୩ ବର୍ଷ ଧରି ଅଜଣା ଜୀବନ ବଞ୍ଚୁଛନ୍ତି ଏହି ଟେଲୀ ଅଭିନେତ୍ରୀ, ଧାରାବାହିକରେ ତାଙ୍କୁ ଖୁବ୍ ପସନ୍ଦ କରୁଥିଲେ ଦର୍ଶକ

ଆଠ ବର୍ଷ ପୂର୍ବରୁ ଟେଲିଭିଜନ ଇଣ୍ଡଷ୍ଟ୍ରୀରେ ‘ନବ୍ୟା’ ସିରିୟଲରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ସୌମ୍ୟା ସେଠ୍। ଟିଭି ଦୁନିଆରେ ତାଙ୍କର ଯାତ୍ରା ମାତ୍ର ୫ ବର୍ଷର ରହିଥିଲା। ବିବାହ ପରେ ସେ ସିରିୟଲ ଦୁନିଆକୁ ଦୂର କରିଦେଇଛନ୍ତି। କିନ୍ତୁ ସେ ସୋସିଆଲ ମିଡିବଆରେ ବହୁତ ଆକ୍ଟିଭ ରହନ୍ତି। ଏମିତିରେ ସେ ସୋସିଆଲ ମିଡିଆରେ ଏମିତି କିଛି ଲେଖିଛନ୍ତି ଯାହା ଏହା ଦର୍ଶାଉଛି ଯେ ସେ ଘରୋଇ ହିଂସାର ଶିକାର ହୋଇସାରିଛନ୍ତି।

somyaସୌମ୍ୟା ଏକ ଫଟୋ ସେୟାର କରି ଲେଖିଛନ୍ତି,‘୮ ବର୍ଷ ପୂର୍ବରୁ ଯେତେବେଳେ ମୁଁ ନବ୍ୟା ସିରିୟଲ କରିଥିଲି ସେତେବେଳେ ମୁଁ ୨୧ ବର୍ଷରେ ଥିଲି। ମୁଁ ଚାହୁଁଥିଲି ଯେ ଦୁନିଆ ପ୍ରେମ ଉପରେ ବିଶ୍ବାସ କରେ। ପ୍ରେମ ଦ୍ବାରା ଦୁନିଆକୁ ଠିକ କରିବାକୁ ଚାହୁଁଥିଲି। ମୁଁ ଭାବୁଥିଲି ଯେ ସମସ୍ତଙ୍କର ପ୍ରେମ ଦେବାରେ ଏବଂ ନେବାରେ ଅଧିକାର ରହିଛି। ମୁଁ ମୋ ନିଜ ଦେଶରେ ଥିଲି। ମୋ ବାପା-ମା’ଙ୍କ ସହିତ ରହୁଥିଲି, ଯେଉଁମାନେ ମୋତେ ସବୁ ପ୍ରକାରର ଖରାପ ପ୍ରବାହରୁ ରକ୍ଷା କରିଛନ୍ତି। ମୁଁ ବଡ ହୋଇ ସାରିଛି। ମୁଁ ହିଂସା ଦେଖିଛି, ଅବୈଧ ଚାପ ଦେଖିଛି, ହିଂସା, ଅନ୍ୟାୟ, ଭାବନାତ୍ମକ ଏବଂ ଶାରୀରିକ ଶୋଷଣ ଦେଖିଛି।’

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ‘ମୁଁ ଖରାପ ହ୍ରୁଦୟ ସହିତ ସୁନ୍ଦର ଚେହେରା ଦେଖିଛି। ଯେଉଁମାନେ କି ଭଲ ଦେଖାଯାନ୍ତି କିନ୍ତୁ ହ୍ରୁଦୟରୁ ବହୁତ ଖରାପ ହୋଇଥାନ୍ତି। ନାରୀର ଖୁସି କୌଣସି ପୁରୁଷ ଉପରେ ନିର୍ଭର କରିବା ଉଚିତ ନୁହେଁ।’

Arun-Kapoor-Soumya-Sethସୌମ୍ୟା ଏହି ପୋଷ୍ଟରେ ନବ୍ୟା ସିରିୟଲର ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି ମୁଁ ଏହି ସିରିୟଲର ଆଭାରି ଅଟେ ମୋତେ ଏହା କିଛି ଦିନ ବଞ୍ଚିବା ପାଇଁ ମୌକା ଦେଲା। ଏହା ମୋ ଜୀବନର ସବୁଠାରୁ ସ୍ମରଣୀୟ ଦିନ। ଏହି ପୋଷ୍ଟ ପାଇଁ ଏବେ ସେ ଚର୍ଚ୍ଚାରେ ଅଛନ୍ତି। ପୋଷ୍ଟରେ ସେ କିଛି ସଫା ସଫା ନ କହୁଥିଲେ ବି ଘରୋଇ ହିଂସାର ଶିକାର ହେଉଥିବା ଜଣାପଡୁଛି।

ସେ ୨୦୧୭ ମସିହାରେ ବୟଫ୍ରେଣ୍ଡ ଅରୁଣ କପୁରଙ୍କ ସହିତ ବିବାହ କରିଥିଲେ। ତାଙ୍କର ଗୋଟେ ଛୁଆ ହେବା ପେର ସେ ତାଙ୍କ ସ୍ବାମୀ ଠାରୁ ଅଲଗା ହୋଇଗଲେ। ସୌମ୍ୟା ସମ୍ପର୍କରେ ଗୋବିନ୍ଦାଙ୍କ ଭାଣିଜୀ ମଧ୍ୟ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.