Below header

ବିକିନିରେ ହଟ୍‌ ଅନ୍ଦାଜ୍‌ରେ ନଜର ଆସିଲେ କାମ୍ୟା ପଞ୍ଜାବୀ, ବିବାହକୁ ନେଇ କହିଲେ ଏମିତି…

ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଏବେ ବୟଫ୍ରେଣ୍ଡ ଶଲଭ ଡାଙ୍ଗଙ୍କ ସହ ଦୁବାଇରେ ଛୁଟି କାଟୁଛନ୍ତି। ଏହି ଭେକେସନ୍‌ର ଫଟୋ କାମ୍ୟା ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋରେ କାମ୍ୟାଙ୍କୁ ବିକିନି ପିନ୍ଧିଥିବା ଦେଖିବାକୁ ମିଳିଛି।

୪୦ ବର୍ଷୀୟା କାମ୍ୟା ବିକିନି ଲୁକ୍‌ରେ ବୋଲ୍ଡ ଦିଶୁଛନ୍ତି। ଫଟୋରେ କାମ୍ୟାଙ୍କୁ ପାଣି ଭିତରେ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି।

ଲୁକ୍‌ କଥା କହିବାକୁ ଗଲେ କାମ୍ୟା ସୁଇମିଂପୁଲ୍‌ରେ ଲାଇଟ୍‌ ମେକ୍‌ଅପ୍‌ରେ ନଜର ଆସିଛନ୍ତି। ତେବେ କୌଣସି ଅତ୍ୟାଧୁନିକ ହେୟାର ଷ୍ଟାଇଲ୍‌ ନ କରି କେବଳ ବେଣୀ ପକାଇ ବିନ୍ଦାସ୍‌ ଅନ୍ଦାଜରେ ଦେଖିବାକୁ ମିଳିଛନ୍ତି କାମ୍ୟା। ଫଟୋରେ ତାଙ୍କୁ ବ୍ଲାକ୍‌ ବିକିନିରେ ଦେଖିବାକୁ ମିଳିଛି।

ପୂର୍ବରୁ ମଧ୍ୟ କାମ୍ୟା ନିଜ ବୟଫ୍ରେଣ୍ଡଙ୍କ ସହ ଫଟୋ ସେୟାର କରିଥିଲେ। ସୂଚନାଯୋଗ୍ୟ ଯେ କାମ୍ୟା ଦିଲ୍ଲୀରେ ରହୁଥିବା ହେଲଥ୍‌ କେୟାର ବିଜ୍‌ନେସ୍‌ମ୍ୟାନ୍‌ ଶଲଭ ଡାଙ୍ଗଙ୍କୁ ଡେଟ୍‌ କରୁଛନ୍ତି। କାମ୍ୟା ନିଜ ରିଲେସନ୍‌ସିପ୍‌ ବିଷୟରେ ସେପ୍ଟେମ୍ବରରେ ଫ୍ୟାନ୍‌ଙ୍କୁ ଜଣାଇଥିଲେ। କାମ୍ୟା ସଲଭଙ୍କ ସହ ନିଜ ସମ୍ପର୍କ ବିଷୟରେ ଏକ ଇଣ୍ଟରଭ୍ୟୁରେ ସୂଚନା ଦେଇଥିଲେ। ଆର ବର୍ଷ ସେ ବିବାହ କରିବେ ବୋଲି କହିଥିଲେ।

କାମ୍ୟା ବର୍ତ୍ତମାନ କଲର୍ସରେ ପ୍ରସାରିତ ସିରିୟଲ୍‌‘ଶକ୍ତି:ଅସ୍ତିତ୍ୱ କେ ଏହସାସ୍‌ କି’ ରେ ପ୍ରୀତି ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କୁ ବିଗ୍‌ବସ୍‌ ୭ରେ ମଧ୍ୟ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.