ବାହାଘର ହେଇନି, ରଣବୀର-ଆଲିଆଙ୍କ ଠାରୁ ଖୁସି ଖବର ଶୁଣିବାକୁ ମନ କଲେଣି ସଞ୍ଜୟ ଦତ୍ତ

ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ବଲିଉଡର ଗଳିକନ୍ଦି ପର୍ଯ୍ୟନ୍ତ ଏବେ ସବୁଠି ରଣବୀର ଓ ଆଲିଆଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟେ ପଟରେ ସାମ୍ବାଦିକ ମାନେ ସେମାନଙ୍କ ଘର ଆଗରେ ଡେରା ପକେଇ ବସିଥିବା ବେଳେ ଅନ୍ୟପକ୍ଷରେ ଫିଲ୍ମ ଷ୍ଟାର ମାନେ ଦୁହିଁଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରିଦେଲେଣି । ଏହି ଲିସ୍ଟର ସବୁଠୁ ଆଗରେ ଅଛନ୍ତି ସଞ୍ଜୟ ଦତ୍ତ । ସଞ୍ଜୟ ଏହି ଯୋଡିଙ୍କୁ ବିବାହ ନେଇ ଶୁଭେଚ୍ଛା ଦେବା ସହ ଏକ ମଜାଦାର ଟିପ୍ସ ବି ଦେଇଛନ୍ତି । ପ୍ରକୃତରେ କେଜିଏଫର ଏକ ପ୍ରମୋସନ ଇଭେଣ୍ଟରେ ସଞ୍ଜୟ ଦତ୍ତ ରଣବୀର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ କେତେ ଗୁଡିଏ ପ୍ରଶ୍ନ ପଚାରିଥିଲେ । ଏକ ମଜାଳିଆ ଅନ୍ଦାଜରେ ସଞ୍ଜୟ ମିଡ଼ିଆ ଲୋକଙ୍କୁ ପଚାରିଥିଲେକି ସତରେ କଣ ସେମାନେ ବିବାହ କରୁଛନ୍ତିକି ? ଏହା ପରେ ଆକ୍ଟର କହିଛନ୍ତିକି- ଯଦି ସେମାନେ ବିବାହ କରୁଛନ୍ତି, ତେବେ ତାଙ୍କ ପାଇଁ ମୁଁ ଖୁବ ଖୁସି ଅଛି । ଆଲିଆଙ୍କ ଜନ୍ମ ମୋ ସାମ୍ନାରେ ହୋଇଥିବା ବେଳେ ସେ ମୋ ଆଗରେ ହିଁ ବଡ ହୋଇଛି ।

sanjay datt
pic credit: mensxp.com

ଆଗକୁ ସଞ୍ଜୟ କହିଛନ୍ତିକି- ସେମାନେ ବିବାହ ନେଇ କମିଟମେଣ୍ଟ ପରସ୍ପର ଭିତରେ କରୁଛନ୍ତି । ସେମାନେ ତାହାକୁ ଠିକ ଭାବରେ ନିଭେଇବା ଦରକାର । ଦୁହେଁ ଦୁହିଁଙ୍କ ହାତ ଧରାଧରି ହୋଇ ଖୁସି, ଶାନ୍ତି ସମେତ ଗର୍ବର ସହିତ ଆଗକୁ ବଢ଼ାନ୍ତୁ । ଏହା ସହ ରଣବୀର କପୁରଙ୍କୁ ଅନୁରୋଧ କରି କହିଛନ୍ତିକି- ଜଲ୍ଦି ଛୁଆ ଜନ୍ମ କରନ୍ତୁ ଓ ଖୁବ ଖୁସିରେ ରୁହନ୍ତୁ । ଆପଣ ମନେ ରଖିଥିବେକି ନାହିଁ ରାଜକୁମାର ହିରନୀଙ୍କ ନିର୍ଦ୍ଦେଶିତ ତାଙ୍କ ବାୟୋପିକ ସଂଜୁରେ ସଞ୍ଜୟ ଦତ୍ତଙ୍କ ଭୂମିକାରେ ନଜର ଆସିଥିଲେ । ଏହା ବାଦ ସଞ୍ଜୟ ଏହା ମଧ୍ୟ କହିଛନ୍ତିକି ଦାମ୍ପତ୍ୟ ଜୀବନରେ ଅନେକ ବାଧାବିଘ୍ନ ଆସିବ ଓ ଯିବ । କିନ୍ତୁ ଏହା ଆଗରେ କାହାକୁ ନା କାହାକୁ ଝୁଙ୍କିବାକୁ ପଡିବ । କିନ୍ତୁ ପରସ୍ପର ପ୍ରତି କରିଥିବା ପ୍ରତିଶ୍ରୁତିକୁ ଜମା ବି ଭୁଲିବା ଉଚିତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.