ରିୟା ଚକ୍ରବର୍ତ୍ତୀଙ୍କୁ ଦେଖି ଫଟୋଗ୍ରାଫର୍ସ ପଚାରିଲେ ‘ଏବେ କେମିତି ଅଛ’, ଏହା ଶୁଣି ଏପରି ରିଆକସନ୍‌ ଦେଲେ ଅଭିନେତ୍ରୀ

ସୁଶାନ୍ତ ସିଂହ ରାଜପୁତଙ୍କ ଅକସ୍ମାତ୍‌ ମୃତ୍ୟୁ ପରେ ବିବାଦ ଘେରରେ ଫସିଥିଲେ ରିୟା ଚକ୍ରବର୍ତ୍ତୀ। ତେବେ ନିକଟରେ ଜିମ୍‌ ବାହାରେ ରିୟାଙ୍କୁ ସ୍ପର୍ଟ କରାଯାଇଛି। ଏହି ସମୟରେ ଫଟୋଗ୍ରାଫରର୍ସଙ୍କ ନଜର ତାଙ୍କ ଉପରେ ପଡିଲା ଏବଂ ତାଙ୍କର ଫଟୋ ଉଠେଇବାକୁ ଲାଗିଲେ।

ଏହି ସମୟରେ ରିୟା ଚକ୍ରବର୍ତ୍ତୀ ଫଟୋଗ୍ରାଫର୍ସ ପ୍ରଶ୍ନ କରୁଛନ୍ତି ଏବେ କେମିତି ଅଛ? ତେବେ ଉତ୍ତରରେ ରିୟା କହିଲେ, ‘ଧିରେ ଧିରେ ଠିକ ହେଉଛି’। ତେବେ ରିୟା ଚକ୍ରବର୍ତ୍ତୀଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆଉ ଦର୍ଶକ ମଧ୍ୟ ଏହି ଭିଡିଓକୁ ଦେଖି ନିଜର ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରିୟା ଚକ୍ରବର୍ତ୍ତୀ ଏବେ ନର୍ମାଲ ଲାଇଫକୁ ଫେରୁଛନ୍ତି। ଏହାର ପ୍ରମାଣ ସେ ନିଜେ ଏହି ଭିଡିଓରେ ଦେଇଛନ୍ତି। ରିୟାଙ୍କର ଏହି ଭିଡିଓ ଇଣ୍ଟରନେଟରେ ଗୁଳି ଭଳି ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.