ରିୟା ମାନିଲେ ମୁଁ ଡ୍ରଗ୍‌ସ ନେଉଥିଲି, କାଲିବି ଏନ୍‌ସିବି କରିବ ଜେରା

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲୁଛି ଏନ୍‌ସିବି । ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା କରାଯାଇଛି । ଆସନ୍ତାକାଲି ମଧ୍ୟ ପୁଣି ଜେରା କରାଯିବ । ତେବେ ସୂଚନା ଅନୁଯାୟୀ ରିୟା ଡ୍ରଗ୍‌ସ ନେଉଥିଲେ ବୋଲି ସ୍ୱୀକାର କରିଛନ୍ତି । ଆହୁରି ମଧ୍ୟ ଭାଇ ସୌଭିକଙ୍କ ସହ ଏ ସମ୍ପର୍କରେ ଚାଟ୍ କରିଥିବା ମାନିଛନ୍ତି ।
ତେବେ ଏନ୍‌ସିବି ଅଧିକାରୀମାନେ ରିୟାଙ୍କ ଉତ୍ତରରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୋଇ ନାହାନ୍ତି । ସେ ଅନେକ କଥା ଲୁଚାଉଥିବା ଏନ୍‌ସିବି ଅଧିକାରୀମାନଙ୍କର ହୃଦବୋଧ ହୋଇଛି । ତେଣୁ ଆସନ୍ତାକାଲି ମଧ୍ୟ ଜରୋ କରାଯିବ । ଆଜି ରିୟା ବିଳମ୍ବରେ ଆସିଲେ ବୋଲି ପଚରା ଉଚରା ସରି ପାରିଲା ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି । ତେବେ ରିୟା ଜେରା ପାଇଁ ପହଞ୍ଚିବା ବେଳେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତିକ୍ରିୟା ରଖିବାକୁ ଘେରି ଯାଇଥିଲେ । ଭିଡ଼ ଏମିତି ଥିଲା ଯେ ରିୟା କାର‌୍ୟ୍ୟାଳୟ ଭିତରକୁ ଯିବା ପାଇଁ ସମସ୍ୟାରେ ପଡ଼ି ଯାଇଥିଲେ ।
ସେପଟେ ଦିନକ ପୂର୍ବରୁ ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡା ଓ ସୌଭିକଙ୍କୁ ଗିରଫ କରାଯାଇଥିଲା । ସେମାନେ ଡ୍ରଗ୍ସ କିଣିବା ପାଇଁ ରିୟାଙ୍କ ଠାରୁ ଟଙ୍କା ନେଉଥିଲେ ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.