ସାମ୍ନାକୁ ଆସିଲା ‘ପୁଷ୍ପା ୨’ର ରିଲିଜ୍‌ ତାରିଖ, ପୋଷ୍ଟ୍‍ ସେୟାର କରି ଘୋଷଣା କଲେ ଅଲୁ ଅର୍ଜୁନ

ଅଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା ୨’ର ରିଲିଜ୍‌ ତାରିଖ ଘୋଷଣା କରାଯାଇଛି। ଏ ନେଇ ସୋସିଆଲ ମିଡିଆରେ ସୋମବାର ଏକ ପୋଷ୍ଟ୍‍ ସେୟାର କରିଛନ୍ତି ଅଭିନେତା। ଏହି ପୋଷ୍ଟ୍‍ରେ କୁହାଯାଇଛି, ୨୦୨୪ ଅଗଷ୍ଟ ୧୫ରେ ସିନେମାଘରେ ଫିଲ୍ମ ରିଲିଜ୍‌ ହେବ।

ଅଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା ୨’ର ରିଲିଜ୍‌ ତାରିଖ ଘୋଷଣା କରାଯାଇଛି। ଏ ନେଇ ସୋସିଆଲ ମିଡିଆରେ ସୋମବାର ଏକ ପୋଷ୍ଟ୍‍ ସେୟାର କରିଛନ୍ତି ଅଭିନେତା। ଏହି ପୋଷ୍ଟ୍‍ରେ କୁହାଯାଇଛି, ୨୦୨୪ ଅଗଷ୍ଟ ୧୫ରେ ସିନେମାଘରେ ଫିଲ୍ମ ରିଲିଜ୍‌ ହେବ। ଅର୍ଥାତ୍‌ ଅଲୁ ଅର୍ଜୁନ ପୁଣିଥରେ ପୁଷ୍ପା ହୋଇ ସିନେ ପରଦାରେ ଛାଇବେ।

ରିଲିଜ୍‌ ଡେଟ୍‌ ଘୋଷଣା ସହିତ ଅଲୁ ଅର୍ଜୁନ ଏକ ନୂଆ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି। ଏଥିରେ ତାଙ୍କ ମୁହଁ ଦେଖାଯାଉ ନ ଥିବାବେଳେ କେବଳ ତାଙ୍କ ହାତ ଦେଖାଯାଉଛି। ପୋଷ୍ଟରରେ ବଡ଼ ଅକ୍ଷରରେ ଫିଲ୍ମର ରିଲିଜ୍‌ ତାରିଖ ଅଗଷ୍ଟ ୧୫, ୨୦୨୪ ବୋଲି ଲେଖାହୋଇଛି।

କହି ରଖୁଛୁ, ପ୍ରଥମ ଭାଗରେ ଅଲୁ ଅର୍ଜୁନଙ୍କ ଅପୋଜିଟ୍‌ରେ ରଶ୍ମିକା ମନ୍ଦାନା ନଜର ଆସିଥିଲେ। ଫିଲ୍ମରେ ଫହାଦ ଫାସିଲ୍‌ ମଧ୍ୟ ଥିଲେ, ଯିଏ ଆଇପିଏସ୍‌ ଭଂବର ସିଂ ଶେଖାଓ୍ଵତ୍‌ର ରୋଲ୍‌ ପ୍ଲେ କରିଥିଲେ। ସାମନ୍ଥା ରୁଥ୍‌ ପ୍ରଭୁ ବି ଫିଲ୍ମରେ ନଜର ଆସିଥିଲେ। ଏଥିରେ ତାଙ୍କର ଏକ ଗୀତ ରହିଥିଲା।

କିଛି ଦିନ ତଳେ ଅଲୁ ଅର୍ଜୁନଙ୍କ ଫିଲ୍ମର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯାହାକୁ ଦେଖି ଫ୍ୟାନ୍‌ମାନେ ବହୁତ ଉତ୍ସାହିତ ହୋଇଯାଇଥିଲେ। ଏବେ ରିଲିଜ୍‌ ଡେଟ୍‌ ଘୋଷଣା କରି ଅଲୁ ଅର୍ଜୁନ ଫ୍ୟାନ୍‌ମାନଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛନ୍ତି।

୨୦୨୧ରେ ପୁଷ୍ପା ହୋଇ ଅଲୁ ଅର୍ଜୁନ ପରଦାରେ ଧମାଲ କରିଥିଲେ। ଫିଲ୍ମରେ ଅଲୁ ଅର୍ଜୁନଙ୍କ ଲୁକ୍‌ଠାରୁ ଆରମ୍ଭ କରି ଡଏଲଗ୍‌ ସବୁକିଛି ଲୋକପ୍ରିୟତା ହାସଲ କରିଥିଲା। ଏହି ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିବା ସହ ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରିଥିଲା।

 

View this post on Instagram

 

A post shared by Allu Arjun (@alluarjunonline)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.