Below header

ଅଫ୍‌ ସୋଲଡର ଗାଉନ୍‌ରେ ଫଟୋସୁଟ୍‌ କରୁଛନ୍ତି କଙ୍ଗନା, ଭାଇରାଲ୍‌ ହେଉଛି ଫଟୋ

ବଲିଉଡ୍‌ର କ୍ୱିନ୍‌ ଭାବେ ପରିଚିତ କଙ୍ଗନା ରାଣାଓ୍ଵତ୍‌ ଏବେ ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲତିତାଙ୍କ ବାୟୋପିକ୍‌ ପାଇଁ ବ୍ୟସ୍ତ ଅଛନ୍ତି। ଥଲାଇବୀ ନାମକ ଏହି ଫିଲ୍ମରେ କଙ୍ଗନା ଜୟଲତିତାଙ୍କ ଚରିତ୍ରରେ ନଜର ଆସିବେ। ଏହି ରୋଲ୍‌ ପାଇଁ ସେ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି। ତେବେ ଏସବୁ ମଧ୍ୟରେ ତାଙ୍କର କେତେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଟିମ୍‌ କଙ୍ଗନା ରାଣାଓ୍ଵତ୍‌ ନାମକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି। ଫଟୋରେ କଙ୍ଗନା ଗ୍ଲାମର୍ସ ଲୁକ୍‌ ଦେଉଥିବା ଦେଖିବାକୁ ମିଳିଛି।

ଭାଇରାଲ ହୋଇଥିବା ଫଟୋରେ କଙ୍ଗନା ରାଣାଓ୍ଵତ୍‌ଙ୍କୁ ଡିପ୍‌ ଫ୍ରଣ୍ଟନେକ୍‌ ଥିବା ଅଫ୍‌ ସୋଲଡର ଗାଉନ୍‌ରେ ଦେଖିବାକୁ ମିଳିଛି। ଗାଉନ୍‌ ଭଳି ଦିଶୁଥିବା ଏହି ଡ୍ରେସ୍‌ ସହ କଙ୍ଗନା ବ୍ଲାକ କଲରର ପ୍ୟାଣ୍ଟ ପିନ୍ଧିଛନ୍ତି। କଙ୍ଗନାଙ୍କ ଡ୍ରେସ୍‌ରେ ହ୍ଵାଇଟ୍‌ ଟାଇଗର ପ୍ରିଣ୍ଟ ଏହାକୁ ଅଧିକ ଆକର୍ଷକ କରୁଛି।

ଏହି ଗାଉନ୍‌ ସହ କଙ୍ଗନା ସ୍ମୋକି ଆଇଜ୍‌ର ମେକଅପ୍‌ କରିଛନ୍ତି। ଏଥିସହ ସେ ନ୍ୟୁଡ୍‌ ସେଡ୍‌ର ଲିପଷ୍ଟିକ୍‌ ଲଗାଇଛନ୍ତି।

ଏହାସହ ପଢ଼ନ୍ତୁ: ଇଣ୍ଟରନେଟ୍‌ ପ୍ୟାକ୍‌କୁ ନେଇ ମଜାଳିଆ ଟ୍ଵିଟ୍‌ କଲେ ବିଗ୍‌ ବି, ପଢ଼ିଲେ ଆପଣ ମଧ୍ୟ ନିଜ ହସ ରୋକିପାରିବେନି

କଙ୍ଗନାଙ୍କ ଏହି ଡ୍ରେସ୍‌ର ଡିଜାଇନ୍‌ ମେଲବର୍ଣ୍ଣର ଲୋକପ୍ରିୟ ଫ୍ୟାଶନ୍‌ ଡିଜାଇନ୍‌ର ଟୋନି ମ୍ୟାଟିସଭେସ୍‌କି କରିଛନ୍ତି। ପୂର୍ବରୁ ମଧ୍ୟ ଅନେକ ଥର ଟୋନି କଙ୍ଗନାଙ୍କ ଡ୍ରେସ୍‌ ଡିଜାଇନ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.