ସୁଇମିଂ ପୁଲ୍‌ରେ ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ଗର୍ଭବତୀ ନୁସରତ ଜାହାଁ

ଟିଏମ୍‌ସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ଦିନ ହେଲା ସ୍ୱାମୀ ନିଖିଲ ଜୈନଙ୍କ ସହ ବିବାଦ ଓ ଗର୍ଭଧାରଣକୁ ନେଇ ଚର୍ଚ୍ଚାରେ ଥିବାବେଳେ ଆଜି ଫ୍ୟାନ୍ସଙ୍କ ମନୋରଞ୍ଜନ ପାଇଁ ଅଭିନେତ୍ରୀ ଲଗାତାର ପୋଷ୍ଟ ସେୟାର କରୁଛନ୍ତି।ତାଙ୍କ ବୋଲ୍ଡ ଅନ୍ଦାଜ ଦେଖି ସମସ୍ତଙ୍କ ହୋସ୍ ଉଡିଯାଇଛି। ସେ ସୋଶଲ ମିଡିଆରେ ହଇଚଇ ସୃଷ୍ଟି କରିଛନ୍ତି ।

ନୁସରତ ନିଜ ଇନଷ୍ଟାଗ୍ରାମକୁ ନେଇ ଏବେ ହେଡ୍‌ଲାଇନ୍ ପାଲଟିଛନ୍ତି। ନିକଟରେ ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋସୁଟ୍‌ର ଏକ ଭିଡିଓ ସେଆର କରିଛନ୍ତି ଏହି ସୁନ୍ଦରୀ ସାଂସଦ। ଏଥିରେ ସେ ସୁଇମିଂ ପୁଲରେ ପାଣି ସହିତ ଖେଳୁଥିବା ଦେଖିବାକୁ ମିଳିଛି। କିଛି ଲୋକ ତାଙ୍କୁ ସମାଲୋଚନା କରୁଥିବାବେଳେ କିଛି ପ୍ରଶଂସକ ପସନ୍ଦ ମଧ୍ୟ କରୁଛନ୍ତି। ଗର୍ଭାବସ୍ଥାର ଖବର ମଧ୍ୟରେ ସେ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି। ବର୍ତ୍ତମାନ ସେ ଏକ ଫଟୋସୁଟ୍ ସେୟାର କରିଛନ୍ତି। ଏଥିରେ ସେ ପାଣିରେ ଖେଳୁଥିବା ନଜର ଆସିଛନ୍ତି। ଏହା ସହିତ ସେ କ୍ୟାପସନ୍ ଦେଇଛନ୍ତି, ‘ନୋ ରିସ୍କ, ନୋ ଷ୍ଟୋରି’

ସୂଚନା ମୁତାବକ ଗତ କିଛି ଦିନ ହେବ ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁ ନିଜ ବିବାହ ବିବାଦ ଏବଂ ଗର୍ଭାବସ୍ଥାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ନିଜ ବିବାହକୁ ନେଇ ମଧ୍ୟ ନୁସରତ ଏକ ସମ୍ବେଦନଶୀଳ ବୟାନ ଦେଇଥିଲେ। ଏଥିରେ ସେ କହିଥିଲେ, ନିଖିଲଙ୍କ ସହ ତାଙ୍କର ବିବାହ ବେଆଇନ୍ ଅଟେ। ଏହି ବୟାନ ପରେ ପରେ ହିଁ ତାଙ୍କର ଗର୍ଭାବସ୍ଥା ଫଟୋ ସାମ୍ନାକୁ ଆସିଥିଲା। ସେପଟେ ନିଖିଲ କହିଛନ୍ତି, ସେ ନୁସରତଙ୍କ ସନ୍ତାନର ବାପା ନୁହନ୍ତି।

ନୁସରତ କହିଛନ୍ତି ଯେ ୨୦୧୯ ରେ ତୁର୍କୀରେ ବ୍ୟବସାୟୀ ନିଖିଲ ଜୈନଙ୍କ ସହ ବିବାହ ହୋଇଥିଲା। ଭାରତୀୟ ବିବାହ ଅନୁଯାୟୀ ଏହି ବିବାହ ବୈଧ ନୁହେଁ। ସେ କହିଛନ୍ତି ଯେ ତୁର୍କୀ ବିବାହ ନିୟମାବଳୀ ଅନୁଯାୟୀ ସେମାନେ ବିବାହ କରିଥିଲେ ତେଣୁ ଭାରତରେ ଏହା ବେଆଇନ। ଏହା ଅନ୍ୟ ଧର୍ମରେ ବିବାହର ମାମଲା ସେଥିପାଇଁ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ପଞ୍ଜିକରଣ ହୋଇଥାନ୍ତା ଯାହା ହୋଇନଥିଲା। ସେହି ଦୃଷ୍ଟିକୋଣରୁ ଏହା ବିବାହ ନୁହେଁ ଲିଭ-ଇନ-ରିଲେସନସିପ ବୋଲି କହିଛନ୍ତି ନୁସରତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.