ପୁଣି ଯାତ୍ରା ପେଣ୍ଡାଲକୁ ଓହ୍ଲାଇବେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା

ଯାଜପୁର ଟାଉନ୍‌, (କେନ୍ୟୁଜ୍‌) : ପୁଣି ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିବ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଜଲଓ୍ଵା । ତେବେ ରାଣୀ ଆସିବେ ନୂଆ ରୂପରେ । ହଟ୍‌ ପ୍ୟାଣ୍ଟ କି ଜିନସ୍‌ରେ ନୁହେଁ ଖାଣ୍ଟି ଓଡିଆଣୀ ବେଶରେ ଦର୍ଶକଙ୍କ ଆଗକୁ ଆସିବେ । ପୁଣି ଖୋଦ ନିଜ ଆତ୍ମଜୀବନୀକୁ ନେଇ ନାଟକରେ ଅଭିନୟ କରିବେ । ନିଜ ଚରିତ୍ରରେ ଅଭିନୟ କରି ତାଙ୍କ ସଂଘର୍ଷମୟ ଜୀବନର କାହାଣୀକୁ ଦର୍ଶକଙ୍କୁ ଭେଟି ଦେବେ। ଚଳିତ ସିଜିନରେ ସେ ସ୍ୱର୍ଣ୍ଣ ମନ୍ଦିର ଯାତ୍ରା ପାର୍ଟିରେ ନଜର ଆସିବେ ।

ଯାଜପୁର ବିଂଝାରପୁର ବ୍ଲକ ସିଂହପୁର ଆଖଡା ପୂଜା କାର୍ଯ୍ଯକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ରାଣୀ । ପ୍ରଯୋଜକ ମୁକ୍ତିକାନ୍ତ ସାମଲ ରାଣୀଙ୍କ ଜୀବନୀକୁ ନେଇ ଯାତ୍ରା କରିବେ । ଯାହାର ନାଁ ‘ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା’ । ତାଙ୍କୁ ଏହି ଅଫର ଦେବା ପରେ ସେ ରାଜି ହୋଇଛନ୍ତି। ସବୁବେଳେ ଅଶ୍ଳୀଳ ଅଭିନେତ୍ରୀ ଭାବେ ରାଣୀ ପଣ୍ଡାଙ୍କୁ ସମାଲୋଚନା କରୁଥିବା ଦର୍ଶକଙ୍କୁ ଏହି ଯାତ୍ରା ଦେଖିବାକୁ ସେ ଅନୁରୋଧ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.