ହାର୍ଦିକଙ୍କ ସହ ନିର୍ବନ୍ଧ ପରେ ନତାସା କଲେ ଏମିତି କାମ, କମେଣ୍ଟ ନ କରି ରହିପାରିଲେନି ଭାବି ସ୍ୱାମୀ

ବିଗବସର ପୂର୍ବ ପ୍ରତିଯୋଗୀ ନତାସା ସ୍ଟେନକୋବିକ କ୍ରିକେଟର ହାର୍ଦିକଙ୍କ ସହ ନିର୍ବନ୍ଧ ଘଟଣା ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ । ନିକଟରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚମକାଇ ଦେଇଥିଲା । ଏହା ପରେ ପରେ ହିଁ ଦୁହେଁ ଏକ ଚର୍ଚିତ ଯୋଡିର ମଧ୍ୟ ମାନ୍ୟତା ପାଇଥିଲା । କିଛି ଦିନ ଭିତରେ ନତାସା ଏମିତି କାମ କରିଥିଲେ କି ଯାହାକୁ ନିଜେ ହାର୍ଦିକ ବି କମେନ୍ଟ ନ କରି ରହି ପାରିନାହାନ୍ତି । ନତାସା ନିକଟରେ କିଛି ଫଟୋ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲେ ।

natasha

 

ଜରୁରୀ କଥା ଯେ ନତାସା ନିଜ କେଶ କାଟି ନିଜ ର ନୂଆ ଲୁକ ଦେବାର ନଜର ଆସିଥିଲେ । ନିଜ ନୂଆ ଲୁକରେ ନତାସା ମଧ୍ୟ ଖୁବ ସୁନ୍ଦର ମଧ୍ୟ ଦେଖା ଯାଉ ଥିଲେ | ଆଉ କ୍ୟାପ୍ସନରେ ଲେଖିଥିଲେ ”ଫ୍ରେଶ କଟ” । ଏହାର ଜବାବ ବି ହାର୍ଦ୍ଧିକ ବେଶ ରୋମାଣ୍ଟିକ ଅନ୍ଦାଜରେ ଦେଇଥିଲେ | ନତାସାଙ୍କ ନୂଆ ଲୁକ ତାଙ୍କ ଫ୍ୟାନ୍ସ ମାନଙ୍କୁ ବି ଖୁବ ପସନ୍ଦ ଆସିଥିଲା । ବଦଳରେ ଜଣେ ୟୁଜର ଲେଖିଥିଲେ କି ‘କ୍ୟୁଟନେସ ଓଭରଲୋଡେଡ଼’ | ଯେବେକି ଅନ୍ୟ ଜଣେ ଲେଖିଛନ୍ତି ‘ବ୍ୟୁଟିଫୁଲ’ । ଯେବେକି ଅନ୍ୟଜଣେ ଲେଖିଥିଲେ ‘ପ୍ରଥମେ ହାର୍ଦିକଙ୍କୁ ତ ଦେଖାଅ’ । କହିରଖିବା ଉଚିତ ହେଵ କି ଏଦୁହେଁ ନୂଆ ବର୍ଷ ଆରମ୍ଭରେ ହିଁ ଦୁବାଇରେ ନିଜ ନିର୍ବନ୍ଧ ଶେଷ କରିଥିଲେ ।

natasha

ନିର୍ବନ୍ଧ ଖବର ପ୍ରଥମେ ହାର୍ଦ୍ଧିକ ହିଁ ସୋସିଆଲ ମିଡ଼ିଆ ଜରିଆରେ ନିଜ ୟୁଜର ମାନଙ୍କୁ ଦେଇଥିଲେ । ଏମିତିକି ସମୁଦ୍ର କୂଳରେ ହାର୍ଦିକ ନତାସାଙ୍କୁ ପ୍ରପୋଜ କରୁଥିବା ସହ ମୁଦି ପିନ୍ଧଉଥିବାର ଏକ ଫଟୋ ମଧ୍ୟ ସୋସିଆଲ ମିଡ଼ିଆ ଗୁଡିକରେ ଖୁବ ଭାଇରାଲ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.