ଦେଖନ୍ତୁ Video: କୂଅ ଭିତରେ ଚିତ୍କାର କରୁଛି କୁକୁର, ଜୀବନ ସହ ବାଜି ଲଗାଇ ଉଦ୍ଧାର କଲେ ମହିଳା

ଏକ କୁକୁର ଅସାବଧାନତା ବଶତଃ ୩୦ ଫୁଟ ଗଭୀରର ଏକ କୂଅ ଭିତରେ ଗଳି ପଡ଼ିଥିଲା। ଯେତେବେଳେ କେହି ତାକୁ ଉଦ୍ଧାର କରିବାକୁ ଆସି ନ ଥିଲେ, ସେହି ସମୟରେ ସାହସ ବାନ୍ଧିଥିଲେ ରଜନୀ ସେଟ୍ଟି ନାମ୍ନୀ ମହିଳା। ସେ ନିଜ ଅଣ୍ଟାରେ ରଶି ବାନ୍ଧି କୂଅ ଭିତରକୁ ପଶିଥିଲେ। ସବୁଠାରୁ ବଡ଼ କଥା ହେଲା, ରଜନୀଙ୍କୁ ପହଁରା ଜଣା ନ ଥିଲେ। ତଥାପି ସେ ମାନବିକତା ଦେଖାଇ କୁକୁରକୁ ଉଦ୍ଧାର କରିବା ପାଇଁ ବାହାରିଥିଲେ। ଆଉ ସେ ସୁରକ୍ଷିତ ଭାବେ ମଧ୍ୟ କୁକୁରକୁ କୂଅରୁ ଉଦ୍ଧାର କରିଥିଲେ। ଉଦ୍ଧାର ବେଳର ଭିଡିଓ ଦେଖି ଲୋକେ ଏହି ସାହସୀ ମହିଳାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି। କହି ରଖୁଛୁ, ଏହି ଘଟଣା ମାଙ୍ଗାଲୁରୁର Ballal Bagh ଅଞ୍ଚଳରେ ଘଟିଛି।

d1

ରିପୋର୍ଟ ମୁତାବକ, ବୁଧବାର ରାତିରେ ଦୁଇଟି କୁକୁର ପରସ୍ପର ଭିତରେ ଲଢ଼ୁଥିଲେ। ଏହି ସମୟରେ ଏକ କୁକୁର କୂଅ ଭିତରେ ଗଳିପଡ଼ିଥିଲା। ଆଖପାଖରେ ଉପସ୍ଥିତ ଅନେକ ଲୋକ ଯଦିଓ କୁକୁରକୁ କୂଅରେ ଗଳିପଡ଼ିବାର ଦେଖିଥିଲେ, କିନ୍ତୁ ସେହି ସାହାଯ୍ୟ କରିବାକୁ ବାହାରି ନ ଥିଲେ। ଠିକ୍‌ ଏତିକି ବେଳେ ରଜନୀ ସେଠାରେ ପହଞ୍ଚି କୁକୁରକୁ ଉଦ୍ଧାର କରିଥିଲେ।

d3

ରଜନୀ ଜଣେ ଡଗ୍‌ ଲଭର୍‌। ସେ ମୁମ୍ବାଇରେ ରୁହନ୍ତି। ସେ ନିଜ ଘରେ ୧୪ଟି ଷ୍ଟ୍ରିଟ୍‌ ଡଗ୍‌ଙ୍କୁ ପାଳୁଛନ୍ତି। ଏହାଛଡ଼ା ୧୦୦ରୁ ଅଧିକ ବୁଲା କୁକୁରଙ୍କ ପେଟ ଭରୁଛନ୍ତି। ରଜନୀ ରୋଗାଗ୍ରସ୍ତ କୁକୁରକୁ ରାସ୍ତାରୁ ଉଠାଇ ଘରକୁ ନେଇଆସନ୍ତି ଏବଂ ନିଜ ପାଖରେ ରଖି ଦେଖାଶୁଣା କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.