ହିରୋ ହେବା ଜିଦି ଯୋଗୁଁ ଦିନେ ପରିବାର ଲୋକେ ଘରୁ ତଡିଦେଇଥିଲେ, ଆଉ ଆଜି ପରିବାରର ଗର୍ବ ୟଶ୍‌

କନ୍ନଡ଼ର ସୁପରଷ୍ଟାର ୟଶ୍‌ । ୟଶଙ୍କ ଆକ୍ଟିଂ, ଷ୍ଟାଇଲ୍ ଓ ଡାଇଲଗ୍କୁ ନେଇ ସମସ୍ତେ ପାଗଳ। ୟଶଙ୍କୁ ରକି ଭାଇ ନାମରେ ବେଶ୍‌ ପରିଚିତ। ୨୦୧୮ରେ କେଜିଏଫ୍‌ ରିଲିଜ ହେବା ପରେ ନ୍ୟାସନାଲ ଷ୍ଟାର ଭାବେ ପରିଚିତ ହୋଇଥିଲେ। ଦେଶର ପ୍ରତି କୋଣ ଅନୁକୋଣରେ ତାଙ୍କ ଫ୍ୟାନ୍ସ ରହିଛନ୍ତି। ମାତ୍ର ୩୦୦ ଟଙ୍କା ନେଇ ଇଣ୍ଡଷ୍ଟ୍ରୀକୁ ଆସିଥିବା ୟଶ ଆଜି କୋଟି କୋଟି ଟଙ୍କାର ମାଲିକ। କିନ୍ତୁ ଏଠି ପହଞ୍ଚିବା ଏତେ ସହଜ ନଥିଲା।

୧୯୮୬ ଜାନୁଆରୀ ୮ ତାରିଖରେ କର୍ଣ୍ଣାଟକ ହାସନରେ ଜନ୍ମ ଗ୍ରହଣ କରିଥିଲେ ୟଶ। ୟଶଙ୍କ ପୂରା ନାଁ ନବୀନ କୁମାର ଗୌଡ଼। ୟଶଙ୍କ ବାପା ଅରୁଣ କୁମାର କର୍ଣ୍ଣାଟକ ଟ୍ରାନ୍ସପୋର୍ଟ କର୍ପୋରେସନରେ ଜଣେ ବସ୍ ଡ୍ରାଇଭର ଭାବେ କାମ କରୁଥିଲେ । ତାଙ୍କ ମା ପୁଷ୍ପା ଜଣେ ଗୃହିଣୀ । ପିଲାଦିନେ ପାଠ ପ୍ରତି ଯେତିକି ଆଗ୍ରହ ଦେଖାଉନଥିଲେ, ତା’ ଠାରୁ ଅଧିକ ଆଗ୍ରହ ଅନ୍ୟ ସାଂସ୍କୃତିକ କାମରେ ଦେଖାଉଥିଲେ। ଦଶମ ପଢିବା ସମୟରେ ଏକ ଦୋକାନରେ ଡେଲିଭରୀ ବଏ ଭାବେ କାମ କରୁଥିଲେ। ସ୍କୁଲରୁ ସମୟ କାଢି ଫ୍ରି ଟାଇମରେ ଏହି କାମ କରୁଥିଲେ।

ବାପା ବସ୍‌ ଡ୍ରାଇଭର ଥିବା ଯୋଗୁଁ ଘର ଚଳିବା ବହୁତ କଷ୍ଟକର ହୋଇପଡୁଥିଲା। ତେଣୁ ୟଶ ଯୁକ୍ତ ୨ ପାଠପଢା ଅଧାରୁ ଛାଡିଦେଇଥିଲେ। ଆଉ କାହାକୁ ନ ଜଣାଇ ମାତ୍ର ୩୦୦ ଟଙ୍କା ନେଇ ପରିବାରର ଭାର ସମ୍ଭାଳିବା ପାଇଁ ବାଙ୍ଗାଲୋର ଚାଲିଯାଇଥିଲେ। ତାଙ୍କ ସଫଳତାର ଯାତ୍ରା ଜମାରୁ ବି ସହଜ ନଥିଲା।

ଆକ୍ଟର ହେବା ଜିଦି ଯୋଗୁଁ ଘର ଲୋକ ବହୁତ ରାଗୁଥିଲେ। ତେଣୁ ଘରକୁ ଆସିବାକୁ ପରିବାର ଲୋକେ ୟଶକୁ ଧମକ ଦେଇଥିଲେ। ଘରକୁ ଆସିବାକୁ ମଧ୍ୟ ମନା କରିଥିଲେ ପରିବାର ଲୋକ। କିନ୍ତୁ ଆଜି ତାଙ୍କ ପାଇଁ ସଂପୂର୍ଣ୍ଣ ପରିବାର ଗର୍ବିତ।

