କ୍ୟାରିୟରର ସବୁଠୁ ବଡ଼ ହିଟ୍ ଦେଲେ କମଲ ହାସନ୍ ! ୩ ଦିନରେ ୧୫୦ କୋଟି ଟଙ୍କା ରୋଜଗାର କଲା ‘ବିକ୍ରମ’
ସାଉଥ୍ ସୁପରଷ୍ଟାର କମଲ ହାସନଙ୍କର ନୂଆ ଫିଲ୍ମ ‘ବିକ୍ରମ’ ଏବେ ସିନେମା ହଲ୍ରେ ଧମାଲ କରୁଛି। ଅକ୍ଷୟ କୁମାରଙ୍କ ସମ୍ରାଟ୍ ପୃଥ୍ଵୀରାଜକୁ ପଛରେ ପକାଇ ବିକ୍ରମ ରିଲିଜ୍ର ତିନି ଦିନ ଭିତରେ ୧୫୦ କୋଟି ଟାର୍ଗେଟ୍କୁ ପାର କରିଛି। ଏହି ଫିଲ୍ମ ଦେଖିବାକୁ ସିନେମା ହଲ୍ରେ ଦର୍ଶକଙ୍କ ପ୍ରବଳ ମାତ୍ରାରେ ଭିଡ଼ ଜମୁଛି। ରିଲିଜ୍ର ପ୍ରଥମ ଦିନରେ ହିଁ ବିକ୍ରମ ସମ୍ରାଟ୍ ପୃଥ୍ଵୀରାଜ ଓ ମେଜରଠାରୁ ଅଧିକ କଲେକ୍ସନ୍ କରିଛି। ଏହି ଧାରା ଏବେ ବି ଜାଣି ରହିଛି। ଏହି ଫିଲ୍ମକୁ ନେଇ ନିର୍ମାତା ବେଶ୍ ଆଶାବାଦୀ ଥିବା ବେଳେ ଫିଲ୍ମ ମଧ୍ୟ ହିଟ୍ ସାବ୍ୟସ୍ତ ହୋଇଛି।
ରିଲିଜ୍ର ପ୍ରଥମ ସପ୍ତାହରେ ହିଁ ବିକ୍ରମ ଜବରଦସ୍ତ ରୋଜଗାର କରି ୧୫୦ କୋଟି କ୍ଲବ୍ରେ ସାମିଲ ହୋଇଛି। ରିପୋର୍ଟ ମୁତାବକ, ଏହି ଫିଲ୍ମ କମଲ ହାସନଙ୍କ କ୍ୟାରିୟରର ସବୁଠୁ ବଡ଼ ବ୍ଲକ ବଷ୍ଟର ସାବ୍ୟସ୍ତ ହୋଇଛି। ଲୋକେଶ କନଗରାଜଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ସୂର୍ଯ୍ୟାଙ୍କର ଏକ କେମିଓ ବ୍ୟତୀତ ଫହଦ ଫାସିଲ ଓ ବିଜୟ ସେଥୁପଥୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।
ଟ୍ରେଡ୍ ଟ୍ରାକର ଶ୍ରୀଧର ପିଲ୍ଲଇ ସୋମବାର ଟ୍ଵିଟ୍ କରି କହିଥିଲେ ଯେ ବିକ୍ରମ ମାତ୍ର ୩ ଦିନରେ ୧୫୦ କୋଟି ଟଙ୍କାରୁ ଅଧିକ କଲେକସନ୍ କରିଛି। ସେ ଟ୍ଵିଟ୍ କରି ଲେଖିଛନ୍ତି- ବିକ୍ରମ୍କୁ ଏବେ ସାରା ଦୁନିଆର ଲୋକ ଦେଖୁଛନ୍ତି। କେବଳ ଭାରତରେ ହିଁ ଏହି ଫିଲ୍ମ ୧୦୦ କୋଟିରୁ ଅଧିକ ରୋଜଗାର କରିଛି। ଏହି ଫିଲ୍ମ ସବୁଠୁ ବଡ଼ ହିଟ୍ ହେବାକୁ ଯାଉଛି।
#Vikram has turned out to be a universal hit with terrific WOM. The @ikamalhaasan action extravaganza directed by @Dir_Lokesh has grossed over ₹150Cr from worldwide box-office in opening weekend, India alone accounting for ₹100 Cr+. Biggest post pandemic hit from Kollywood!
— Sreedhar Pillai (@sri50) June 6, 2022
ସୂଚନାଯୋଗ୍ୟ ଯେ କମଲ ହାସନ୍ ଏବେ ୬୭ ବର୍ଷରେ ପାଦ ଦେଇଥିଲେ ବି ତାଙ୍କ ଆକ୍ସନ୍ ନୂଆ ନୂଆ ଅଭିନେତାଙ୍କ ଉପରେ ଭାରି ପଡ଼ୁଥିବା ଦେଖାଯାଇଛି। ୨୦୧୮ ମସିହାରେ ସେ ଶେଷ ଥର ପାଇଁ ଫିଲ୍ମ ‘ବିଶ୍ୱରୂପମ୍’ରେ ନଜର ଆସିଥିଲେ। ଏହି ଫିଲ୍ମ ତାମିଲ ବ୍ୟତୀତ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ୍ ହୋଇଥିଲା। ଦୀର୍ଘ ଦିନ ହେଲାଣି ଫ୍ୟାନ୍ ତାଙ୍କ ଫିଲ୍ମ ବିକ୍ରମକୁ ଅପେକ୍ଷା କରିଥିଲେ।
ଅନ୍ୟପଟେ ଅକ୍ଷୟ କୁମାରଙ୍କ ଫିଲ୍ମ ସମ୍ରାଟ୍ ପୃଥ୍ଵୀରାଜ ମଧ୍ୟ ସପ୍ତାହ ଅନ୍ତରେ ଭଲ ରୋଜଗାର କରିଛି। ଗତ ୩ ଦିନରେ ଏହି ଫିଲ୍ମ ୩୯ କୋଟିରୁ ଅଧିକ କମାଇଛି।
Also Read: ଅଭିନେତ୍ରୀ କୁବ୍ରାଙ୍କ ବଡ଼ ଖୁଲାସା, କହିଲେ – ‘ପିଲାଦିନେ ମୁଁ ଅନେକ ଥର ମା’ଙ୍କ ଜାଣତରେ ଯୌନ ଶୋଷଣର ଶିକାର ହୋଇଛି’