ଖୁବ ଶୀଘ୍ର ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋରିସ ଜନସନ
ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇସ୍ତଫା ଦେଇପାରନ୍ତି | ମନ୍ତ୍ରିମଣ୍ଡଳର ୪୦ ଜଣ ମନ୍ତ୍ରୀ ଇସ୍ତଫା ଦେବା ପରେ ବୋରିସ ଇସ୍ତଫା ଦେବା ନେଇ ରାଜି ହୋଇଥିବା ନେଇ ବ୍ରିଟେନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି | ବୋରିସଙ୍କ ପରେ କନଜରଭେଟିଭ ପାର୍ଟିରୁ କିଏ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ସେନେଇ ଆଲୋଚନା ଲାଗିରହିଛି |