ପ୍ୟାଣ୍ଟ ବଟନ ଖୋଲା କରି ଓ ଫଟା କପଡ଼ା ପିନ୍ଧି ନିୟା ଶର୍ମା ହେଲେ ଟ୍ରୋଲ, ଫେଲ୍‌ ମାରିଲା ବୋଲ୍ଡ ଏକ୍ସପେରିମେଣ୍ଟ

ଟିଭି ଅଭିନେତ୍ରୀ ନିୟା ଶର୍ମା ନିଜ ଲାଟେଷ୍ଟ ଫଟୋଶୁଟକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋଶୁଟର କିଛି ଫଟୋ ନିୟା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଏବଂ ଏଥିରେ ସେ ବହୁତ ଡ୍ୟାମେଜ୍‌ ଆଉଟଫିଟ୍‌ ପିନ୍ଧିଥିବାର ନଜର ଆସୁଛନ୍ତି।

ସେପଟେ ଏହି ଫଟୋକୁ ନେଇ ନିୟାଙ୍କ ଫ୍ୟାନମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ପିଙ୍କ୍‌ ବ୍ଲେଜର ଓ ହ୍ଵାଇଟ କଲରର ପ୍ୟାଣ୍ଟ ପିନ୍ଧିଥିବା ନିୟାଙ୍କର ଏହି ଫଟୋଶୁଟ ବହୁତ ଫ୍ୟାସିନେଟିଙ୍ଗ୍‌ ରହିଛି। କିନ୍ତୁ ଲୋକଙ୍କୁ ତାଙ୍କର ଏହି ଅନ୍ଦାଜ କିଛି ଖାସ୍‌ ପସନ୍ଦ ଆସିନି। ନିୟା ମିନିମିଲ୍‌ ମେକଅପ୍‌ ଏବଂ ଜୁଏଲେରୀ ସହିତ ବୋଲ୍ଡ ଏକ୍ସପେରିମେଣ୍ଟ କରିଛନ୍ତି।

ଅଭିନେତ୍ରୀ ଜଣକ ବ୍ଲେଜର ତଳେ କିଛି ବି କପଡ଼ା ପିନ୍ଧି ନ ଥିବା ବେଳେ ନିଜ ପ୍ୟାଣ୍ଟର ବଟନ ବି ଖୋଲା ରଖିଛନ୍ତି। ଯଦିଓ ଫଟୋ ସେୟାର କରିବାର କିଛି ଘଣ୍ଟା ଭିତରେ ଲକ୍ଷାଧିକ ଲାଇକ୍ସ ମିଳିଛି, କିନ୍ତୁ କମେଣ୍ଟ ସେକ୍ସନରେ ଲୋକେ ତାଙ୍କୁ ଜବରଦସ୍ତ ଟ୍ରୋଲ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଭିତରେ ଟପ୍‌ ପିନ୍ଧିବା ଭୁଲି ଯାଇଛନ୍ତି କି’? ଆଉ ଜଣେ ୟୁଜର ଲେଖିଛନ୍ତି, ‘ଆପଣ ତ ଭିକାରୀମାନଙ୍କୁ ପଛରେ ପକାଇଦେଲେ’। ସେହିପରି ଅନ୍ୟ ୟୁଜରଙ୍କ କହିବା ହେଲା, ‘ଅଭିନେତ୍ରୀମାନେ ଯେତେ ଧନୀ ହୋଇଯାଆନ୍ତି, ସେମାନଙ୍କ ପୋଷାକ ସେତିକି ଗରିବ ହୋଇଯାଏ’।

 

View this post on Instagram

 

A post shared by Nia Sharma (@niasharma90)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.