କଟ୍ରିନା କୈଫ୍ଙ୍କ ସହ ରହିବା ପାଇଁ ରଣବୀର କପୁର ଖର୍ଚ୍ଚ କରିଦେଲେ ୨୧ କୋଟି ଟଙ୍କା, ବ୍ରେକ୍ ଅପ୍ ପରେ ହତାଶ

ମୁମ୍ବାଇ : ଫିଲ୍ମ କଳାକାରଙ୍କ ପାଇଁ ପ୍ରେମ ଓ ବ୍ରେକ୍ ଅପ୍ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । କେତେବେଳେ କାହା ସହ ପ୍ରେମ ଓ କେତେବେଳେ ବ୍ରେକ୍ ଅପ୍ କହିବା ମୁସ୍କିଲ୍ । ତେବ ଏହି ପ୍ରେମ ଓ ବ୍ରେକ୍ ଅପ୍ ସମୟ ଭିତରେ ଏହି ଅଭିନେତାମାନେ ଯେ କେବଳ ଘର ପରିବାର ଠାରୁ ଦୂରରେ ରୁହନ୍ତି ତାହା ନୁହେଁ ଏଥିପାଇଁ ଭଲ ରୋକଡ଼ା ବି ଖର୍ଚ୍ଚ କରିଥାନ୍ତି । ଏଇ ଯେମିତି ରଣବୀର କପୁରଙ୍କ କଥା । ଗାର୍ଲ ଫ୍ରେଣ୍ଡ୍ଙ୍କ ସହ ରହିବା ପାଇଁ ସେ ଖର୍ଚ୍ଚ କରିଦେଇଛନ୍ତି ପ୍ରାୟ ୨୧ କୋଟି ଟଙ୍କା । ଆଉ ଏବେ ସେହି ଅର୍ଥ ପାଇଁ ତାଙ୍କୁ ସହିବାକୁ ପଡ଼ୁଛି ବହୁତ କିଛି ।

ରଣବୀର ବଲିଉଡ୍କୁ ପ୍ରଥମେ ଆସିବା ପରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କୁ ଡେଟିଂ କରୁଥିବା ନେଇ ବହୁତ ଚର୍ଚ୍ଚାକୁ ଆସିଥିଲେ । ଏହାପରେ ତାଙ୍କର ରଣବୀରଙ୍କ ସହ ବ୍ରେକ୍ ଅପ୍ ହୋଇଗଲା । ଆଉ ଏହି ବ୍ରେକ୍ ଅପ୍ର କାରଣ ଥିଲେ ଅଭିନେତ୍ରୀ କଟ୍ରିନା କୈଫ୍ । ଦୀପିକା ଓ ରଣବୀରଙ୍କ ସମ୍ପର୍କ ମଝିରେ ପଶିଯାଇଥିଲେ କଟ୍ରିନା ।

ରଣବୀର ଓ କଟ୍ରିନା ଫିଲ୍ମ ‘ରାଜନୀତି’ ସେଟ୍ରୁ ନିକଟତର ହୋଇଥିଲେ । ଫିଲ୍ମ ‘ଅଜବ ପ୍ରେମ କି ଗଜବ କହାନୀ’ ର ସୁଟିଂ ବେଳକୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କରେ ଜମାଟ ବାନ୍ଧିଥିଲା ଓ ଦୁହେଁ ଲିଭ୍ ଇନ୍ ରିଲେସନ୍ସିପ୍ରେ ରହିବାକୁ ଲାଗିଲେ । ଲିଭ୍ ଇନ୍ ରେ ରହିବା ପାଇଁ ରଣବୀର ମା’ବାପାଙ୍କୁ ଛାଡ଼ି ମୁମ୍ବାଇ ପାଲି ହିଲ୍ ରେ ଏକ ଆପାର୍ଟମେଣ୍ଟ ନେଇଥିଲେ । ଯାହାର ମାସିକ ଭଡ଼ା ଥିଲା ୧୫ ଲକ୍ଷ ଟଙ୍କା ଓ ଘର ପାଇଁ ଜମା ଦେଇଥିଲେ ୨୧ କୋଟି । ଏହାଛଡ଼ା ଘରର ଇଣ୍ଟେରିଅର ଡେକୋରେସନ ପାଇଁ ମଧ୍ୟ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିଲେ ।

ହେଲେ ଯେତେବେଳେ କଟ୍ରିନାଙ୍କ ସହ ବ୍ରେକ୍ ଅପ୍ ହୋଇଗଲା ରଣବୀରଙ୍କ ୨୧ କୋଟି ଟଙ୍କା ପାଣିରେ ପଡ଼ିଲା । ରଣବୀର ସେ ଘର ଛାଡ଼ି ଅଲଗା ରହିଲେ । କଟ୍ରିନା ସେ ଘରେ କିଛି ଦିନ ରହିବା ପରେ ଅବଶ୍ୟ ଅନ୍ୟ ଘରକୁ ଚାଲିଯାଇଥିଲେ । ଏବେ ରଣବୀର ଆଲିଆ ଭଟ୍ଟଙ୍କ ସହ ରିଲେସନସିପରେ ଅଛନ୍ତି ଓ କଟ୍ରିନା ସିଙ୍ଗଲ ଥିବା ଜଣାଯାଇଛି ।