ପୁରୁଣା ବାଲେଶ୍ୱର ଅଞ୍ଚଳରୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଦେଶୀ ମଦ ସହ ସରଞ୍ଜାମ ଜବତ

ବାଲେଶ୍ଵର: ବାଲେଶ୍ଵର ସହରର ପୁରୁଣା ବାଲେଶ୍ୱର ଅଞ୍ଚଳରେ ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢ଼ାଉ । ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଦେଶୀ ମଦ, ମଦ ପ୍ରସ୍ତୁତ ସରଞ୍ଜାମ ଜବତ ସହ ବ୍ୟାପକ ଭାବେ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ପୋଚକୁ ନଷ୍ଟ କରାଯାଇଛି । ଚଳିତ ବର୍ଷ ଏକ ମାସ ମଧ୍ୟ ରେ ଏହା ଦ୍ଵିତୀୟ ବଡ଼ ଧରଣର ଚଢାଉ ।

ଜିଲ୍ଲା ଅବକାରୀ ବିଭାଗ ସହ ତିନି ପ୍ଲାଟୁନ୍ ପୋଲିସ୍ ଫୋର୍ସ ସହ ୫୦ ଜଣିଆ ଟିମ୍ ଏକ କାଳୀନ ପୁରୁଣା ବାଲେଶ୍ଵର ଅଞ୍ଚଳରେ ସକାଳ ୯ ଟା ରୁ ଚଢାଉ ଆରମ୍ଭ କରି ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଚଢ଼ଉ ଜାରି ରଖିଥିଲେ । ସ୍ଥାନୀୟ ଅଞ୍ଚଳରେ ଘରେ ଘରେ ଚୋରାରେ ମଦ ପ୍ରସ୍ତୁତ କରାଯାଇ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଅଧିକାଂଶ ମାଫିଆଙ୍କ ଏହି କାର୍ଯ୍ୟରେ ସଂପୃକ୍ତି ରହିଥିବା ଜଣାପଡିଛି ।

ଆଜି ଚଢାଉ ବେଳେ ୫ ଜଣକୁ ଅଟକ ରଖାଯାଇଛି । ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ କଞ୍ଚାମାଲ ତଥା ଗୁଡ଼ , ପୋଚ ଓ ବାଖର କୁ ଘରେ ଓ ପୋଖରୀ ଭିତରେ ଲୁଚା ଯାଇଥିବା ବେଳେ ସେଗୁଡିକୁ ମଧ୍ୟ ଚଢାଉ ବେଳେ ନଷ୍ଟ କରାଯାଇଛି । ସେହିଭଳି ବେଆଇନ ଭାବେ ଦେଶୀ ମଦ ଘରେ ପ୍ରସ୍ତୁତ କରି ଲୁଚାଇ ରଖାଯାଇଥିବା ବେଳେ ସେଗୁଡିକୁ ମଧ୍ୟ ଜବତ କରାଯାଇଛି । ତେବେ ଆଗାମୀ ଦିନମାନଙ୍କରେ ମଧ୍ୟ ଏଭଳି ଧରପଗଡକୁ ଜୋରଦାର କରାଯିବା ସହ ଦେଶୀ ମଦ କାରବାରକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବା ପାଇଁ ଅବକାରୀ ବିଭାଗ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.