ମହାରାଷ୍ଟ୍ର: ୮ମ ପାସ ଯୁବକ ତିଆରି କଲେ ହେଲିକପ୍ଟର, ଟେଷ୍ଟିଂ ବେଳେ ଚାଲିଗଲା ଜୀବନ

ସୋସିଆଲ ମିଡିଆରେ ମହାରାଷ୍ଟ୍ରର ୨୪ ବର୍ଷର ଯୁବକଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗତ କାଲିଠୁ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ୨୪ ବର୍ଷର ଯୁବକ ନିଜ ଜ୍ଞାନ ବଳରେ ହେଲିକପ୍ଟର ତିଆରି କରିଥିଲେ। କିନ୍ତୁ ଏହାର ପରୀକ୍ଷଣ କଲାବେଳେ ଏମିତି କିଛି ଘଟିଲା ଯାହାକୁ ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ପ୍ରଥମେ ନିଜ ଜ୍ଞାନ ବଳରେ ହେଲିକପ୍ଟର ତିଆରି କଲେ। ଧିରେ ଧିରେ ନିଜ ପରୀକ୍ଷାରେ ସଫଳ ହେଉଥିବା ବେଳେ ଅଚାନକ ମୃତ୍ୟୁର କଳା ବାଦଲ ଆସିଲା। ଆଉ ତା’ ପରେ ଯାହା ଘଟିଲା ତାହା ଦେଖିବା ବହୁତ ଦୁଃଖ ଦାୟକ ଥିଲା। ସଫଳତାର ଶେଷ ପାହାଚରେ ପହଞ୍ଚୁଥିବା ବେଳେ ଅଚାନକ ଚାଲିଗଲା ଜୀବନ।

ଏହି ହେଲିକପ୍ଟରର ନାମ ରଖାଯାଇଥିଲା ”ମୁନ୍ନା ହେଲିକପ୍ଟର”। ଟେଷ୍ଟ ଉଡ଼ାଣ ବେଳେ ଏହି ହେଲିକପ୍ଟର କ୍ରାଶ ହୋଇଗଲା। ଭିତରେ ବସିଥିବା ସେହି ଯୁବକର ଶେଷରେ ଜୀବନ ଚାଲିଗଲା । ଏହି ମୃତ ଯୁବକଙ୍କ ନାମ ଥିଲା ମୁନ୍ନା ଶେଖ। ଯୋଗ୍ୟତାରେ ୮ମ ପାସ କରିଥିଲେ।

ତେବେ ଏଭଳି ଯନ୍ତ୍ରଣାଦାୟକ ପରିସ୍ଥିତିରେ ପରିବାର ସମେତ ସମସ୍ତ ଅଞ୍ଚଳରେ ଦୁଃଖର ବାଦଲ ଖେଳି ଯାଇଛି। ଏହା ଅଗଷ୍ଟ ୧୫ରେ ଲଞ୍ଚ ହୋଇଥାନ୍ତା। ଗତ କାଲି ଏହାର ଟେଷ୍ଟିଂ ବେଳେ ୭୫୦ ଏମ୍ପିଅରରେ ଇଞ୍ଜିନ ଷ୍ଟାର୍ଟ ହୋଇଥିଲା। କିନ୍ତୁ ସେହି ସମୟରେ ଏହାର ପଛ ପଙ୍ଖା ଭାଙ୍ଗିଯାଇ ମୁନ୍ନାଙ୍କ ଦେହରେ ବାଜିଲା। ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଭାଗ୍ୟରୁ ହୋଇଥିବା ଏହି ଘଟଣା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.