କାଜୋଲ ଜୁହୁରେ କିଣିଲେ ଦୁଇଟି ଆପାର୍ଟମେଣ୍ଟ; ଦାମ୍‌ କୋଟିଏ ଉପରେ!

ବଲିଉଡ ଅଭିନେତ୍ରୀ କାଜୋଲ ନିଜ ଅଭିନୟ ଯାଦୁରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍‌ କରନ୍ତି। ଅଭିନେତା ଅଜୟ ଦେବଗନଙ୍କ ଅଭିନେତ୍ରୀ ପତ୍ନୀ କାଜୋଲ ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। କାହିଁକି ନା, ସେ ଜୁହୁ ଭଳି ଏକ ପୋସ୍ ଅଞ୍ଚଳରେ ଗୋଟିଏ ନୁହେଁ, ଦୁଇଟି ଆପାର୍ଟମେଣ୍ଟ ଏକ ସାଥୀରେ କିଣିଛନ୍ତି। ଆସନ୍ତୁ ଜାଣିବା ଏଗୁଡ଼ିକର ମୂଲ୍ୟ କେତେ? କାଜୋଲ ମୁମ୍ବାଇର ଜୁହୁସ୍ଥିତ ବିଲ୍ଡିଂ ‘ଅନନ୍ୟା’ରେ ଦୁଇଟି ଫ୍ଲାଟ କିଣିଛନ୍ତି। ଏହାର ମୋଟ ମୂଲ୍ୟ ପାଖାପାଖି ୧୧ କୋଟି ୯୫ ଲକ୍ଷ ଟଙ୍କା କୁହାଯାଉଛି। କାଜୋଲ ଜାନୁଆରୀରେ ହିଁ ଏହି ଦୁଇଟି ଫ୍ଲାଟ ପାଇଁ ମୋଟା ପରିମାଣର ଅର୍ଥ ପ୍ରଦାନ କରିଛନ୍ତି। କାଜୋଲ ଓ ଅଜୟ ଦେବଗନଙ୍କ ପାଖରେ ମୁମ୍ବାଇରେ ପୂର୍ବରୁ ହିଁ ଦୁଇଟି ବିଳାସପୂର୍ଣ୍ଣ ବଙ୍ଗଳା ରହିଛି।

ଏକ ରିପୋର୍ଟ ମୁତାବକ, ଏହି ଦୁଇଟି ଫ୍ଲାଟ ବିଲ୍ଡିଂର ଦଶମ ମହଲାରେ ଅଛି। ଦୁଇଟି ଯାକ ଫ୍ଲାଟ ୨୦୦୦ ବର୍ଗଫୁଟରେ ବିସ୍ତାର ହୋଇଛି। କାଜୋଲଙ୍କର ଏହି ଦୁଇଟି ନୂଆ ଆପାର୍ଟମେଣ୍ଟ ତାଙ୍କ ଶିବଶକ୍ତି ବଙ୍ଗଳା ପାଖରେ ରହିଛି। ସମ୍ପତ୍ତିର ଦସ୍ତାବିଜ୍‌ଗୁଡ଼ିକ ଉପରେ ‘ତ୍ରୟକ୍ଷ ପ୍ରୋଜେକ୍ଟସ୍ ପ୍ରାଇଭେଟ୍‌ ଲିମିଟେଡ୍’ ସହିତ କାଜୋଲ ଦେବଗନଙ୍କର ଦସ୍ତଖତ ରହିଛି। କାଜୋଲ ନିଜ ସ୍ୱାମୀ ଅଜୟ ଦେବଗନ, ପୁଅ ୟୁଗ ଓ ଝିଅ ନ୍ୟାସାଙ୍କ ସହିତ ମୁମ୍ବାଇର ଜୁହୁ ଅଞ୍ଚଳରେ ରହୁଛନ୍ତି। ଅଜୟ ଦେବଗନ ଓ କାଜୋଲଙ୍କ ବଙ୍ଗଳାର ନାମ ହେଉଛି ‘ଶିବଶକ୍ତି’। ଏହି ବଙ୍ଗଳା ଭିତରୁ ଏବଂ ବାହାରୁ, ଉଭୟ ପଟୁ ବହୁତ ସୁନ୍ଦର ଦେଖା ଯାଇଥାଏ।

କାଜୋଲ ହାଇ-ଫାଇ ହେବାଠାରୁ ଦୂରେଇ ରୁହନ୍ତି ଏବଂ ତାଙ୍କର ସିମ୍ପ୍ଲିସିଟି ହିଁ ଫ୍ୟାନ୍‌ମାନଙ୍କର ମନ ମୋହି ନେଇଥାଏ। ତାଙ୍କ ସରଳତା ଫ୍ୟାନମାନଙ୍କୁ ଆକର୍ଷିତ କରିଥାଏ। ଉଭୟ ଘରର ଦୃଶ୍ୟ ମଧ୍ୟ ତାଙ୍କର ଏହି ବ୍ୟକ୍ତିତ୍ୱକୁ ଦର୍ଶାଇଛି। କାଜୋଲ ଓ ଅଜୟ ଏହା ପୂର୍ବରୁ ଜୁହୁର ପୋସ୍ ସୋସାଇଟିରେ ୬୦ କୋଟି ଟଙ୍କା ମୂଲ୍ୟର ଏକ ନୂଆ ବଙ୍ଗଳା ମଧ୍ୟ କିଣିଥିଲେ। କାଜୋଲ ଓ ଅଜୟଙ୍କର ଏହି ବଙ୍ଗଳା ନିକଟରେ ହ୍ରିତିକ ରୋଶନ, ଅକ୍ଷୟ କୁମାର, ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କର ବଙ୍ଗଳା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.