ବାହା ହେଲେ ‘କ୍ୟାପଟେନ୍ ଆମେରିକା’ କ୍ରିସ୍ ଇଭାନ୍ସ : ନିଜଠୁ ୧୬ ବର୍ଷ ସାନ ଗର୍ଲଫ୍ରେଣ୍ଡ ସହିତ କଲେ ଗୁପ୍ତ ବିବାହ, ଜାଣନ୍ତୁ କ୍ରିସ୍ ଇଭାନ୍ସଙ୍କ ଦୁଲହନ କିଏ?

ଅଲବା ବାପ୍ଟିଷ୍ଟା କ୍ରିସ୍ ଇଭାନ୍ସ ବିବାହ: ହଠାତ୍ ବିବାହ କରି କ୍ରିସ୍ ଇଭାନ୍ସ ତାଙ୍କ ଫ୍ୟାନ୍‌ ମାନଙ୍କୁ ଚକିତ କରିଦେଇଛନ୍ତି । ସେ ଗୁପ୍ତରେ ମେସାଚୁସେଟ୍ସରେ ତାଙ୍କ ଗର୍ଲଫ୍ରେଣ୍ଡ ଅଲବା ବାପ୍ଟିଷ୍ଟାଙ୍କୁ ବିବାହ କରିଥିଲେ।

‘କ୍ୟାପଟେନ୍ ଆମେରିକା’ ଅର୍ଥାତ୍ କ୍ରିସ୍ ଇଭାନ୍ସଙ୍କ ଫ୍ୟାନ ମାନଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । କ୍ରିସ୍ ଇଭାନ୍ସ ବର୍ତ୍ତମାନ ବିବାହିତ । ହଠାତ୍ ବିବାହ କରି ସେ ତାଙ୍କ ଫ୍ୟାନମାନଙ୍କୁ ଚକିତ କରି ଦେଇଥିଲେ । କ୍ରିସ୍ ତାଙ୍କଠାରୁ ୧୬ ବର୍ଷ ସାନ ତାଙ୍କ ଗର୍ଲଫ୍ରେଣ୍ଡ ଅଲବା ବାପ୍ଟିଷ୍ଟାଙ୍କୁ ବିବାହ କରିଥିଲେ। କ୍ରିସ୍ ଇଭାନ୍ସଙ୍କୁ ୪୨ ବର୍ଷ ହୋଇଥିବାବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଅଲବାଙ୍କୁ ୨୬ ବର୍ଷ ।

ପେଜ ସିକ୍ସ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ସେପ୍ଟେମ୍ବର ୨ ରେ ମେସାଚୁସେଟ୍ସର ବୋଷ୍ଟନ୍ ସ୍ଥିତ ଏକ ଘରୋଇ ବାସଭବନରେ ବିବାହ କରିଥିଲେ। ସେମାନଙ୍କର ବିବାହ ସମାରୋହ ବହୁତ ପ୍ରାଇଭେଟ୍‌ ଥିଲା । କ୍ରିସ୍ ଏବଂ ଅଲବାଙ୍କ ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।

ଅନେକ ମାର୍ଭେଲର ସୁପରହିଟ୍ ହିରୋ ମାନେ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ସୂଚନାନୁସାରେ, ଏହି ଇଣ୍ଟିମେଟ ସେରେମନି ରେ ରୋବର୍ଟ ଡାଉନି ଜୁନିୟର, କ୍ରିସ୍ ହେମସୱର୍ଥ ଏବଂ ଜେରେମି ରେନର୍ ମଧ୍ୟ ଉପସ୍ଥିତ ଥିଲେ। ତେବେ ଏପର୍ଯ୍ୟନ୍ତ କ୍ରିସ୍ ଏବଂ ଅଲବାଙ୍କ ତରଫରୁ ବିବାହକୁ ନେଇ କୌଣସି ସୂଚନା ଦେଇ ନାହାନ୍ତି ।

୨୦୨୨ ମସିହାରେ ପ୍ରଥମ ଥର ପାଇଁ ସେମାନଙ୍କର ଡେଟିଂ ଖବର ସାମ୍ନାକୁ ଆସିଥିଲା। ଏହି ଦମ୍ପତି ନ୍ୟୁୟର୍କରେ ଏକାଠି ବୁଲୁଥିବାର ନଜର ଆସିଥିଲେ। ଚଳିତ ବର୍ଷ ଆରମ୍ଭରେ ଦୁହେଁ ନିଜ ସମ୍ପର୍କକୁ ଅଫିସିଆଲ୍ କରିଥିଲେ। ଏହି ଦମ୍ପତି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଠାରେ ଉଭୟ ପରସ୍ପରକୁ ବେବି ଏବଂ ବେବ ବୋଲି କହୁଥିବାର ନଜର ଆସିଥିଲେ।

୨୬ ବର୍ଷୀୟ ଅଲବା ଜଣେ ପର୍ତ୍ତୁଗୀଜ୍ ଅଭିନେତ୍ରୀ, ଯିଏକି ୨୦୧୪ ରେ ସିରିଜ୍ ‘ଜାର୍ଡିନସ୍ ପ୍ରୋଇବିଡୋସ୍’ ସହିତ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ‘ଏ ଇମ୍ପୋଷ୍ଟୋରା’, ‘ଫିଲହା ଦା ଲେଇ’ ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିଥିଲେ । ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ, ସେ ନେଟଫ୍ଲିକ୍ସ ସିରିଜ୍ ‘ୱାରିଅର୍ ନନ୍’ରେ କାମ କରିଥିଲେ ଏବଂ ଏହା ସହିତ ସେ ଇଂଲିଶଶୋ’ରେ ଡେବ୍ୟୁ କରିଥିଲେ । କ୍ରିସ୍ ଏବଂ ଅଲବା ପ୍ରଥମ ଥର ପାଇଁ ‘ୱାରିଅର୍ ନନ୍’ରେ ଏକାଠି କାମ କରିଥିଲେ ।

Leave A Reply

Your email address will not be published.