ମା ହେବା ପରେ ପ୍ରଥମ ଥର ପାଇଁ ନିଜର ଭାବନାକୁ ସେୟାର କଲେ କାଜଲ ଅଗ୍ରୱାଲ, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଏମିତି କିଛି…

ସାଉଥ୍ ଏବଂ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଯାହାକୁ ସେ ନୀଲ ନାମରେ ନାମିତ କରିଥିଲେ। ମା ହେବା ପରେ କାଜଲ ସୋସିଆଲ ମିଡିଆରେ ନିଜର ଭାବନା ପ୍ରକାଶ କରିଛନ୍ତି। ଏକ ଲମ୍ବା ପୋଷ୍ଟ ସେୟାର୍ କରିବାବେଳେ ସେ ପୋଷ୍ଟ ପାର୍ଟମ୍ ଡିପ୍ରେସନ୍ ବିଷୟରେ କହିଛନ୍ତି।।କାଜଲ ଲେଖିଛନ୍ତି, ମୋ ପୁଅ ନୀଲକୁ ମୁ ଦୁନିଆକୁ ଆଣି ବହୁତ ଖୁସି।

ଅଭିନେତ୍ରୀ ଲେଖିଛନ୍ତି, ପିଲାକୁ ଜନ୍ମ ଦେବା ଏକ ଦୀର୍ଘ, କ୍ଲାନ୍ତକାରୀ କିନ୍ତୁ ସନ୍ତୋଷଜନକ ପ୍ରକ୍ରିୟା। ଜନ୍ମର କିଛି ସେକେଣ୍ଡ ପରେ ଯେତେବେଳେ ମୁଁ ପ୍ରଥମ ଥର ପାଇଁ ନିଲକୁ ମୁଁ ଧରିଲି, ସେତେବେଳେ ଏହି ମୁହୂର୍ତ୍ତକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ଅବଶ୍ୟ ସବୁକିଛି ସହଜ ହୋଇନାହିଁ। କେତେ ରାତି ଶୋଇ ନାହିଁ ଏବଂ ଚିନ୍ତାରେ ବି ରହିଛି। ​​କିନ୍ତୁ ନୀଲର ଜନ୍ମ ପରେ ସବୁକିଛି ଠିକ୍ ମନେ ହେଉଛି। ଏବେ ସକାଳର ଆରମ୍ଭ ପୁଅକୁ ସ୍ନେହରେ ଆଲିଙ୍ଗନ କରିବା, ପରସ୍ପରର ଆଖିରେ ଦେଖିବା, ତାଙ୍କୁ ଚୁମ୍ବନ ଦେବା ସହିତ ହେଉଛି। ବର୍ତ୍ତମାନ ଆମେ ଦୁହେଁ ପରସ୍ପରକୁ ଚିହ୍ନିପାରୁଛୁ, ଆଗକୁ ବଢୁଛୁ, ଶିଖୁଛୁ ଏବଂ ଏହି ଚମତ୍କାର ଯାତ୍ରାରେ ଏକତ୍ର ଆଗକୁ ବଢିବାକୁ ଚେଷ୍ଟା କରୁଛି। ସତ୍ୟ ହେଉଛି ପୋଷ୍ଟ ପାର୍ଟମ୍ ଗ୍ଲାମରସ୍ ନୁହେଁ କିନ୍ତୁ ଏହା ସୁନ୍ଦର ନିଶ୍ଚିନ୍ତ।

ସୂଚନାଥାଉ କି, ଏହି କପଲ୍‌ ୩୦ ଅକ୍ଟୋବର, ୨୦୨୦ରେ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏଥିରେ କେବଳ ଉଭୟ ପରିବାରର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ସାମିଲ ହୋଇଥିଲେ। ଗୌତମ ଓ କାଜଲଙ୍କ ସାକ୍ଷାତ ଏକ କମନ୍‌ ଫ୍ରେଣ୍ଡ୍‌ ମାଧ୍ୟମରେ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇ ଧୀରେ ଧୀରେ ଏହା ପ୍ରେମରେ ବଦଳିଥିଲା। ବିବାହ ଏବଂ ପରେ ପ୍ରେଗ୍‌ନାନ୍ସି ଯୋଗୁ କାଜଲ ବହୁ ଦିନ ହେବ ଇଣ୍ଡଷ୍ଟ୍ରୀରୁ ଦୂରେଇ ଅଛନ୍ତି। ଏବେ ସେ ନିଜର ପୂରା ସମୟ ପୁଅକୁ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.