Below header

ଟେଲିକାଷ୍ଟ ପୂର୍ବରୁ ଲିକ୍‌ ହେଲା ନଚ୍‌ ବଲିୟେ-୯ର ଓ୍ଵିନରଙ୍କ ନାଁ, ଜାଣନ୍ତୁ ସେ କିଏ

ଷ୍ଟାର ପ୍ଳସର ଡ୍ୟାନ୍ସ ରିଆଲିଟି ସୋ’ ‘ନଚ୍ ବଲିୟେ-୯’ ବେଶ୍ ଚର୍ଚ୍ଚାରେ ରହୁଛି। ଏଥରର ଥିମ୍ ଅନ୍ୟ ସିଜିନ୍ରୁ ଟିକେ ହଟକେ ରଖାଯାଇଥିଲା। ଚଳିତ ସିଜିନ୍ରେ ମ୍ୟାରେଡ୍ କପଲ୍ଙ୍କ ସହ ଏକ୍ସ କପଲ୍ ମଧ୍ୟ ସାମିଲ୍ ହୋଇଥିଲେ। ଫଳରେ ସୋ’ରେ ଅନେକ ଡ୍ରାମା ଓ କଣ୍ଟ୍ରୋଭର୍ସି ଦେଖିବାକୁ ମିଳିଥିଲା। ତେବେ ହାଇ ଟିଆରପି ରଖୁଥିବା ଏହି ସୋ’ ର ଗ୍ରାଣ୍ଡ ଫିନାଲେ ଏପିସୋଡ୍ର ସୁଟିଂ ସରିଯାଇଛି, ଯାହା ଆସନ୍ତା ୱିକେଣ୍ଡରେ ପ୍ରସାରିତ ହେବ।

prince-yuvikaଏହି ରିଆଲିଟି ସୋ’ରେ ବିଜେତାଙ୍କ ନା ଘୋଷଣା ହେଇନଥିଲେ ମଧ୍ୟ ଏହା ସାମ୍ନାକୁ ଆସି ସାରିଛି। ଚର୍ଚ୍ଚା ହେଉଛି, ପ୍ରିନ୍ସ ନରୁଲା ଓ ଯୁବିକା ଚୌଧୁରୀ ‘ନଚ ବଲିୟେ-୯’ର ବିଜେତା ହୋଇଛନ୍ତି। ପ୍ରିନ୍ସ ଓ ୟୁବିକାଙ୍କ ଲଭଷ୍ଟୋରୀ ଆରମ୍ଭ ହୋଇଥିଲା ‘ବିଗ୍ବସ୍-୯’ରୁ। ରିଆଲିଟି ସୋ’ ‘ରୋଡିସ୍’ ଓ ‘ସ୍ପିଟ୍ସଭିଲ୍ଲା’ ଜିତିବା ପରେ ପ୍ରିନ୍ସ ଆସିଥିଲେ ‘ବିଗ୍ବସ୍’କୁ। ଏହି ସୋ’ରେ ହିଁ ତାଙ୍କର ୟୁବିକାଙ୍କ ସହିତ ଦେଖା ହୋଇଥିଲା। ସୋ’ ରେ ସେମାନେ ବେଶ୍ ଭଲ ବନ୍ଧୁ ପାଲଟି ଯାଇଥିଲେ। ତେବେ ପ୍ରିନ୍ସ ତାଙ୍କୁ ମନେ ମନେ ବହୁତ ପସନ୍ଦ କରୁଥିଲେ ଓ ତାଙ୍କୁ ବିବି-ହାଉସରେ ପ୍ରପୋଜ୍ ମଧ୍ୟ କରିଥିଲେ। ପ୍ରିନ୍ସ ‘ବିଗବସ୍-୯’ର ୱିନର୍ ହୋଇଥିଲେ। ଏହାପରେ ଦୁହେଁ ପରସ୍ପରକୁ କିଛି ବର୍ଷ ଡେଟ୍ କରିବା ପରେ ଗତବର୍ଷ ଅକ୍ଟୋବରରେ ବିବାହ କରିଥିଲେ। ଏବେ ଦର୍ଶକଙ୍କର ଏହି ଫେଭରେଟ୍ ଟିଭି କପଲ୍ ‘ନଚ୍ ବଲିୟେ ୯’ର ବିଜେତା ହୋଇଯାଇଛନ୍ତି।

nach-baliye-9

ଏହାସହ ପଢନ୍ତୁ: ଏଥର ସ୍ବାମୀ ଏବଂ ଝିଅଙ୍କ ସହ ଏଠାରେ ଜନ୍ମଦିନ ପାଳିବେ ଐଶ୍ୱର୍ଯ୍ୟା

ସୂଚନା ଅନୁଯାୟୀ, ପ୍ରିନ୍ସ ଓ ୟୁବିକା ବିଜେତା ହୋଇଥିବାବେଳେ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ଅନୀତା ହସନନ୍ଦନୀ ଓ ରୋହିତ୍ ରେଡ୍ଡିଙ୍କ ଯୋଡ଼ି। ସେହିପରି ବିଶାଲ୍ ଆଦିତ୍ୟ ସିଂହ ଓ ମଧୁରିମା ତୁଲୀଙ୍କ ଯୋଡ଼ି ତୃତୀୟ ସ୍ଥାନରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.