ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ଆଡଭାଇଜରି ଜାରି, ଘରେ ରହିବାକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ଆଡଭାଇଜରି ଜାରି । ସବୁବେଳେ ଘରେ ରହିବାକୁ ପରାମର୍ଶ। ବାହାର ଲୋକଙ୍କୁ ଘରେ ପୂରାନ୍ତୁ ନାହିଁ। ଯଦି କାହାକୁ ଭେଟିବା ନିହାତି ଦରକାର, ୧ ମିଟର ଦୂରତା ରଖନ୍ତୁ । ଘରେ ଚଲାବୁଲା କରି ଆକ୍ଟିଭ ରୁହନ୍ତୁ। ମାର୍କେଟ, ପାର୍କ, ଧର୍ମାନୁଷ୍ଠାନ ଯିବେ ନାହିଁ। ରୁଟିନ୍‌ ଚେକ ଅପ ପାଇଁ ହସ୍ପିଟାଲ ଯାଆନ୍ତୁ ନାହିଁ। ସବୁ ମୁଖ୍ୟ ସଚିବଙ୍କୁ ଆଡ଼ଭାଇଜରି ଜାରି କରିଛନ୍ତି କେନ୍ଦ୍ର ସରକାର।

ଦେଶରେ ୬୦ରୁ ୬୯ ବୟସ ମଧ୍ୟରେ ୮ କୋଟି ବରିଷ୍ଠ ନାଗରିକ ଅଛନ୍ତି। ସେହିଭଳି ୭୦ରୁ ୭୯ ବୟସ ମଧ୍ୟରେ ୬ କୋଟି ୪୦ ଲକ୍ଷ ଓ ୮୦ ବର୍ଷରୁ ଉର୍ଦ୍ଧ୍ୱ ୨ କୋଟି ୮୦ ଲକ୍ଷ ବରିଷ୍ଠ ନାଗରିକ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.