ସୁଟିଂ ବେଳେ ଅଭିନେତା ଶ୍ରୀତମ ଦାସ ଆହତ, ଗୋଡ଼ରେ ଲାଗିଛି ଆଘାତ

ଫିଲ୍ମ ସୁଟିଂ ବେଳେ ବରିଷ୍ଠ ଅଭିନେତା ଶ୍ରୀତମ ଦାସ ଆହତ ହୋଇଛନ୍ତି । ସୂଚନା ଅନୁସାରେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ନୂଆ ଫିଲ୍ମ ’ନବକଳେବର’ର କଟକ ଜିଲ୍ଲା ବାଙ୍କୀ ଠାରେ ସୁଟିଂ ଚାଲିଥିଲା ।

ଭୁବନେଶ୍ୱର (କେନ୍ୟୁଜ୍‌) : ଫିଲ୍ମ ସୁଟିଂ ବେଳେ ବରିଷ୍ଠ ଅଭିନେତା ଶ୍ରୀତମ ଦାସ ଆହତ ହୋଇଛନ୍ତି । ସୂଚନା ଅନୁସାରେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ନୂଆ ଫିଲ୍ମ ’ନବକଳେବର’ର କଟକ ଜିଲ୍ଲା ବାଙ୍କୀ ଠାରେ ସୁଟିଂ ଚାଲିଥିଲା । ଏହି ସମୟରେ ଶ୍ରୀତମ ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଅନେକ ଫିଲ୍ମର ନାୟକ ଏବଂ ବିଭିନ୍ନ ସିନେମାରେ ଚରିତ୍ର ଅଭିନେତା ଭାବେ ବେଶ୍‌ ନାଁ କମେଇଥିବା ଶ୍ରୀତମଙ୍କର ଆଘାତ କେତେ ଗୁରୁତର ତାହା ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.