ଚୀନ ପ୍ରତିରକ୍ଷା ମନ୍ତ୍ରୀ ଗାଏବ, ଦୁଇ ସପ୍ତାହ ଧରି ଦେଖାଯାଇ ନାହାନ୍ତି; ପୂର୍ବରୁ ଗାଏବ ହୋଇଥିଲେ ବୈଦେଶିକ ମନ୍ତ୍ରୀ

ଚୀନରୁ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। ଏବେ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ଚୀନ ବୈଦେଶିକ ମନ୍ତ୍ରୀଙ୍କ ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ମଧ୍ୟ ଗାଏବ ହୋଇଯାଇଛନ୍ତି।

ଚୀନରୁ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। ଏବେ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ଚୀନ ବୈଦେଶିକ ମନ୍ତ୍ରୀଙ୍କ ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ମଧ୍ୟ ଗାଏବ ହୋଇଯାଇଛନ୍ତି। ଚୀନର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଗତ ଅନେକ ଦିନରୁ ସର୍ବସାଧାରଣରେ ଦେଖାଯାଇ ନାହାନ୍ତି। ତେଣୁ ସେ ଗାଏବ ହେବାର ଖବର ଚର୍ଚ୍ଚାର ବିଷୟ ହୋଇଛି।

କହି ରଖୁଛୁ, ଏହା ପୂର୍ବରୁ ଚୀନ ସେନାର ଶକ୍ତିଶାଳୀ ରକେଟ୍‌ ଫୋର୍ସର ଜେନେରାଲ୍‌ ମଧ୍ୟ ଗାଏବ ହୋଇଯାଇଥିଲେ।

ଏଥର ଆମେରିକାର ରାଷ୍ଟ୍ରଦୂତ ରହମ୍ ଇମାନୁଏଲ୍ ଜାପାନରେ ଦାବି କରିଛନ୍ତି ଯେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଗତ ଦୁଇ ସପ୍ତାହ ଧରି ସର୍ବସାଧାରଣ ସ୍ଥାନରେ ଦେଖାଯାଇ ନାହିଁ। ସେ ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଏହା ପୂର୍ବରୁ ଚୀନ୍ ନ୍ୟୁଜ୍ ଏଜେନ୍ସି କହିଥିଲା କି, ସି ଜିନପିଙ୍ଗ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ସାମ୍ନାରେ ସୁରକ୍ଷା ଏବଂ ସ୍ଥିରତା ନେଇ ପ୍ରସଙ୍ଗ ଉଠାଇଥିଲେ।

ରିପୋର୍ଟ ଅନୁସାରେ, ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଶେଷ ଥର ୨୦୨୩ ଅଗଷ୍ଟ ୨୯ରେ ଦେଖାଯାଇଥିଲା। ସେ ବେଜିଂରେ ଆୟୋଜିତ ଚୀନ୍-ଆଫ୍ରିକା ପିସ୍‌ ଆଣ୍ଡ ସିକ୍ୟୁରିଟି ଫୋରମ୍ ବୈଠକରେ ଭାଗ ନେଇଥିଲେ। ଏହାପରଠାରୁ ପ୍ରତିରକ୍ଷା ମନ୍ତ୍ରୀ ସର୍ବସାଧାରଣରେ ଦେଖିବାକୁ ମିଳି ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.