ଡ୍ରଗ୍ସ ମାମଲାରେ ନାଁ ଆସିବା ପରେ ଦୋହଲିଯାଇଥିଲେ ସାରା ଖାନ୍, ଆତ୍ମହତ୍ୟା କରିବାକୁ କରିଥିଲେ ଉଦ୍ୟମ

ସୁଶାନ୍ତ କେସ୍ରେ ଡ୍ରଗ୍ସ କନେକସନ୍ ସାମ୍ନାକୁ ଆସିବା ପରେ ବଲିଉଡ୍ର ଅନେକ ବଡ଼ ବଡ଼ ଷ୍ଟାରଙ୍କ ନାଁ ଯୋଡ଼ି ହୋଇଛି। ନାଁ ସାମ୍ନାକୁ ଆସିବା ପରେ ଏନ୍ସିବି ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଓ ରକୁଲ ପ୍ରୀତଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚରା କରୁଛି। ଇତି ମଧ୍ୟରେ ଟିଭି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ଙ୍କ ନାଁ ମଧ୍ୟ ଡ୍ରଗ୍ସ ର୍ୟାକେଟ୍ରେ ଶୁଣିବାକୁ ମିଳିଛି। ଏନେଇ ସାରା ଜାଣିବା ପରେ ତାଙ୍କୁ ବଡ଼ ଝଟ୍କା ଲାଗିଥିଲା। ଏକ ଇଣ୍ଟରଭ୍ୟୁରେ ସାରା ନିଜ ମନ କଥା କହିଛନ୍ତି।
ସାରା କହିଛନ୍ତି ଏହି ଘଟଣା ମତେ ପୂରା ଦୋହଲାଇ ଦେଇଥିଲା। ଲୋକମାନେ ମତେ ନିଶାଡ଼ି କହିବାକୁ ଲାଗିଲେ। କିଛି ନ ବୁଝି ନ ସୁଝି ମୋତେ ଅନେକ କଥା କହିଲେ। ଅନେକ ଥର ମୁଁ ଆତ୍ମହତ୍ୟା କରିବା କଥା ଚିନ୍ତା କରିଛି। ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚିଛି ସେଥିପାଇଁ ବହୁ ପରିଶ୍ରମ କରିଛି। ମୁଁ ଚାହୁଁଛି ଲୋକମାନେ ମୋତେ ମୋ କାମ ପାଇଁ ମନେ ରଖନ୍ତୁ।
ସୂଚନାଯୋଗ୍ୟ ଯେ ସାରା ୨୦୦୭ରେ ସପନା ବାବୁଲ କା ବିଦାଇରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହା ବ୍ୟତୀତ ସେ ପ୍ରୀତ ସେ ବନ୍ଦୀ ୟେ ଡୋରୀ, ରାମ ମିଲାଇ ଯୋଡ଼ି ଭଳି ସିରିୟଲରେ ନଜର ଆସିସାରିଛନ୍ତି। ସାରା ବିଗ୍ ବସ୍ ୪ରେ ବି ପ୍ରତିଯୋଗୀ ଭାବେ କାମ କରିଛନ୍ତି।