Below header

ବାଙ୍କୀ: ବାଆଁରାରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ, ହର୍ପିସ୍‌ ଭୂତାଣୁ ଦ୍ୱାରା ହୋଇଥିଲା ଆକ୍ରାନ୍ତ

ବାଙ୍କୀ(କେନ୍ୟୁଜ୍): ବାଆଁରାରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ । ୱାଇଲ୍‌ଡ ଲାଇଫ୍‌ ପିସିଏଫ୍‌ ଓ ପଶୁ ବିଶେଷଜ୍ଞ ଚିକିତ୍ସା ସତ୍ତ୍ୱେ ହାତୀଟିର ମୃତ୍ୟୁ ହୋଇଛି । ହାତୀଟି ହର୍ପିସ୍‌ ଭୂତାଣୁ ଦ୍ୱାରା ଆକ୍ରାନ୍ତ ଥିଲା । ଗତ ୨୫ ତାରିଖ ରାତିରେ ଚନ୍ଦକା ଅଭୟାରଣ୍ୟରୁ ଖାଦ୍ୟ ଅନେ୍ଵଷଣରେ ଆସିଥିବା ୧୩ଟି ହାତୀଙ୍କ ମଧ୍ୟରୁ ଗାଟିଏ ମାଈ ହାତୀ ବାଆଁରା ନିକଟସ୍ଥ କୂଅମଡ଼ା ପଶିଆରେ ଅସୁସ୍ଥ ହୋଇପଡ଼ିଥିଲା । ଏନେଇ ଡମପଡ଼ା ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଗତ ୨୬ ତାରିଖରେ ନନ୍ଦନକାନନରୁ ପଶୁ ବିଶେଷଜ୍ଞ ଆସି ହାତୀଟିର ଚିକିତ୍ସା କରିଥିଲେ । ୫ ଦିନ ଧରି ଚିକିତ୍ସା କରାଯିବା ପରେ ଆଜି ହାତୀଟିର ମୃତ୍ୟୁ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.