ବ୍ରେନ୍‌ ଷ୍ଟ୍ରୋକ୍‌ରୁ ରିକଭରୀ ପାଇଁ ବଲିଉଡ୍‌ ଆକ୍ଟର ରାହୁଲ ରୟ ନେଉଛନ୍ତି ମ୍ୟୁଜିକ୍‌ ଥେରାପି, ଭଉଣୀ ପ୍ରିୟଙ୍କାଙ୍କ ସହ ଗାଉଛନ୍ତି ସରଗମ୍‌

ବଲିଉଡ୍‌ ଆକ୍ଟର ରାହୁଲ ରୟ ଗତବର୍ଷ ନଭେମ୍ବରରେ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ। ଏହାପରଠୁ ତାଙ୍କୁ ମ୍ୟୁଜିକ୍‌ ଥେରାପି ଦିଆଯାଉଛି। ଏହି ଥେରାପି ସେ ନିଜ ଭଉଣୀ ପ୍ରିୟଙ୍କାଙ୍କ ସହିତ ନେଉଛନ୍ତି। ଗୁରୁବାର ରାହୁଲ ସୋସିଆଲ ମିଡିଆରେ ନିଜ ଫ୍ୟାନ୍‌ମାନଙ୍କ ସହିତ ଏହି ଥେରାପିର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ରାହୁଲ ଭଉଣୀଙ୍କ ସହିତ ମିଶି ଗୀତ ଗାଉଥିବାର ନଜର ଆସୁଛନ୍ତି।

ଭିଡିଓ ଶେୟାର କରି ରାହୁଲ କହିଛନ୍ତି, ‘ଆଶା କରୁଛି କି, ଆପଣ ସମସ୍ତଙ୍କୁ ମୋର ଏହି ରିକଭରୀ ଭିଡିଓ ପସନ୍ଦ ଆସିବ। ବ୍ରେନ୍‌ ଷ୍ଟ୍ରୋକ୍‌ ରିକଭରୀ ସହଜ ନୁହେଁ। ଅନେକ କଥା ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ। ମୋ କହିବାର ତରିକାରେ ପରିବର୍ତ୍ତନ ଆସିଛି ଏବଂ ମ୍ୟୁଜିକ୍‌ ଥେରାପି ଏହାକୁ ଠିକ୍‌ କରିବାରେ ସାହାଯ୍ୟ କରିବ’।

ରାହୁଲ ଆହୁରି କହିଥିଲେ, ‘ମୁଁ ମୋ ଭଉଣୀ ପ୍ରିୟଙ୍କାଙ୍କ ସହିତ ଏହି ଥେରାପି ନେଉଛି। ଏଥିରେ ସମୟ ଏବଂ ପରିଶ୍ରମ ଉଭୟ ଲାଗିବ। କିନ୍ତୁ ଆପଣ ଜଲ୍‌ଦି ମୋତେ ପୁଣିଥରେ ଜୋର୍‌ରେ ଗାଇବାର, କହିବାର ଦେଖିବେ’। କହି ରଖୁଛୁ, ଗତବର୍ଷ ଫିଲ୍ମ ‘LAC Live Battle in Kargil’ର ଶୁଟିଂ ସମୟରେ ରାହୁଲଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା। ଏହାପରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ୭ ଜାନୁଆରୀରେ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ।

 

View this post on Instagram

 

A post shared by Rahul Roy (@officialrahulroy)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.