“ଦ କପିଲ ଶର୍ମା ସୋ”ର ଶୁଭାରମ୍ଭ, ନୂଆ ସେଟର ଦେଖନ୍ତୁ ପ୍ରଥମ ଝଲକ

ଲୋକପ୍ରିୟ କମେଡି ସୋ “ଦ କପିଲ ଶର୍ମା ସୋ” ର ଅପକମିଙ୍ଗ ପାର୍ଟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହାକୁ ନେଇ ସୂଚନା ଦେଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ଲୋକଙ୍କୁ ପୁଣି ଥରେ ମନୋରଞ୍ଜନ କରିବା ପାଇଁ ପରଦା ଆଗକୁ ଆସିବେ କପିଲ ଓ ତାଙ୍କ ଟିମ୍। ଲମ୍ବା ସମୟ ପରେ
ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟାଇ ଖୁବ ଶୀଘ୍ର କମେଡିର ଜବରଦସ୍ତ ଡୋଜ ଦେବା ପାଇଁ ମଇଦାନକୁ ଓହ୍ଲାଇବେ କପିଲ।

ଏନେଇ କପିଲ ନିଜ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ନିଜର ନୂଆ ସେଟର ମଧ୍ୟ ଫଟୋ ସେୟାର କରିଛନ୍ତି କପିଲ। ଏହାକୁ ନେଇ ଦର୍ଶକଙ୍କ ଜବରଦସ୍ତ ରିଆକସନ ଆସିଛି।
View this post on Instagram
ତେବେ ଏହି ସିଜିନରେ କିଛି ନୂଆ କଳାକାର କପିଲଙ୍କ ସହ କାମ କରିବେ । ଏହାସହ ସୋ’ର ଫର୍ମାଟରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି। ତେବେ ଏହି ସିଜିନରେ ଅନେକ ଖାସ ଜିନିଷ ଦେଖିବାକୁ ମିଳିବ। ଦର୍ଶକଙ୍କୁ ଏହା ଖୁବ ପସନ୍ଦ ଆସିବ ବୋଲି କପିଲ କହିଛନ୍ତି।