ସଲମାନଙ୍କ ବ୍ୟାୟାମକୁ ନେଇ ଖୁଲାସା କଲେ ତାଙ୍କ ଫିଟନେସ ବିଶେଷଜ୍ଞ

ବଲିଉଡ ସୁପରଷ୍ଟାର ତଥା ସମସ୍ତଙ୍କ ଭାଇଜାନ ବୋଲାଉଥିବା ସଲମାନ ଖାନ ସବୁବେଳେ ଥାନ୍ତି ଚର୍ଚ୍ଚାରେ । କେତେବେଳେ ତାଙ୍କ ଫିଲ୍ମକୁ ନେଇ ତ କେବେ ନିଜ ପର୍ସନାଲ ଲାଇଫକୁ ନେଇ । ଆଉ କେତେବେଳେ ନିଜ ଫିଟନେସ ପାଇଁ । ବିଶେଷ କରି ୟଙ୍ଗମାସଙ୍କର ତାଙ୍କ ଉପରେ ରହିଥାଏ ନଜର । ପ୍ରକୃତରେ ସଲମାନଙ୍କ ପିଟନେସର ମନ୍ତ୍ର କଣ ? କେମିତି ଏତେ ବୟସରେ ବି ସେ ଏକଦମ ରହିଛନ୍ତି ଫିଟ ?  ସେନେଇ ଖୁଲାସା କରିଛନ୍ତି ସଲମାନଙ୍କ ଫିଟନେସ ବିଶେଷଜ୍ଞ ରାକେଶ ଉଦିୟର ।

ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ସଲମାନ ପ୍ରତିଦିନ କାର୍ଡିଓ କରନ୍ତି ବିନା ଫେଲରେ । ସେ ଏହି ଅଭ୍ୟାସକୁ ଅଳ୍ପ ବୟସରୁ ହିଁ ଆରମ୍ଭ କରିଦେଇଥିଲେ ଯେତେବେଳେ ସେ ଜଣେ ଜାତୀୟ ସ୍ତରର ସୁଇମର ଥିଲେ । ୱେଟ ଟ୍ରେନିଂ ପୂର୍ବରୁ ସେ ଏକ ଘଣ୍ଟା ନିଜକୁ ଦେଇଥାନ୍ତି । ଆମେ ତାଙ୍କ ଫାର୍ମରେ ଦୁଇ ଘଣ୍ଟା ଚାଲୁ । କିନ୍ତୁ ନିଜର ସ୍ୱାସ୍ଥ୍ୟବସ୍ଥା ଦେଖି ସଲମାନ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ସଲମାନ ଜଣେ କନସିୟସ ଲିଫ୍ଟର । ଭାରୀ ଭାର ଉଠାଉଥିବା ସଲମାନ ଏବେ ମଡରେଟରେ ନିଜର ଏକ୍ସରସାଇଜ କରୁଛନ୍ତି ।

ଆମେ ଭଲ୍ୟୁମ ସେଟ ଉପରେ ଫୋକସ କରୁଛୁ । ଯାହା ୧୦ରୁ ୧୨ଏକ୍ସରସାଇଜ ର ଭାରିଏସନ ଆଣୁଛି । ଏବଂ ୫ସେଟରେ ଓ ୨୦ଟି ରେପ୍ସ ଏକଜିକ୍ୟୁଟ ହେଉଛି । ସେ କହିଛନ୍ତି ଯେ ମୋର ମନେ ଅଛି ସେହି ପର୍ଯ୍ୟାୟ ତାଙ୍କ ପାଇଁ କେତେ ଯନ୍ତ୍ରଣା ଦାୟକ ଥିଲା । ଯେତେବେଳେ ଦବଙ୍ଗ ସମୟରେ ଆମେ କାର୍ଡିଓ ଉପରେ ଧ୍ୟାନ ଦେଉଥିଲୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.