ନିଜର ଫୁଙ୍ଗୁଳା ଫଟୋ ଛାଡ଼ି ପୋଷ୍ଟରେ ମୋଟିଭେଶନାଲ୍‌ କୋଟ୍‌ ଲେଖିଲେ ଏହି ଆକ୍ଟ୍ରେସ୍‌, ଛୁଟୁଛି ପ୍ରଶଂସାର ସୁଅ

ମଡେଲ୍‌ରୁ ଆକ୍ଟ୍ରେସ୍‌ ହୋଇଥିବା ମନ୍ଦନା କରିମି ପୁଣିଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ସେ ଏକ ମୋଟିଭେଶନାଲ୍‌ ପୋଷ୍ଟ ଲେଖିଛନ୍ତି, ଯାହାସହିତ ସେ ନିଜର ଏକ ଟପ୍‌ଲେସ୍‌ ଫଟୋ ଶେୟାର କରିଛନ୍ତି। ରିଆଲିଟି ଶୋ’ରେ ଦେଖାଯିବା ପରେ ମନ୍ଦନା ସିଲ୍‌ଭର ସ୍କ୍ରିନ୍‌ରେ ଦେଖାଯାଇସାରିଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ୍‌ ଆକ୍ଟିଭ ରହିଥାଆନ୍ତି। ତେବେ ମନ୍ଦନା ଏହି ଟପ୍‌ଲେସ୍‌ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।

112

କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି, ‘ଆପଣଙ୍କୁ ଏପରି ଭାବିବା ବନ୍ଦ କରିବାକୁ ହେବ ଯେ ଆପଣ କୌଣସି ପରିସ୍ଥିତିରେ ସବୁବେଳେ ଫସି ରହିିଥିବେ। ଆପଣଙ୍କୁ ଲାଗିଥାଏ ଆପଣଙ୍କ ହାର୍ଟ କେବେ ବି ହଲିବ ନାହିଁ। ଷ୍ଟ୍ରଗଲ୍‌ରୁ କେବେ ଫେରିକି ଆସିପାରବେ ନାହିଁ। ଏହାକୁ ସାରା ଜୀବନ ପାଇଁ ମାନନ୍ତୁ ନାହିଁ। ଆପଣଙ୍କ ସମସ୍ୟାର ମଧ୍ୟ ଏକ୍ସପାୟରି ଡେଟ୍‌ ଅଛି। ଜୀବନ ବଦଳିବ, ସବୁ କିଛି ଠିକ୍‌ ହେବ’।

1122

ଏହି ପୋଷ୍ଟ ପୂର୍ବରୁ ମନ୍ଦାନା ଏକ ମୋନୋକ୍ରେମ୍‌ ଫଟୋ ମଧ୍ୟ ଛାଡ଼ିଥିଲେ, ଯେଉଁଥିରେ ସେ ବ୍ଲାକ୍‌ କପଡ଼ାରେ ନଜର ଆସିଥିଲେ। କିନ୍ତୁ ସେଥିରେ କେବଳ ତାଙ୍କର ପଛପାର୍ଶ୍ୱ ଦେଖାଯାଉଥିଲା। ମନ୍ଦାନା ସୋସିଆଲ ମିଡିଆରେ ପ୍ରାୟତଃ ନିଜର ବୋଲ୍ଡ ଫଟୋଗୁଡ଼ିକୁ ଛାଡ଼ିଥାଆନ୍ତି। ପୂର୍ବରୁ ସେ ଟୋଣ୍ଡ ବଡି ଏକ୍ସପୋଜ୍‌କୁ ନେଇ ଅନେକ ଥର ଟ୍ରୋଲର ଶିକାର ହୋଇସାରିଛନ୍ତି। କିନ୍ତୁ ଏଥର ସେ ପୋଷ୍ଟରେ ଯାହା ଲେଖିଛନ୍ତି, ସେଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି। ତାଙ୍କ ଫଲୋୟର୍‌ମାନେ ଲେଖିଛନ୍ତି, ‘ଏହା ଏକ ଭଲ ଭାବନା’।