ବିବାହର ୫ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ରୁବିନା ଦିଲୈକ, ବେବି ବମ୍ପ୍‌ ଦେଖାଇ ସ୍ୱାମୀଙ୍କ ସହ ଦେଲେ ପୋଜ୍‌

ମା’ ହେବାକୁ ଯାଉଛନ୍ତି ଟିଭି ପରଦାର ଛୋଟି ବୋହୂ ରୁବିନା ଦିଲୈକ। ରୁବିନାଙ୍କ ଘରକୁ ବହୁତ ଜଲ୍‌ଦି କୁନି ଅତିଥିର ଆଗମନ ହେବ। ଏହି ଗୁଡ୍‌ ନ୍ୟୁଜ୍‌କୁ ଅଭିନେତ୍ରୀ ନିଜେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।

ମା’ ହେବାକୁ ଯାଉଛନ୍ତି ଟିଭି ପରଦାର ଛୋଟି ବୋହୂ ରୁବିନା ଦିଲୈକ। ରୁବିନାଙ୍କ ଘରକୁ ବହୁତ ଜଲ୍‌ଦି କୁନି ଅତିଥିର ଆଗମନ ହେବ। ଏହି ଗୁଡ୍‌ ନ୍ୟୁଜ୍‌କୁ ଅଭିନେତ୍ରୀ ନିଜେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ସେ ନିଜ ସ୍ୱାମୀ ଅଭିନବ ଶୁକ୍ଳାଙ୍କର ଏକ ପୋଷ୍ଟ୍‍କୁ ସେୟାର କରିଛନ୍ତି, ଯେଉଁଥିରେ ରୁବିନା ନିଜର ବେବି ବମ୍ପ୍‌କୁ ଫ୍ଲଣ୍ଟ୍‌ କରୁଥିବାର ନଜର ଆସୁଛନ୍ତି।

ଏହି ସୁନ୍ଦର ଫଟୋର କ୍ୟାପସନରେ ରୁବିନା ଲେଖିଛନ୍ତି, ‘ଯେବେଠାରୁ ଆମେ ଦୁହେଁ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲୁ, ସେତେବେଳେ ଆମେ ପ୍ରତିଜ୍ଞା କରିଥିଲୁ ଯେ ଏକାଠି ଆମେ ଦୁନିଆ ବୁଲିବୁ। ପୁଣି ଆମେ ବିବାହ କଲୁ ଏବଂ ଏବେ ଏକ ପରିବାର ରୂପରେ ବହୁତ ଜଲ୍‌ଦି କୁନି ଅତିଥିକୁ ସ୍ୱାଗତ କରିବୁ’।

ରୁବିନାଙ୍କ ଏହି ପୋଷ୍ଟ ପରେ ଫ୍ୟାନ୍‌ମାନେ କମେଣ୍ଟ୍‌ ଦେବା ଆରମ୍ଭ କରିଛନ୍ତି। ସେ ମା’ ହେବାକୁ ଯାଉଥିବା ଖୁସିରେ ଫ୍ୟାନ୍‌ମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। କହି ରଖୁଛୁ, ବିବାହର ୫ ବର୍ଷ ପରେ ରୁବିନା ଓ ଅଭିନବ ନିଜ ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି। ୨୦୧୮ରେ ଉଭୟ ବିବାହ କରିଥିଲେ।

ସେପଟେ ‘ବିଗ୍‌ ବସ୍‌ ୧୪’ରେ ଆସିବା ପରେ ଟିଭିର ଏହି କପଲ୍‌ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲେ। ଦର୍ଶକମାନେ ଏହି ଯୋଡ଼ିକୁ ବହୁତ ପସନ୍ଦ କରିଥିଲେ। ଶୋ’ ଜିତିବା ପରେ ରୁବିନାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇଥିଲା। ତାଙ୍କ ଡ୍ରେସିଂ ସେନ୍ସ ଲୋକମାନଙ୍କୁ ବହୁତ ଭଲ ଲାଗିଥାଏ।

 

View this post on Instagram

 

A post shared by Rubina Dilaik (@rubinadilaik)

Leave A Reply

Your email address will not be published.