Below header

ଅଭିନେତ୍ରୀ ମମତାଜଙ୍କ ଫିଲ୍ମ କରିବା ଉପରେ ବି ଲାଗିଥିଲା ବ୍ୟାନ, କାରଣ ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତ୍ରୀ ମମତାଜଙ୍କ କିଏ ବା ନଜାଣେ | ଏକ ସମୟ ଥିଲା ବଲିଉଡ୍ର ସବୁଠୁ ବ୍ୟସ୍ତ ଅଭିନେତ୍ରୀଙ୍କ ମଧ୍ୟରେ ମମତାଜ ଥିଲେ ଅନ୍ୟତମ | ଯାହାଙ୍କ ସହ କାମ କରିବା ପାଇଁ ରାଜେଶ ଖାନ୍ନା, ଧର୍ମେନ୍ଦ୍ର ଓ ଦେବାନନ୍ଦଙ୍କ ଭଳି ବଡ ବଡ ଅଭିନେତା ବି ଅପେକ୍ଷା କରୁଥିଲେ | ଏମାନଙ୍କ ସହ ମମତାଜକ ଯୋଡିକୁ ଲୋକେ ବେଶ ପସନ୍ଦ କରୁଥିଲେ | ଏହା ସତ୍ୱେ ଗୋଟିଏ ସମୟ ଥିଲା ମମତାଜଙ୍କ ଫିଲ୍ମକୁ ମଧ୍ୟ ବଲିଉଡରେ ବ୍ୟାନ କରାଯାଇଥିଲା |

dev-mamtaj
photo credit: twitter.com

ସେ ସମୟରେ ମମତାଜଙ୍କ ବଲିଉଡରେ ବଡ ଡିମାଣ୍ଡ ଥିଲା | ତାଙ୍କୁ ଯେଉଁ ଫିଲ୍ମ ଭଲ ଲାଗୁଥିଲା ସେ ତୁରନ୍ତ ସେଥିରେ ଏଗ୍ରିମେଣ୍ଟ କରିଦେଉଥିଲେ | ବେଳେ ବେଳେ ତାଙ୍କ ହାତରେ ଏକ ସମୟରେ 6/7 ଟି ଫିଲ୍ମ ମଧ୍ୟ ରହୁଥିଲା | ସେ ସମୟରେ ବଲିଉଡରେ ଏକ ନିୟମ କରାଯାଇଥିଲା ଯେ କୌଣସି କଳାକାର ଗୋଟେ ବର୍ଷ ମଧ୍ୟରେ 6 ଟି ରୁ ଅଧିକ ଫିଲ୍ମ କରି ପାରିବେ ନାହିଁ |

darmendra-mamtaj
photo credit: pipanews.com

ମମତାଜ ସେତେବେଳେ ଏକ ସମୟରେ 6 ଟି ଫିଲ୍ମରେ କାମ କରୁଥିଲେ | ହେଲେ 7ମ ଫିଲ୍ମ ଦେବାନନ୍ଦଙ୍କ ସହ “ହରେ ରାମ ,ହରେ କୃଷ୍ଣ” ରେ ମଧ୍ୟ ସାଇନ କରିଥିଲେ | ଏହି ଫିଲ୍ମର ସୁଟିଂ ପାଇଁ ପୁରା ଟିମ ନେପାଳରେ ପହଂଚି ସାରିଥିଲେ | ଏହିପରି ସେ ଗୋଟେ ବର୍ଷରେ 7 ଟି ଫିଲ୍ମ କରିଥିଲେ | ଫଳରେ ମମତାଜଙ୍କ ଫିଲ୍ମ କରିବା ଉପରେ ବ୍ୟାନ ଯାଇଥିଲା | ଅବଶ୍ୟ ପରେ ସବୁ ଠିକଠାକ ହୋଇଯାଇଥିଲା |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.