ୟଶ୍‌ ବ୍ୟାକ୍‌ଷ୍ଟେଜରେ କାମ କରି ନିଜ ପେଟ ପୋଷୁଥିଲେ । ଆରମ୍ଭରୁ ବ୍ୟାକଗ୍ରାଉଣ୍ଡ ଆର୍ଟିଷ୍ଟ, ଷ୍ଟେଜ ମ୍ୟାନେଜ ଏବଂ ଲାଇଟ୍‌ ମ୍ୟାନେଜ କରିବା ଭଳି ଛୋଟ ଛୋଟ କାମ କରୁଥିଲେ ୟଶ। ଆସିଷ୍ଟାଣ୍ଟ ଡାଇରେକ୍ଟର ହେବା ପରେ ଅଡସନ ଦେବା ପରେ ଟିଭି ସିରିଅଲ ନନ୍ଦ ଗୋକୁଲରେ କାମ ମଧ୍ୟ କରିଥିଲେ। କିନ୍ତୁ୨୦୦୮ରେ ତାଙ୍କୁ ବଡ ବ୍ରେକ ମିଳିଥିଲା। କନ୍ନଡ ଫିଲ୍ମ ‘ମୋଗିନା ମନାସୁ’ ଜରିଆରେ ବଡ ପରଦାରେ ଏଣ୍ଟ୍ରି ମାରିଲେ । ସେଥିପାଇଁ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବେ ଫିଲ୍ମ ଫେୟାର ଆୱାର୍ଡ ବି ପାଇଥିଲେ । ଆଉ ତା ପରେ ରାଜଧାନୀ, ଗଜକେଶରୀ, ମାଷ୍ଟରପିସ୍ ଭଳି ଫିଲ୍ମରେ ଅଭନୟ କରିଥିଲେ ୟଶ।

yash
Photo credit: DTNext

କିନ୍ତୁ ତାଙ୍କୁ ନେମ୍ ଫେମ୍ ଦେଇଥିଲା ଫିଲ୍ମ କେଜିଏଫ୍ । ଯାହା ବକ୍ସ ଅଫିସରେ କରିଥିଲା ଧମାଲ୍। ୨୫୦ କୋଟି ଟଙ୍କା ଆୟ କରିଥିଲା କେଜିଏଫ୍‌। ଆଉ ୟଶ୍ ସାଜିଗଲେ ସୁପରଷ୍ଟାର୍। ତେବେ ୟଶ୍ ବ୍ୟକ୍ତିଗତ ଜୀବନରେ ଖୁବ୍ ଶାନ୍ତ ସ୍ୱଭାବର ମଣିଷ। ୟଶ୍ କେବେ ବିବାଦ ଘେରରେ ପଡି ନାହାନ୍ତି। ରାଧିକା ପଣ୍ଡିତଙ୍କ ସହ ତାଙ୍କର ସମ୍ପର୍କ ଥିଲା। ପରେ ସେ ତାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ।

କେଜିଏଫ ପାର୍ଟ ୨ ଆସନ୍ତାକାଲି ରିଲିଜ ହେବ। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ୟଶ। ୟଶ ଏବେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀ ସବୁଠାରୁ ଅଧିକ ଟଙ୍କା ଡିମାଣ୍ଡ କରୁଥିବା ଅଭିନେତା ମଧ୍ୟରେ ଅନ୍ୟତମ। ଗୋଟିଏ ଫିଲ୍ମକୁ ୧୫ କୋଟି ଟଙ୍କା ଚାର୍ଜ କରୁଛନ୍ତି ୟଶ। ୟଶ ଏପର୍ଯ୍ୟନ୍ତ ୨୧ଟି ଫିଲ୍ମରେ କାମ କରିସାରିଛନ୍ତି। ୮ଟି ଆଓ୍ଵାର୍ଡ ମଧ୍ୟ ପାଇଛନ୍ତି ୟଶ। ୟଶଙ୍କ ପାଖରେ ମର୍ସିଡିଜ ବେଞ୍ଜ GLS 350D, ମର୍ସିଡିଜ ବେଞ୍ଜ GLE 400, ଅଡିA6, ଟୟୋଟା ଫର୍ଚୁନର ଭଳି କାମ ରହିଛି। ଏହା ସହିତ ବାଙ୍ଗାଲୋରରେ ୪ କୋଟିରୁ ଉର୍ଦ୍ଧ ୨ ଟି ଘର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.