ହସ୍ପିଟାଲ ବେଡ୍‌ରେ ‘ଯୋଦ୍ଧା ଆକବର’ ଫେମ୍‌ ରଜତ ଟୋକସ୍‌, ଫଟୋ ସେୟାର କରି ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଦେଲେ ସୂଚନା

ଟେଲିଜଗତର ଜଣାଶୁଣା ବ୍ୟକ୍ତିତ୍ୱ ରଜତ ଟୋକସ୍‌ ଏବେ ହସ୍ପିଟାଲରେ। ଛୋଟ ପରଦାରେ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ରଜତ ହସ୍ପିଟାଲ ବେଡ୍‌ରୁ ଫଟୋ ସେୟାର କରିଛନ୍ତି। ପୃଥ୍ଵୀରାଜ ଚୌହ୍ଵାନ ଚରିତ୍ରରେ ହେଉ କି ଯୋଦ୍ଧା ଆକବରର ଆକବର, ପ୍ରତିଟି ଚରିତ୍ରକୁ ଅତି ନିଖୁଣ ଭାବେ ପରଦାରେ ସଜାଇଥିବା ରଜତ ଟୋକସ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ନିଜ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍‌ଙ୍କୁ ସୂଚନା ଦେଇଛନ୍ତି ରଜତ। ତେବେ ବର୍ତ୍ତମାନ ଟିଭି ଦୁନିଆରୁ ଦୂରରେ ଥିବା ରଜତ, ଦେହ ଖରାପ ଯୋଗୁ ପୁଣିଥରେ ଖବରର ଶିରୋନାମାକୁ ଆସିଛନ୍ତି।

ନିଜ ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ରଜତ ଟୋକସ୍‌ ନିକଟରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ହସ୍ପିଟାଲର ବେଡ୍‌ରେ ଶୋଇଥିବା ଦେଖାଯାଇଛି। ହସ୍ପିଟାଲର ବେଡ୍‌ରୁ ହିଁ ସେ ଏହି ସେଲ୍ଫି ସେୟାର କରିଛନ୍ତି। ଫଟୋ ସେୟାର କରି ସେ ଏକ ଇମୋସନାଲ କ୍ୟାପ୍‌ସନ୍‌ ବି ଲେଖିଛନ୍ତି। ଏହି କ୍ୟାପ୍‌ସନ୍‌ରୁ ବୁଝାପଡ଼ୁଛି ଯେ ରଜତ ନିଜକୁ ଟିକେ ଆରାମ ଦେବାକୁ ଚାହୁଁଛନ୍ତି।

 

View this post on Instagram

 

A post shared by Rajat (@rajattokas19)

ନିଜ ଫଟୋର କ୍ୟାପସନ୍‌ରେ ରଜତ ଲେଖିଛନ୍ତି, ଜୀବନରେ ସବୁବେଳେ ଚିନ୍ତା ରହିବ। କିନ୍ତୁ ଏହାକୁ କେମିତି ସାମ୍ନା କରିବ ତାହା ଜାଣିବା ନିତାନ୍ତ ଜରୁରୀ। ପ୍ରତ୍ୟେକ ସ୍ଥିତିରେ ଆପଣଙ୍କ ପାଖରେ ବିକଳ୍ପ ରହିଥାଏ। ଏହି ସ୍ଥିତିକୁ କିଭଳି ସାମ୍ନା କରିବେ, ତାହା ନିଜ ଉପରେ ନିର୍ଭର କରେ। ନଚେତ୍‌ ଆପଣଙ୍କ ଶରୀର ସ୍ୱାଭାବିକ ଭାବେ ଏହା ସହ ହିଁ ପରିଚିତ ହୋଇଯାଏ। ଯେତେବେଳେ ବି ଲାଗୁଛି ଯେ ଆରାମ କରିବାକୁ ସମୟ ନାହିଁ, ଜାଣିନିଅନ୍ତୁ ଯେ ସେହି ସମୟରେ ଆପଣଙ୍କୁ ଆରାମ କରିବା ନିହାତି ଦରକାର।

 

View this post on Instagram

 

A post shared by Rajat (@rajattokas19)

ନିଜର ଏହି ପୋଷ୍ଟରେ ରଜତ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ କୌଣସି ଆଘାତ ଲାଗିନାହିଁ କି ସେ ଗୁରୁତର ବି ନାହାନ୍ତି। ଓ୍ଵାର୍କ ଆଉଟ୍‌ ଯୋଗୁ ବି ସେ ଅସୁସ୍ଥ ହୋଇନାହାନ୍ତି। ଖୁବ୍‌ଶୀଘ୍ର ସେ ସୁସ୍ଥ ହେବେ ବୋଲି ଆଶା କରିଛନ୍ତି।

ପ୍ରକାଶ ଯେ ରଜତ ଟୋକସ୍‌ଙ୍କୁ ଦର୍ଶକେ ପୃଥ୍ଵୀରାଜ ଚୌହ୍ଵାନ, ଚନ୍ଦ୍ର ନନ୍ଦିନୀ, ନାଗିନ ୩, ଯୋଦ୍ଧା ଆକବର ପ୍ରମୁଖ ସିରିୟଲରେ ଦେଖିଛନ୍ତି। ଏବେ କିଛି ଦିନ ହେଲା ସେ ଟିଭି ଜଗତରୁ ଦୂରରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.