ଲାକ୍ଷାଦ୍ଵୀପରେ ପାକିସ୍ତାନ ନୌସେନାକୁ ଧୂଳି ଚଟେଇ ଥିଲେ ଭାରତର ଏହି ଲୌହ ମାନବ

ଭାରତର ଭୂ- ଭାଗର ଏକତ୍ରୀକରଣରେ ମୁଖ୍ୟ ଭୂମିକା ନିଭେଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ ତମ ଜନ୍ମ ଦିବସ ଆଜି ଦେଶ ସାରା ପାଳିତ ହେଉଛି । ଭାରତ ସ୍ୱାଧୀନତା ପାଇବା ପରେ ଦେଶର ଖଣ୍ଡ ବିଖଣ୍ଡ ଅଞ୍ଚଳକୁ ଏକାଠି କରି ସ୍ୱତନ୍ତ୍ର ଭାରତର ନିର୍ମାଣ କେବଳ ତାଙ୍କ ପାଇଁ ସମ୍ଭବ ହୋଇପାରିଥିଲା । ଏକ ଗରିବ କୃଷକ ପରିବାରରେ ଜନ୍ମ ନେଇଥିବା ପଟେଲ ନିଜ ଚେଷ୍ଟା ମାଧ୍ୟମରେ ଲଣ୍ଡନ ଯାଇ ଓକିଲାତି ପାଠ ପଢିଥିଲେ । କିନ୍ତୁ ପରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ । ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ ରଖି ସମଗ୍ର ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧି ଥିବାରୁ ତାଙ୍କୁ ଭାରତର ସର୍ଦ୍ଦାର ଭାବେ ଆଖ୍ୟା ଦିଆଯାଇଛି ।

patel

ତେଣୁ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଇ ଆସୁଛି । ଖାଲି ସେତିକି ନୁହେଁ ତାଙ୍କର ଦୃଢ଼ତା ଓ କର୍ତ୍ତବ୍ୟନିଷ୍ଠା ଗୁଣ ଯୋଗୁଁ ତାଙ୍କୁ ‘ଲୌହ ମାନବ’ ଭାବେ ମଧ୍ୟ ଜଣା ଯାଏ । ଯେତେବେଳେ ଅଖଣ୍ଡ ଭାରତ ବିଭାଜିତ ହେଲା ସେହି ସମୟରେ ଛୋଟ ବଡ କରି ପ୍ରାୟ ୫୬୨ଟି ରାଜ୍ୟ ଥିଲା । କିନ୍ତୁ ଏହି ପ୍ରାନ୍ତର ରାଜା ମାନେ ନିଜ ନିଜର ସ୍ୱାଧୀନତା ହରାଇବାକୁ ଜମା ଚାହୁଁ ନଥିଲେ । ଯାହାକି ଅଖଣ୍ଡ ଭାରତ ଗଠନରେ ମୁଖ୍ୟ ବାଧକ ସାଜିଥିଲା । ଅବଶ୍ୟ ବ୍ରିଟିଶ ସରକାର ସମସ୍ତ ରାଜ୍ୟ ମାନଙ୍କୁ ସ୍ୱାଧୀନତା ଦେଇଥିଲେ କି ସେମାନେ ନିଜ ଇଛା ଅନୁସାରେ ଭାରତ କିମ୍ବା ପାକିସ୍ତାନ ସହ ମିଶିପାରିବେ ଅଥବା ସ୍ୱତନ୍ତ୍ର ହୋଇ ରହିପାରିବେ ।

ଏହା ସହ ପଢନ୍ତୁ: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ, ପରିଣତ ବୟସରେ ନିଜ ଇଚ୍ଛାକୁ ଜୀବନ୍ତ ରୂପ ଦେଲେ ଏହି ୮୦ ବର୍ଷୀୟା ବୃଦ୍ଧା

ଏହା ସେମାନଙ୍କର ଏକ କୁଟିଳ ବୁଦ୍ଧି ଥିଲା । ସେହି ସମୟରେ ପଟେଲ ଭାରତର ଉପ ପ୍ରଧାନ ମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଦାୟିତ୍ୱରେ ଥାନ୍ତି । ସେହି ସମୟରେ ସେ ଭିପି ମେନନଙ୍କ ସହ ମିଶି ସମସ୍ତ ରାଜ୍ୟର ରାଜା ମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ । ନିଜର ତୀକ୍ଷ୍ଣ ବୁଦ୍ଧି ଅପାର ଦୂରଦର୍ଶୀ ଗୁଣ ସାହାଯ୍ୟରେ ସ୍ୱାଧୀନତା ଲାଭ ପୂର୍ବରୁ ୫୬୨ ଟି ରାଜ୍ୟ ଭାରତ ସହ ମିଶିବା ପାଇଁ ରାଜି ହୋଇଥିଲେ । କେବଳ ଜୁନାଗଡ଼,ହାଇଦରାବାଦ ଓ କାଶ୍ମୀର ହିଁ ଏଥିରୁ ବାଦ ପଡ଼ିଥିଲେ । କିନ୍ତୁ ପରେ ସର୍ଦ୍ଦାରଙ୍କ ଚେଷ୍ଟାରେ ହିଁ ଏହି ସବୁ ରାଜ୍ୟ ଭାରତ ସହ ମିଶି ପାରିଥିଲେ ।

ଖାଲି ଏତିକି ନୁହେଁ ପଟେଲ ଲାକ୍ଷାଦ୍ଵୀପ ଠାରେ ଭାରତୀୟ ନୌସେନାକୁ ପଠାଇ ଭାରତର ଧ୍ୱଜା ଉଡାଇ ପାରିଥିଲେ । ସେହି ସମୟରେ ପାକିସ୍ତାନ ନୌସେନା ସେହି ସ୍ଥାନରେ ପହଞ୍ଚିଥିଲେ ମଧ୍ୟ ପରାଜିତ ହୋଇ ସେହି ସ୍ଥାନରୁ ଫେରିବାକୁ ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.