍, ମିଳୁନି ଟିକେଟ୍

ଆଜି ରିଲିଜ ହୋଇଛି ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ । ଏଥିପାଇଁ ପ୍ରାୟ ସମସ୍ତ ହଲ୍ ରହିଛି ହାଉସଫୁଲ । କିଙ୍ଗଖାନ୍ଙ୍କ ପ୍ରଂଶସକ ଠାରୁ ଆରମ୍ଭ କରି ସିନେପ୍ରେମୀ ଯାଏଁ ସମସ୍ତେ ‘ଯୱାନ'କୁ ବଡପରଦାରେ ଦେଖିବାକୁ ଚାହିଁରହିଛନ୍ତି । ଏଥିପାଇଁ ଆଡଭାନ୍ସ ଟିକେଟ ବିକ୍ରିରେ ବି ରେକର୍ଡ କରିଛି ସିନେମା ।

ଫଟାନର ଅପୂର୍ବ ସଫଳତା ପରେ ପରଦାକୁ ଆସୁଛି ଜବାନ। ସବୁଠି ଜବାନ କ୍ରେଜ୍। ଆଜି ରିଲିଜ ହୋଇଛି ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ । ଏଥିପାଇଁ ପ୍ରାୟ ସମସ୍ତ ହଲ୍ ରହିଛି ହାଉସଫୁଲ । କିଙ୍ଗଖାନ୍ଙ୍କ ପ୍ରଂଶସକ ଠାରୁ ଆରମ୍ଭ କରି ସିନେପ୍ରେମୀ ଯାଏଁ ସମସ୍ତେ ‘ଜବାନ’କୁ ବଡପରଦାରେ ଦେଖିବାକୁ ଚାହିଁରହିଛନ୍ତି । ଏଥିପାଇଁ ଆଡଭାନ୍ସ ଟିକେଟ ବିକ୍ରିରେ ବି ରେକର୍ଡ କରିଛି ସିନେମା । ପ୍ରଥମ ଦିନ ପାଇଁ ଆଗୁଆ ସାଢେ ୭ ଲକ୍ଷ ଟିକେଟ୍ ବିକ୍ରି ସରିଥିବା ବେଳେ ପ୍ରାୟ ସମସ୍ତ ହଲ୍ ଗୁଡିକ ହାଉସଫୁଲ ରହିଛି ।

ରାଜଧାନୀ ଭୁବନେଶ୍ବର ସମେତ ସାରା ଦେଶରେ କ୍ରେଜି ଫ୍ୟାନ୍। ବଡ଼ ପରଦାରେ ଫିଲ୍ମ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ସମସ୍ତେ। ହଲ୍ ଆଗରେ କେଉଁଠି ବିରାଟ ପୋଷ୍ଟର ଲାଗିଛି ତ ପୁଣି କେଉଁଠି କିଙ୍ଗ ଖାନଙ୍କ କଟ ଆଉଟ ମନ ମୋହୁଛି। ଦମଦାର ଆକ୍ସନରେ ଭରପୁର ରହିଛି ଫିଲ୍ମ । ଏଟଲିଙ୍କ ନିର୍ଦ୍ଦେଶନାରେ ଜୱାନରେ ନୟନତାରା, ବିଜୟ ସେତୁପତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଦୀପିକା ପାଦୁକୋନ୍ , ସାନ୍ୟା ମଲହୋତ୍ରା ଓ ସୁନୀଲ ଗ୍ରୋଭର ବି ଗୁରୁତ୍ବ ପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମ ପାଇଁ ବିଭିନ୍ନ ହଲରେ ଆଗୁଆ ବୁକିଂ କରାଯାଇଛି। ଜବାନ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସାରା ବିଶ୍ବରେ ରିଲିଜ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.