ଆସନ୍ତା ମାସରେ ବିବାହ କରୁଛନ୍ତି ଟିଭିର ନାଗିନ୍ କରିସ୍ମା ତନ୍ନା, ନିଜେ ଦେଲେ ସୂଚନା

ଏବେ କରୋନା କାଳରେ ମଧ୍ୟ ବଲିଉଡ୍ରେ ବିବାହ କିନ୍ତୁ ବନ୍ଦ ହେବାର ନାଁ ଧରୁନି। ସଂକ୍ରମଣ ବ୍ୟାପୁଥିଲେ ବି ସେଲିବ୍ରିଟିମାନେ ବିବାହ କରୁଛନ୍ତି, ସେ ପୁଣି ବେଶ୍ ଧୁମ୍ଧାମ୍ରେ। ନିକଟରେ ମହାଦେବ ଅଭିନେତା ମୋହିତ ରୈନା ଓ ଅଙ୍କିତା ଲୋଖଣ୍ଡେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେହିପରି ଖବର ଆସୁଛି ଯେ ଟିଭିର ଲୋକପ୍ରିୟ ନାଗିନ ମୌନି ରୟ ମଧ୍ୟ ଗୋଆରେ ବିବାହ କରିବେ। ତେବେ ବର୍ତ୍ତମାନ ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ବିବାହ ଖବର ମଧ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଖୁବ୍ଶୀଘ୍ର କରିସ୍ମା ବୟଫ୍ରେଣ୍ଡ୍ ବରୁଣ ବଙ୍ଗେରାଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହର ପୂରା ବିବରଣୀ ବି ଭାଇରାଲ ହେଉଛି।
ଏବେ ସୋସିଆଲ ମିଡିଆରେ କରିସ୍ମା ତନ୍ନାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ସେ ଗଣମାଧ୍ୟମ ସହ କଥା ହେଉଥିବାର ଦେଖିବାକୁ ମିଳିଛି। ପ୍ରତିନିଧିମାନେ ତାଙ୍କୁ ପଚାରୁଛନ୍ତି – ବିବାହ କେବେ? କରିସ୍ମାର ଏହାର କୌଣସି ଜବାବ ନ ଦେଇ ହାତରେ ୫କୁ ଈଶାରା କରିଛନ୍ତି। ତା’ପରେ ପ୍ରତିନିଧିମାନେ ପଚାରୁଛନ୍ତି- କ’ଣ ୫ରେ? ଏହାର ଜବାବରେ କରିସ୍ମା ମୁଣ୍ଡ ହଲାଉଛନ୍ତି।
View this post on Instagram
ସୂଚନାଯୋଗ୍ୟ ଯେ ଗତବର୍ଷ ନଭେମ୍ବର ୧୨ ତାରିଖରେ କିଛି ପରିବାର ସଦସ୍ୟ ଓ ସାଙ୍ଗମାନଙ୍କ ଗହଣରେ କରିସ୍ମା ତନ୍ନା ବରୁଣଙ୍କ ସହ ନିର୍ବନ୍ଧ କରିଥିଲେ। ଏଣୁ ଏବେ ଚର୍ଚ୍ଚା ହେଉଛି ଯେ ସେ ଫେବ୍ରୁଆରୀ ୫ରେ ବିବାହ କରିପାରନ୍ତି।
ପ୍ରକାଶ ଯେ କରିସ୍ମା ତନ୍ନାଙ୍କ ବୟଫ୍ରେଣ୍ଡ୍ ବରୁଣ ବଙ୍ଗେରା ଜଣେ ରିୟଲ ଇଷ୍ଟେଟ୍ ବିଜନେସ୍ମ୍ୟାନ୍। ଫେବ୍ରୁଆରୀ ୫ରେ ବରୁଣ ଓ କରିସ୍ମା ବିବାହ କରିବେ। ରିପୋର୍ଟ ମୁତାବକ, ୪ ଫେବ୍ରୁଆରୀରେ କରିସ୍ମାଙ୍କ ମେହେନ୍ଦୀ, ହଳଦୀ ଓ ସଙ୍ଗୀତ ଆୟୋଜିତ କରାଯିବ। ଫେବ୍ରୁଆରୀ ୬ରେ ରିସେପସନ୍ ଦିଆଯିବାକୁ ଫାଇନାଲ ହୋଇଛି।