ଫେସବୁକ ଲାଇକ୍ସ ଲୋକଙ୍କ ମାନସିକତା ଉପରେ କିପରି ପ୍ରଭାବ ପକାଇଥାଏ, ଆସନ୍ତୁ ଜାଣିବେ

ସୋସିଆଲ ମିଡ଼ିଆ ଫେସବୁକ ବିଷୟରେ କିଏ ବା ନ ଜାଣେ । ଆଜିକାଲି ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଫେସବୁକ ବିଷୟରେ ଅବଗତ । ପ୍ରାୟ ସବୁ ପିଢ଼ି ଦିନର ଅଧିକାଂଶ ସମୟ ଏହି ସୋସିଆଲ ମିଡିଆରେ ହିଁ କାଟିଥାନ୍ତି । କିନ୍ତୁ ଜାଣନ୍ତିକି ସୋସିଆଲ ମିଡ଼ିଆ ଦୁନିଆର ରାଜା ଜଣା ଯାଉଥିବା ଫେସବୁକର ମାତ୍ରାଧିକ ବ୍ୟବହାର ସାଧାରଣ ଜୀବନ ଉପରେ କିପରି  ପ୍ରଭାବ ପକାଉଛି ତାହା ବିଷୟରେ ଜାଣିବା । ଫେସବୁକରେ ଅନ୍ୟ ମାନଙ୍କ ପୋଷ୍ଟରେ ଅଧିକ ଲାଇକ ଦେଖିଲେ ଅଧିକାଂଶଙ୍କୁ ଜ୍ବଳନ ହୋଇଥାଏ । ଏହା ସହ ଆପଣଙ୍କ ପୋଷ୍ଟରେ ଅନ୍ୟ ମାନଙ୍କ ତୁଳନାରେ କମ କମେଣ୍ଟ ଆସିଲେ ବି ଅଧିକାଂଶଙ୍କୁ ଖରାପ ଲାଗିଥାଏ ।

ଫେସବୁକ ବ୍ୟବହାରକାରୀଙ୍କ ଏହି  ମାନସିକ ସ୍ଥିତିକୁ ଦୃଷ୍ଟିରେ ରଖି ଫେସବୁକ କମ୍ପାନୀ ଅଫିସିଆଲ ଭାବେ ପ୍ଲାଟଫର୍ମ ଉପରେ ଲାଇକ୍ସ କାଉଣ୍ଟ କରିବା ବ୍ୟବସ୍ଥାକୁ ହାଇଡ଼ କରିବାକୁ ଯାଉଛି । ଏହି ପ୍ରକ୍ରିୟା ସର୍ବପ୍ରଥମେ ଅଷ୍ଟ୍ରେଲିଆରେ ହିଁ ଆରମ୍ଭ ହେବ । ଏହା ପରେ ପୋଷ୍ଟ କରିବା ଵାଲା ନିଜ ଲାଇକ୍ସ ଓ ରିଆକ୍ସନ ଗୁଡିକୁ କାଉଣ୍ଟ ଦେଖିପାରିବେ କିନ୍ତୁ ଅନ୍ୟମାନେ ଏହାକୁ ଦେଖିପାରିବେ ନାହିଁ । ଫେସବୁକ  ତରଫରୁ ଏବାବଦରେ କୁହାଯାଇଛିକି, ଆମେ ଚାହୁଁନାହୁଁ କି ଆମେ ଚାହୁଁନାହୁଁ କି ଫେସବୁକରେ ଲାଇକ୍ସର କମ୍ପିଟିସନ ଏହି ପରି ଲାଗି ରହୁ ।

ସୋସିଆଲ ମିଡିଆରେ ଏହି ଲାଇକ୍ସ  ଯୋଗୁଁ ବ୍ୟବହାରକାରି ମାନେ ଡିପ୍ରେସନ ପରି ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । କେତେ ଲୋକଙ୍କ ଆତ୍ମବିଶ୍ୱାସ ଉପରେ ଫେସବୁକର ଏହି ଲାଇକ୍ସ ଓ କମେଣ୍ଟ ଗୁଡିକ ପ୍ରଭାବ ପକାଇଥାଏ । କେତେ ଲୋକତ ନିଜ ସାଙ୍ଗସାଥି ଓ ବନ୍ଧୁ ପରିଜନ  କମେଣ୍ଟ କି ଲାଇକ୍ସ ନକଲେ ଖରାପ ଭାବିଥାନ୍ତି ।

face book

ସମ୍ପର୍କ ଖରାପ କରୁଛି ଏହି ଲାଇକ୍ସ:

