ବିବାହ ପରେ ଶ୍ବଶୁର ଘରେ ରହିବାକୁ ଗଲେ ରଣବୀର, ଜାଣନ୍ତୁ କାହିଁକି

ମୁମ୍ବାଇ : ସୋସିଆଲ ମିଡ଼ିଆରେ ଏବେ ଟ୍ରେଣ୍ଡ କରୁଛି ଦିପବୀରଙ୍କ ବିବାହ ଖବର । ଏପରିକି ତାଙ୍କ ଗୋଟେ ଫଟୋକୁ ଚାତକ ଭଳି ଚାହିଁ ବସିଛନ୍ତି ପ୍ରଶଂସକ। ବଲିଉଡ଼ର ବାଜିରାଓ-ମସ୍ତାନି ଇଟାଲୀରେ ବିବାହ କରି ମୁମ୍ବାଇକୁ ଫେରିଛନ୍ତି। କିନ୍ତୁ ବିବାହ ପରେ ଦୀପିକା , ରଣବୀରଙ୍କ ଘରକୁ ଯିବା ବଦଳରେ ତାଙ୍କ ବାପ ଘରେ ହିଁ ରହିଛନ୍ତି। ଯଦି ଆପଣ ଭାବୁଛନ୍ତି ରଣବୀର ଘର ଜ୍ବାଇଁ ହୋଇରହିବେ ତେବେ ଆପଣଙ୍କ ଧାରଣା ବିଲକୁଲ ଭୁଲ। କାରଣ ରିପୋର୍ଟ ମୁତାବକ, ଦୁହିଁଙ୍କ ନୂଆ ବଙ୍ଗଳା ଏପର୍ଯ୍ଯନ୍ତ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇନାହିଁ । ଏଣୁ ଯେପର୍ଯ୍ଯନ୍ତ ତାହାର ର୍ନିମାଣ କାର୍ଯ୍ଯ ଶେଷ ହେଇନାହିଁ ସେ ପର୍ଯ୍ଯନ୍ତ ଦୁହେଁ ଦୀପିକାଙ୍କ ଘରେ ହିଁ ରହିବେ।

deepveer

ଆପଣଙ୍କୁ କହିବାକୁ ଚାହିଁବୁ, ଦୀପିକା –ରଣବୀର ବିବାହ ପରେ ରହିବା ପାଇଁ ୫୦ କୋଟି ଟଙ୍କାର ବଙ୍ଗଳା କିଣିଛନ୍ତି। ଏପର୍ଯ୍ଯନ୍ତ ଘରର ସଂପୂର୍ଣ୍ଣ ରିନୋଭେସନ କାମ ଶେଷ ହୋଇନାହିଁ। ଏଣୁ ତାହା ସଂପୂର୍ଣ୍ଣ ଭାବେ ନିର୍ମିତ ହେବା ପର୍ଯ୍ଯନ୍ତ ରଣବୀର ଦୀପିକାଙ୍କ ସହ ତାଙ୍କ ଘରେ ରହିବେ।

deepika-

ମୁମ୍ବାଇ ଫେରିବା ପରେ ଦୀପବୀର ମିଡ଼ିଆ ସହ କଥାବାର୍ତ୍ତା ହେବା ସହ ବିବାହର ଶୁଭେତ୍ସା ପାଇଁ ହାତଯୋଡ଼ି ଧନ୍ଯବାଦ ଜଣାଇଥିଲେ। ତେବେ ଦୁହିଁଙ୍କର ରିସେପସନ୍ ନଭେମ୍ବର ୨୧ ତାରିଖରେ ବାଙ୍ଗାଲୁରୁ ଏବଂ ୨୮ ତାରିଖରେ ମୁମ୍ବାଇରେ ହେବାକୁ ଯାଉଛି। ଏହା ଛଡ଼ା ଡ଼ିସେମ୍ବରରେ ଖାସ ବଲିଉଡ଼ର କିଛି ବନ୍ଧୁଙ୍କ ପାଇଁ ପାର୍ଟିର ଆୟୋଜନ କରିବାକୁ ଯାଉଛନ୍ତି ଏହି ନବଦମ୍ପତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.