ମଲାଇକା ଅରୋରାଙ୍କ ୩ଲକ୍ଷ ଟଙ୍କାର ଡ୍ରେସକୁ ୫୦୦ ଟଙ୍କିଆ ରେନକୋର୍ଟ ସହ ତୁଳନା କଲେ ଲୋକେ

ମଲାଇକାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ମଲାଇକା ପିନ୍ଧିଥିବା ପୋଷାକର ମୂଲ୍ୟ ୩ଲକ୍ଷରୁ ଅଧିକ ବୋଲି କୁହାଯାଉଛି । ମଲାଇକା ପିନ୍ଧିଥିବା ପୋଷାକ ଡିଓର ବ୍ରାଣ୍ଡର ହୋଇଥିବା ବେଳେ ଏହାର ମୂଲ୍ୟ ୩,୩୨,୮୬୧ଟଙ୍କା ବୋଲି ଜଣାପଡ଼ିଛି ।

ମୁମ୍ବାଇ: ବଲିଉଡର ଆଇଟମ କୁଇନ ଭାବେ ବେଶ ଜଣାଶୁଣା ମଲାଇକା ଅରୋରା । ସୁନ୍ଦରୀ ଏବଂ ସୁପରଫିଟ୍‌ ଅଭିନେତ୍ରୀ ଜଣକ କୌଣସି ନା କୌଣସି କାରଣ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଫଟୋ ଏବଂ ଭିଡିଓ ଜବରଦସ୍ତ ଭାବେ ଭାଇରଲ ହୋଇଥାଏ। କେବଳ ପ୍ରଫେସନାଲ ଲାଇଫ ନୁହେଁ ମଲାଇକା ନିଜ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।

ତେବେ ଗତକାଲି ସୋମବାର ମଲାଇକା ଆରୋରା ପିନ୍ଧିଥିବା ପୋଷାକକୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚା । ମଲାଇକା କଳା ଏବଂ ଧଳା ରଙ୍ଗର ଏକ ହୁଡି ପିନ୍ଧି ବାହାରକୁ ବାହାରିଥିଲେ । ହି ଷ୍ଟାଇଲିସ୍ ପୋଷାକ ସହ ସେ ଧଳା ରଙ୍ଗର ଜୋତା ଓ କଳା ରଙ୍ଗର ଚଷମା ପିନ୍ଧିଥିଲେ। ଯାହା ଗଣମାଧ୍ୟମର କ୍ୟାମେରାରେ କଏଦ ହୋଇଥିଲା । ମଲାଇକାଙ୍କ ଏହି ଲୁକର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ମଲାଇକା ପିନ୍ଧିଥିବା ପୋଷାକର ମୂଲ୍ୟ ୩ଲକ୍ଷରୁ ଅଧିକ ବୋଲି କୁହାଯାଉଛି। ମଲାଇକା ପିନ୍ଧିଥିବା ପୋଷାକ ଡିଓର ବ୍ରାଣ୍ଡର ହୋଇଥିବା ବେଳେ ଏହାର ମୂଲ୍ୟ ୩,୩୨,୮୬୧ଟଙ୍କା ବୋଲି ଜଣାପଡ଼ିଛି ।

 

View this post on Instagram

 

A post shared by Instant Bollywood (@instantbollywood)

ଅଭିନେତ୍ରୀ ମଲାଇକା ଅରୋରା ତାଙ୍କର ଷ୍ଟାଇଲ୍‌ ପାଇଁ ସର୍ବଦା ଲାଇମଲାଇଟରେ ରହିଥାନ୍ତି। ସେ ସବୁବେଳେ ପ୍ରାୟତଃ ବୋଲ୍ଡ ପୋଷକ ପରିଧାନ କରିଥାନ୍ତି । ଏଥି ପାଇଁ ଅଧିକାଂଶ ସମୟରେ ସେ ଟ୍ରୋଲ୍‌ ର ଶିକାର ବି ହୋଇଥାନ୍ତି । ଏବେ ସେ ନିଜର ଏକ ହୁଡିକୁ ନେଇ ଟ୍ରୋଲ ହୋଇଛନ୍ତି । ମଲାଇକାଙ୍କ କିଛି ଫଟୋ ଏବେ ଭାଇରାଲ ସୋସିଆଲ ମିଡିଆରେ ଖୁବ୍ ଭାରାଲ୍ ହେଉଛି, ଯେଉଁଥିରେ ସେ ପିନ୍ଧିଥିବା ହୁଡିର ମୂଲ୍ୟ ୩ଲକ୍ଷରୁ ଅଧିକ ହୋଇଥିବା କୁହାଯାଉଛି ।

malaika

ଏପଟେ ସୋସିଆଲ ମିଡିଆରେ ତାଙ୍କ ହୁଡିର ମୂଲ୍ୟକୁ ନେଇ ଉପଭୋକ୍ତାମାନଙ୍କ ଭିତରେ ଚର୍ଚ୍ଚା ଚାଲିଲାଣି । କିଛି ତାଙ୍କୁ ତାଙ୍କ ପୋଷାକ ପାଇଁ ଟ୍ରୋଲ କରିଥିବା ଦେଖାଯାଇଛି। ଲୋକେ ତାଙ୍କର ଦାମୀ ପୋଷାକକୁ ୫୦୦ଟଙ୍କିଆ ରେନକୋର୍ଟ ସହ ତୁଳନା କରିଛନ୍ତି। କହୁଛନ୍ତି ମଲାଇକା ଅରୋରା ୩,୩୨,୮୬୧ଟଙ୍କାର ପିନ୍ଧିଥିବା ପୋଷାକ ୫୦୦ଟଙ୍କିଆ ରେନକୋର୍ଟ ଭଳି ଦେଖାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.