ସାଧାରଣରେ ଅନ୍ୟମାନଙ୍କ ଠାରୁ ପ୍ରଶଂସା ଶୁଣିଲେ ନିଜକୁ ଏକ ଅଶ୍ଵସ୍ତି ଲାଗିଥାଏ । ଏହା ଆମ ଆତ୍ମ ବିଶ୍ୱାସକୁ ଯେପରି ବହୁ ଗୁଣ ବଢାଇଥାଏ । ଫେସବୁକ ଯେମିତି ଏଥିପାଇଁ ଏକ ପ୍ଲାଟଫର୍ମ ସଦୃଶ  । ଏହା ଦ୍ୱାରା ବହୁ ଅଜଣା ଲୋକଙ୍କ ସହ ମଧ୍ୟ ସହଜରେ ସମ୍ପର୍କ ସ୍ଥାପନ କରିହୁଏ । ଫେସବୁକର ଯେମିତି ଅଲଗା ଦୁନିଆ । କିନ୍ତୁ ଯଦି ଆପଣ ଯାହାକୁ ଅଧିକ ଭଲ ପାଉଛନ୍ତି  ସେ ଲାଇକ୍ସ ଓ କମେଣ୍ଟ ନକରନ୍ତି ତେବେ ଏକ ପ୍ରକାର ସଂମ୍ପର୍କ ତୁଟିଯାଏ । ଏମିତିକି ପରସ୍ପର ଭିତରେ ଏକ ମନାନ୍ତର ମଧ୍ୟ ସୃଷ୍ଟି ହୋଇଥାଏ । ଏହି ଛୋଟ ଛୋଟ ମନାନ୍ତର ବହୁ ସମୟରେ ବଡ ଆକାର ଧାରଣ କରିଥାଏ । ବହୁ ସମୟରେ ଏହା ଏକ ବିରାଟ ଅପରାଧର ରୂପ ନେବାକୁ ମଧ୍ୟ ପଛେଇନଥାଏ । ନିଜକୁ ଅସହଜ ମନେକରୁଥିବା ଲୋକ ଏହି ପରି ଏକ ପଦକ୍ଷେପ ନେଇଥାନ୍ତି ।

ଏଥି ସହ ପଢନ୍ତୁ: ହୃଦରୋଗୀ ଏହି ତିନିଟି ଖାଦ୍ୟରୁ ନିଶ୍ଚିତ ରୂପେ ଦୁରେଇ ରୁହନ୍ତୁ

ସବୁ ବର୍ଗ ପସନ୍ଦ କରିଥାନ୍ତି ଲାଇକ୍ସ:

ଛୋଟ ଠୁ ବଡ ସବୁ ବର୍ଗ ପାଇଁ ଲାଇକ୍ସ ଏକ ବଡ ରୂପ ଧାରଣ କରିଛି । ନିଜର କିଛି ପୋଷ୍ଟ ପରେ ସମସ୍ତେ ଏହି ଲାଇକ୍ସକୁ ଚାତକ ପକ୍ଷୀ ପରି ଅନେଇ ବସିଥାନ୍ତି । ଯାହାର ଯେତେ ଲାଇକ୍ସ ବଢେ ସେ ସେତେ ଅଧିକ କ୍ରେଡିଟ ନେଇଥାନ୍ତି । ଏହା ସହ ଏହା ସାଧାରଣରେ ଲୋକଙ୍କର ଆତ୍ମବିଶ୍ୱାସକୁ ମଧ୍ୟ ବଢ଼ିଥାଏ ।

ଫେସବୁକ କହିଛିକି ଏହା ପରେ ହୁଏତ ବ୍ୟବହାରକାରୀ ମାନେ ନିଜ ବିଚାର, ଫୋଟୋ ଓ ଭିଡିଓ ପୋଷ୍ଟ କରିବାରେ ଅଧିକ ସହଜ ହୋଇପାରିବେ । ଏମିତିକି ଏହି ଲାଇକ୍ସ ଯୋଗୁଁ ବହୁ ହତ୍ୟା, ଆତ୍ମ ହତ୍ୟା ପରି ଘଟଣା ମାନ ମଧ୍ୟ ସାମ୍ନାକୁ ଆସିଛି । ଏହାପରେ ଫୋଟୋ ସେୟାରିଂ ପ୍ଲାଟଫର୍ମ ଇଷ୍ଟଗ୍ରାମ ମଧ୍ୟ ୟୁଜର୍ସ ମାନଙ୍କ ପୋଷ୍ଟ ଗୁଡିକ ଲାଇକ୍ସକୁ ହାଇଡ଼ କରିବାର ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ଯିଏ ପୋଷ୍ଟ ସେୟାର କରିଥିବେ ସେମାନଙ୍କ ବ୍ୟତୀତ ଆଉକେହି ଏହି ଲାଇକ୍ସ ଦେଖିପାରିବେ ନାହିଁ । ଏବାବଦରେ ଇନଷ୍ଟାଗ୍ରାମ କୁହାଯାଇଛି ଏ ବ୍ୟବସ୍ଥା ସବୁ ଅଂଚଳକୁ ଯୋଗାଯାଇନଥିବା ବେଳେ ଧୀରେ ଧୀରେ ଏହା ସବୁ ଅଂଚଳକୁ ଯୋଗାଇ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.