୧୦୦ ଦିନ ହସ୍ପିଟାଲରେ ରହିବା ପରେ ଘରକୁ ଆସିଲା ପ୍ରିୟଙ୍କା ଚୋପ୍ରାଙ୍କ ଝିଅ ‘ମାଳତୀ’, ଉଭୟ ବାପା-ମା’ ସେୟାର କଲେ ପ୍ରଥମ ଫଟୋ

ପ୍ରଥମ ଥର ପାଇଁ ମା’ ବନି ଥିବା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ କୁନି ପରୀ ଆସିଛି। ଜନ୍ମର ପାଖାପାଖି ୧୦୦ ଦିନ ଯାଏଁ ଝିଅ ହସ୍ପିଟାଲରେ ରହିଥିଲା। ଏବେ ୧୦୦ ଦିନ ପରେ ପ୍ରିୟଙ୍କା ଓ ନିକ୍‌ କୁନି ଝିଅକୁ ଘରକୁ ଆଣିଛନ୍ତି। ଝିଅର ଗୃହ ପ୍ରବେଶ ବେଳର ପ୍ରଥମ ଫଟୋକୁ ପ୍ରିୟଙ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋରେ ନିକ୍‌ ଓ ପ୍ରିୟଙ୍କାଙ୍କ ସହ କୁନି ଝିଅ ବି ଅଛି। ପ୍ରିୟଙ୍କା ନିଜ ଝିଅକୁ କୋଳରେ ଧରିଛନ୍ତି। ଇଣ୍ଟରନେଟ୍‌ରେ ଭାଇରାଲ ହେବା ପରେ ଉଭୟ ନିକ୍‌ ଜୋନସ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ବଲିଉଡ୍‌ ଓ ହଲିଉଡ୍‌ରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଫ୍ୟାନ୍‌ ମଧ୍ୟ ଅଭିନେତ୍ରୀଙ୍କ ଝିଅକୁ ଦେଖିବାକୁ ବେଶ୍‌ ଏକ୍ସାଇଟେଡ୍‌ ଅଛନ୍ତି।

 

View this post on Instagram

 

A post shared by Priyanka (@priyankachopra)

ରିପୋର୍ଟ ମୁତାବକ, ପ୍ରିୟଙ୍କା ଓ ନିକ୍‌ ନିଜ ଝିଅ ନାଁ ରଖିଛନ୍ତି ମାଳତୀ ମେରୀ ଚୋପ୍ରା। ପ୍ରଥମ ଥର ପାଇଁ ପ୍ରିୟଙ୍କା ଚୋପ୍ରାଙ୍କ ଝିଅକୁ ଆଲିଙ୍ଗନ କରିବା ସୁଯୋଗ ମିଳିଛି। ମାତୃ ଦିବସର ବିଶେଷ ଅବସରରେ ପ୍ରିୟଙ୍କା ଚୋପ୍ରା ଝିଅ ସହ ଫଟୋ ସେୟାର କରିଛନ୍ତି। ଝିଅ ଘରକୁ ଆସିବା ପରେ ସେ ହସ୍ପିଟାଲରେ କେମିତି ୧୦୦ ଦିନ ବିତାଇଥିଲା, ସେ ନେଇ ପ୍ରିୟଙ୍କା ଓ ନିକ୍‌ ନିଜ ଅନୁଭୂତି ସେୟାର କରିଛନ୍ତି।

 

View this post on Instagram

 

A post shared by Nick Jonas (@nickjonas)

ଫଟୋ ସେୟାର କରି ପ୍ରିୟଙ୍କା ଓ ନିକ୍‌ କ୍ୟାପ୍‌ସନ୍‌ରେ ଲେଖିଛନ୍ତି- ଏନ୍‌ଆଇସିୟୁରେ ୧୦୦ରୁ ଅଧିକ ଦିନ ବିତାଇବା ପରେ ଆମ ଛୋଟ ପରୀ ଶେଷରେ ଘରକୁ ଆସିଗଲା। ସବୁ ପରିବାର ଯାତ୍ରା ଭଲ ଓ ଖରାପ ହୋଇଥାଏ। ଏଥିପାଇଁ ମାନସିକ ସ୍ତରରେ ବିଶ୍ୱାସର ଆବଶ୍ୟକତା ରହିଛି। ଏହା ଆମ ପାଇଁ ଚ୍ୟାଲେଞ୍ଜିଂ ସମୟ ଥିଲା। ଏବେ ଆମେ ବହୁତ ଖୁସି ଯେ ଆମ ଝିଅ ଘରକୁ ଫେରିଛି। ଆମ ଝିଅ ସତରେ ବହୁତ ଦୁଷ୍ଟ।

ତେବେ ନିକ୍‌ ଜୋନସ୍‌ ସେୟାର କରିଥିବା ଫଟୋରେ ଝିଅର ମୁହଁ ସାମ୍ନାରେ ଏକ ଧଳା ହାର୍ଟ ଇମୋଜି ରଖିଛନ୍ତି, ଫଳରେ କେହି ଯେମିତି ତା’ ଚେହେରା ଦେଖିପାରିବେ ନାହିଁ। କିନ୍ତୁ ଫ୍ୟାନ୍‌ମାନେ ପ୍ରିୟଙ୍କାଙ୍କର କୁନି ପରୀର ମୁହଁ ଦେଖିବାକୁ ଡିମାଣ୍ଡ କରିଛନ୍ତି। ପ୍ରକାଶ ଯେ ପ୍ରିୟଙ୍କା ଓ ନିକ୍‌ଙ୍କ ପ୍ରଥମ ସନ୍ତାନ ମାଳତୀ ଚଳିତ ବର୍ଷ ଜାନୁଆରୀରେ ଜନ୍ମ ନେଇଛି। ପ୍ରିୟଙ୍କା ଚୋପ୍ରା ସରୋଗେସୀ ଜରିଆରେ ଏହି ସନ୍ତାନ ଜନ୍ମ ଦେଇଛନ୍ତି। କୁନି ଝିଅକୁ କୋଳରେ ଧରି ଏହି ଦମ୍ପତି ବେଶ୍‌ ଖୁସି ଥିବା ଦେଖାଯାଇଛି।

Also Read: ପୁଣିଥରେ କାୟା ମେଲାଇଲାଣି କରୋନା, ଅହମ୍ମଦାବାଦ ଓ ଓଡ଼ିଶାରେ ଶତାଧିକ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.